Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୃଷକଙ୍କ ପରି ଆମକୁ ମଧ୍ୟ ଦେବାକୁ ପଡିବ ବଳିଦାନ, ତେବେ ଯାଇ ଜାମ୍ମୁ-କାଶ୍ମୀରରେ ଲାଗୁ ହେବ ୩୭୦: ଫାରୁକ ଅବଦୁଲ୍ଲା
  • ||
  • ମଙ୍ଗଳବାର କଥା ହେବେ ପୁଟିନ୍ ଓ ବାଇଡେନ୍, ୟୁକ୍ରେନ ହେବ ମୁଖ୍ୟ ପ୍ରସଙ୍ଗ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୨କୁ ବୃଦ୍ଧି
  • ||
  • ମାଆର ସାହସ ଆଗରେ ହାରିଲା ବାଘ, ନିଜ ପୁଅକୁ ମୃତ୍ୟୁ ମୁଖରୁ ଛଡାଇ ଆଣିଲେ ମହିଳା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୭୯୬ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୮୯ କରୋନା ସଂକ୍ରମିତ, ୧୦୫୦୨୪୯ରେ ପହଞ୍ଚିଲା ସଂଖ୍ୟା
  • ||
  • ୟୁକ୍ରେନ ଉପରେ ଆକ୍ରମଣ କରିବ ଋଷ ! ପୁଟିନଙ୍କ ଦେଢ ଲକ୍ଷରୁ ଅଧିକ ସୈନ୍ୟ ଅଛନ୍ତି ପ୍ରସ୍ତୁତ
  • ||
  • ଜାନୁଆରୀ-ଫେବୃଆରୀ ମଧ୍ୟରେ ଭାରତରେ ଆସିବ ତୃତୀୟ ଲହର, ଓମିକ୍ରନ୍ ସାଜିବ ବାହକ : ଦାବି କଲେ ବିଶେଷଜ୍ଞ
  • ||
  • ଚାଲିଥିଲା ଧାନ ଚୋରା ଚାଲାଣ, ୨୨୦ ବସ୍ତା ଜବତ କଲା ଯୋଗାଣ ବିଭାଗ
  • ||
  • ଜଓ୍ୱାଦ ଦୁର୍ବଳ, ଟଳିଲା ବଡ ବିପଦ : ପୁରୀଠୁ ୨୭୦ କିମି ଦୂରରେ କେନ୍ଦ୍ରୀଭୂତ
  • ||

ପେଟ୍ରୋଲ ପମ୍ପ ବିସ୍ଫୋରଣ: ବାପା-ମାଆ କହିଲେ, ପୁଅ ଅସ୍ତି ଟିକକ ମିଳିଲେ ବିସର୍ଜନ କରିବୁ,

30/10/2020 at 3:17 PM

ଆସିକା୩୦/୧୦: ଚଳିତ ମାସ ୭ ତାରିଖରେ ଭୁବନେଶ୍ୱରରେ ପେଟ୍ରାଲ୍‌ ପମ୍ପ ବିସ୍ଫୋରଣରେ ନିଖୋଜ ଥିବା ସୀମାଞ୍ଚଳ ପରିଡାଙ୍କ ମୃତ୍ୟୁ ଘଟିଥିବା ଏକରକମ ସ୍ପଷ୍ଟ ହୋଇଛି । ତାଙ୍କ ଡିଏନ୍‌ଏ ରିପୋର୍ଟରୁ ଏହା ସ୍ପଷ୍ଟ ହୋଇଛି । ଗୁରୁବାର ଏହା ଜଣାପଡିବା ପରେ ଘରେ ପୁଣି କାନ୍ଦବୋବାଳି ପଡିଯାଇଛି । ବୃଦ୍ଧା ବାପା ମାଆ ନିଜ କୋହକୁ ଚପାଇ ରଖି ନପାରି ଲୁହ ଗଡାଈ ବାହୁନି ବାହୁନି କାନ୍ଦୁଛନ୍ତି । ମଲା କାଳକୁ ତାଙ୍କ ଶବକୁ କିଏ କାନ୍ଧ ଦେବ ବୋଲି ଅଥୟ ଅଧିର ହୋଇ ପଡୁଛନ୍ତି ।

ପୁଅ ଥାଆନ୍ତା ତେବେ ବୁଢା ବୁଢୀଙ୍କ ଆତ୍ମାର ସଦ୍‌ଗତି ପାଇଁ ଗଙ୍ଗାରେ ଅସ୍ଥି ବିସର୍ଜନ କରିଥାନ୍ତା, ପିଣ୍ଡ ଦେଇଥାନ୍ତା । ହେଲେ ସବୁକଥା ଓଲଟ ପାଲଟ ହୋଇଗଲା । ଏବେ ଅନ୍ତତଃ ପୁଅର ଅସ୍ଥି ଟିକକ ଆମକୁ ମିଳୁ । ଆମେ ତାହାକୁ ଗଙ୍ଗାରେ ବିସର୍ଜନ କଲେ ପୁଅର ଆତ୍ମା ସଦ୍‌ଗତି ପ୍ରାପ୍ତ ହୁଅନ୍ତା ବୋଲି କହିଛନ୍ତି ସୀମାଞ୍ଚଳଙ୍କ ବାପା ତ୍ରିନାଥ ପରିଡା ।

ମୃତ ସୀମାଞ୍ଚଳଙ୍କ ବାପା ତ୍ରିନାଥ ଏବେ ସରକାରଙ୍କୁ ପୁଅର ଅସ୍ଥି ଟିକକ ମାଗୁଛନ୍ତି । ଗଙ୍ଗାରେ ଅସ୍ଥି ବିସର୍ଜନ କରିବାକୁ ତାଙ୍କ ଶେଷ ଇଚ୍ଛା । ସେପଟେ ମାଆ ମାଲ ପରିଡା ପୁଅ ମୁତ୍ୟୁ ପରେ ଘର ଚଳିବ କେମିତି, ବୋହୂ- ନାତିନାତୁଣୀଙ୍କ କଥା କିଏ ବୁଝିବ ସେହି ଚିନ୍ତାରେ ଏବେ ମ୍ରିୟମାଣ ହୋଇପଡିଛନ୍ତି । ପ୍ରକାଶ ଥାଉକି ଦଶ ଦିନ ତଳେ ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ୍‌ ଗହଙ୍ଗୁ ଗ୍ରାମର ନିଖୋଜ ସୀମାଞ୍ଚଳ ପରିଡାଙ୍କ ବାପା, ମାଆ ଭୁବନେଶ୍ୱର ଯାଇ ଡିଏନ୍‌ଏ ପରୀକ୍ଷା ସକାଶେ ରକ୍ତ ଦେଇ ଆସିଥିଲେ ।

ପେଟ୍ରୋଲ୍‌ ପମ୍ପ୍‌ ଦୁର୍ଘଟଣା ଦିନ ହିଁ ସୀମାଞ୍ଚଳ କୁଆଡେ ପ୍ରାଣ ହରାଇଥିଲେ । ବେଶ୍‌ କିଛି ଦିନ ଖୋଜାଖୋଜି କରିବା ସତ୍ତେ୍ୱ ନିଖୋଜ ପୁଅର କୌଣସି ଖୋଜଖବର ନମିଳିବାରୁ ଶେଷକୁ ପ୍ରତୀକ ଶବଦାହ (ପାଳ ଶବ କରି ଶ୍ମଶାନରେ ଅନ୍ତିମ ସଂସ୍କାର) କରିଥିଲେ । ଯେହେତୁ ଘଟଣାସ୍ଥଳରେ ସୀମାଞ୍ଚଳଙ୍କ ଏଟିଏମ୍‌ କାର୍ଡ, ଜୋତା, ଫଟୋ ଆଦି ମିଳିଥିଲା ତାହାକୁ ପ୍ରମାଣ ଭାବେ ଗ୍ରହଣ କରି ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଥିଲା । ହେଲେ ସରକାର ପକ୍ଷରୁ ବିସ୍ଫୋରଣ ପର ଠାରୁ ସୀମାଞ୍ଚଳଙ୍କ ମୃତ୍ୟୁ ନେଇ କୌଣସି ତଥ୍ୟ ସ୍ୱଷ୍ଟ କରାଯାଇ ନଥିଲା ।

ଦୁର୍ଘଟଣାର ଏତେ ଦିନ ପରେ ଘଟଣାସ୍ଥଳରୁ ମିଳିଥିବା ମାଂସ ଖଣ୍ଡ ଓ ହାଡ଼ ସାଙ୍ଗକୁ ପରିବାର ଲୋକଙ୍କ ଡିଏନ୍‌ଏକୁ ନେଇ ଯାଞ୍ଚ ପରେ ରିପୋର୍ଟ ଆସିଛି ଓ ଗୁରୁବାର ସୀମାଞ୍ଚଳଙ୍କ ମୃତ୍ୟୁ ସ୍ପଷ୍ଟ ହୋଇଛି । ଏହି ଖବର ଘର ଲୋକଙ୍କ ନିକଟରେ ପହଞ୍ଚିବା ପରେ ପୁଣି ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିଲା। ଭୁବନେଶ୍ୱର ପେଟ୍ରୋଲ୍‌ ପମ୍ପ୍‌ରେ ବିସ୍ଫୋରଣ ପରେ ସେଠାରେ କାର୍ଯ୍ୟରତ ସୀମାଞ୍ଚଳ ପରିଡାଙ୍କ କୌଣସି ଖୋଜଖବର ମିଳି ନଥିଲା । ତ୍ରିନାଥଙ୍କ ଏକମାତ୍ର ରୋଜଗାରିଆ ପୁଅ ସୀମାଞ୍ଚଳଙ୍କ ସ୍ତ୍ରୀ ସମେତ ପୁଅ, ଝିଅ ଏବଂ ବୃଦ୍ଧା ମାଆଙ୍କୁ ମିଶାଇ ପାଞ୍ଚ ପ୍ରାଣୀ କୁଟୁମ୍ବ ଏବେ ଅନାଥ। ପରିବାରର ଥଇଥାନ ସମେତ ଆର୍ଥିକ ସହାୟତା ଦେବାକୁ ଦାବି କରିଛନ୍ତି ଅଞ୍ଚଳବାସୀ ।

   Related Posts