Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲୋକସଭାରେ ପାରିତ ହେଲା କୃଷି ଆଇନ ଉଚ୍ଛେଦ ବିଲ୍‌
  • ||
  • କୃଷକଙ୍କୁ ଦଳି ମାରିଲେ ୭ ଦନ୍ତା, ଖଣ୍ଡ ଖଣ୍ଡ କରିଦେଲେ ଶରୀର
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ, ୨୩୬ ମୃତ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୯କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୭ କରୋନା ସଂକ୍ରମିତ, ୧୦୪୮୮୮୦ରେ ପହଞ୍ଚିଲା ସଂଖ୍ୟା
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଓମିକ୍ରନ୍ ନେଇ AIIMS ମୁଖ୍ୟ ଗୁଲେରିଆ ଦେଲେ ଚେତାବନୀ, କହିଲେ ନୂଆ ଭାରିଆଣ୍ଟ ଭାକସିନକୁ ଦେଇପାରେ ଚକମା
  • ||

ବିସ୍ଫୋରଣ ଛଡ଼ାଇ ନେଲା ଗୋଟେ ପରିବାରର ସୁଖ-ଶାନ୍ତି: ସ୍ତ୍ରୀ ହରାଇଲେ ସ୍ବାମୀଙ୍କୁ, ମାଆ ହରାଇଲେ ପୁଅକୁ, ବାପାଙ୍କୁ ମନେ ପକାଇ ବାହୁନି ବାହୁନି କାନ୍ଦୁଛି ୭ ବର୍ଷର କୁନି ପୁଅ

8/10/2020 at 3:42 PM

 ସାନଖେମୁଣ୍ଡି୮/୧୦: ଗତକାଲି ଭୁବନେଶ୍ବରସ୍ଥିତ ପେଟ୍ରୋଲ ପମ୍ପରେ ବଡ ଧରଣର ବିସ୍ଫୋରଣ ଛଡ଼ାଇ ନେଲା ଗୋଟେ ପରିବାରର ଭାତ ହାଣ୍ଡି। ଏହି ଦୁର୍ଘଟଣାରେ ୧୦/୧୨ ଜଣ ଆହାତ ହୋଇଥିବା ବେଳେ ୩/୪ ଜଣ ଗୁରୁତର ହୋଇଛନ୍ତି।ମିଳିଥିବା ସୂଚନା ଅନୁସାରେ ବର୍ତ୍ତମାନ ସୁଦ୍ଧା ଏହି ବିସ୍ଫୋରଣରେ ଜଣଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି। ମୃତ ବ୍ୟକ୍ତି ହେଲେ ଆସିକା ରଘୁନାଥ ନଗରର ୩୭ ବର୍ଷୀୟ ସତ୍ୟ ନାୟକ। ସତ୍ୟଙ୍କ ମୃତ୍ୟୁ ଖବରରେ ପୁରା ଗାଁରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି।

ପରିବାରର ରୋଜଗାରିଆ ପୁଅକୁ ହରାଇ ଦୁଃଖରେ ଭାଙ୍ଗି ପଡିଛନ୍ତି ପରିବାର ଲୋକେ। ପରିବାର ଭିତରେ ସତ୍ୟ ଥିଲେ, ଏକମାତ୍ର ରୋଜଗାରିଆ ପୁଅ। ସ୍ତ୍ରୀ, ସାତ ବର୍ଷର ପୁଅ ଏବଂ ବୃଦ୍ଧା ମାଆଙ୍କ ସହ ମିଶି ଚାରି ପ୍ରାଣୀ କୁଟୁମ୍ବଙ୍କ ଭରଣପୋଷଣ କରୁଥିଲେ ସତ୍ୟ। କରୋନା କଟକଣା ଯୋଗୁଁ କାମଧନ୍ଦା କରି କିଛି ରୋଜଗାର କରିବା ଆଶାରେ ଭୁବନେଶ୍ବର ଆସିଥିଲେ ସତ୍ୟ। ଗତ ୧୨ ଦିନ ତଳେ ସେ ଭୁବନେଶ୍ବରରେ ପହଁଞ୍ଚି ପେଟ୍ରୋଲ ପମ୍ପରେ କାମ କରୁଥିଲେ। ଗତକାଲି ପେଟ୍ରୋଲ ପମ୍ପରେ ହୋଇଥିବା ବିସ୍ଫୋରଣରେ ସବୁଦିନ ଆଖି ବୁଜି ଦେଇଛନ୍ତି ସତ୍ୟ।

ବର୍ତ୍ତମାନ ପରିବାର ଭିତରେ କାନ୍ଦ ବୋବାଳି ପଡିଛି। ଗାଁରେ ଶୂନଶବ୍ଦ ନାହିଁ। ସ୍ବାମୀଙ୍କୁ ହରାଇ ସ୍ତ୍ରୀ କାନ୍ଦୁଛି, ବାପାଙ୍କୁ ହରାଇ ପିଲାମାନେ କାନ୍ଦୁଛନ୍ତି ହେଲେ ପୁଅର ମୃତ୍ୟୁ ଖବର ଏପର୍ଯ୍ୟନ୍ତ ବୃଦ୍ଧା ମାଆଙ୍କୁ ଦିଆଯାଇ ନାହିଁ। ବାପାଙ୍କ ମୃତ୍ୟୁ ଖବର ଜାଣିବା ପରେ ଛୋଟ ପିଲାଟି ଲୁଚି ଲୁଚି ବାହୁନି ବାହୁନି କାନ୍ଦୁଛି। ପରିବାର ଏବଂ ବନ୍ଧୁ ବାନ୍ଧକ ଶବ ସତ୍କାର ପାଇଁ ସତ୍ୟଙ୍କ ମୃତ ଶରୀରକୁ ଅପେକ୍ଷା କରିଛନ୍ତି।

   Related Posts