Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ହାତ ଟେକିଦେଲେ ବାଚସ୍ପତି, କହିଲେ- ଯଦି ସବୁ ସଦସ୍ୟ ଗୃହ ଚଲାଇବାକୁ ପ୍ରସ୍ତୁତ ନୁହଁନ୍ତି, ତେବେ ମୁଁ କ’ଣ କରିବି ?
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ପ୍ରସଙ୍ଗ : ଆସନ୍ତା ୧୦ରେ ବିଧାନସଭା ଘେରାଉ କରିବ ଛାତ୍ର କଂଗ୍ରେସ
  • ||
  • ପରଲୋକରେ ପଦ୍ମଶ୍ରୀ ନନ୍ଦ ସାର୍, ୧୦୪ ବର୍ଷରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ
  • ||
  • ଭୁବନେଶ୍ବର : ରିପୋର୍ଟ ଆସିବା ପରେ ନିୟମ ଅନୁସାରେ ଚାଷୀଙ୍କୁ କ୍ଷତିପୂରଣ ଦିଆଯିବ : ମନ୍ତ୍ରୀ ସୁଦାମ ମାରାଣ୍ଡି
  • ||
  • ଭୁବନେଶ୍ବର : ବିଡିଏ ଫେରାଇବ ସର୍ବକ୍ଷମା ଯୋଜନାର ଅଧିକ ଫାଇନ୍, ଆବେଦନର ଶେଷ ତାରିଖ ୧୦ ଡିସେମ୍ବର
  • ||
  • ଖୋର୍ଦ୍ଧା : ଭିଜିଲାନ୍ସ ହାତରେ ଧରାପଡିଲେ ନିର୍ବାହୀ ଯନ୍ତ୍ରୀ, ବିଲ୍ କରାଇ ଦେବାକୁ ଠିକାଦାରଙ୍କଠୁ ନେଉଥିଲେ ୧୦ ହଜାର
  • ||
  • ଟିଟିଲାଗଡ : ପୁରୀ-ଅଜମେର ଟ୍ରେନ୍‌ରେ ନିଆଁ, ଟ୍ରାକ୍‌ରେ ବ୍ରେକ୍ ଘସି ହୋଇ ଧୂଆଁ ବାହାରୁଥିଲା
  • ||
  • ରୋହିଙ୍ଗ୍ୟା ବିରୋଧୀ ହିଂସା ପାଇଁ ଫେସବୁକ ଦାୟୀ ! ୧୫୦ ବିଲିୟନ ପାଉଣ୍ଡର କ୍ଷତିପୂରଣ ଦେବାକୁ ମାମଲା
  • ||
  • କଳାହାଣ୍ଡି : ଇଚ୍ଛା ମୃତ୍ୟୁ ଆବେଦନକାରୀଙ୍କୁ ସାହା ହେଲା BSKY, ଯୋଜନାରେ ଆରମ୍ଭ ହେଲା ଚିକିତ୍ସା
  • ||
  • ତୁରେଇକେଲା ବ୍ଲକରେ ମାତିଲେ ୩୦ ଟିକିଆ ହାତୀପଲ, ଭାଙ୍ଗିଦେଲେ ଘର ଛପର
  • ||

୧୫୦ ଟଙ୍କା ଛୁଇଁବ ପେଟ୍ରୋଲ ଦାମ ! ୨୮ ଦିନରେ ୨୧ ଦିନ ବଢିଲାଣି ତେଲ ଦର

28/10/2021 at 10:46 PM

ନୂଆଦିଲ୍ଲୀ ୨୮।୧୦: ପେଟ୍ରୋଲ ଓ ଡିଜେଲ୍‌ର ଆକାଶଛୁଆଁ ଦର ସାଧାରଣ ଜନତାଙ୍କୁ କଲବଲ୍ କରୁଛି। ଦେଶରେ ପେଟ୍ରୋଲ ଦର ଲିଟର ପିଛା ୧୦୦ ଟଙ୍କା ଉପରେ ବିକ୍ରି ହେଉଛି। ସେହି ପରି ଡିଜେଲ୍ ଦର ଅଧିକାଂଶ ସହରରେ ୧୦୦ ଟଙ୍କା ଉପରେ ରହିଛି। କେବେ କମିବ ତୈଳ ତାର ଉତ୍ତର କାହା ପାଖରେ ନାହିଁ। କିନ୍ତୁ ପେଟ୍ରୋଲ ଓ ଡିଜେଲ୍ ଦାମ ଆଗାମୀ ସମୟରେ ଆହୁରି ମହଙ୍ଗା ହେବାର ଆଶଙ୍କା ରହିଛି।

ଅନ୍ତର୍ଜାତୀୟ ତୈଳ ବଜାର ଉପରେ ନଜର ରଖୁଥିବା ଏନେଇ ମୂଲ୍ୟ ନିର୍ଦ୍ଧାରଣ କରୁଥିବା କମ୍ପାନୀ ଗୋଲ୍ଡମ୍ୟାନ ସେକ୍ସର ଅନୁମାନ ଯେ, ଅଶୋଧିତ ତୈଳ ଦର ଆସନ୍ତା ବର୍ଷ ସୁଦ୍ଧା ବ୍ୟାରେଲ୍ ପିଛା ୧୧୦ ଟଙ୍କାରେ ପହଞ୍ଚିପାରେ। ବର୍ତ୍ତମାନ ବ୍ୟାରେଲ୍ ପିଛା ଦର ୮୫ ଡଲାର ରହିଛି। ଏହା ମଧ୍ୟ ଅନୁମାନ କରାଯାଉଛି ଯେ, ଅଶୋଧିତ ତୈଳ ଦର ସର୍ବକାଳୀନ ସ୍ତର  ବ୍ୟାରେଲ୍ ପିଛା ୧୪୭ ଡଲାରରେ ପହଞ୍ଚିପାରେ।

ଅଶୋଧିତ ତୈଳ ଦରର ଏହି ସର୍ବୋଚ୍ଚ ସ୍ତର ୨୦୦୮ରେ ମଧ୍ୟ ଥିଲା। ଯେବେ ସାରା ଦୁନିଆ ଆର୍ଥିକ ମାନ୍ଦାବସ୍ଥା ଦେଇ ଗତି କରୁଥିଲା ସେହି ସମୟରେ ବ୍ୟାରେଲ୍ ପ୍ରତି ଦର ୧୪୭ ଡଲାର ଥିଲା। ରିପୋର୍ଟରେ କୁହାଯାଇଛି, ଯଦି ଏମିତି ହୁଏ ତେବେ ଦେଶରେ ପେଟ୍ରୋଲ ଦର ଲିଟର ପିଛା ୧୫୦ ଟଙ୍କା ଛୁଇଁପାରେ। ଅନ୍ୟପଟେ ଡିଜେଲ୍ ଲିଟର ପ୍ରତି ୧୪୦ ଟଙ୍କା ଛୁଇଁପାରେ।

ଏବେ ଆଶ୍ଵସ୍ତିର କୌଣସି ଆଶା ନାହିଁ

ପେଟ୍ରୋଲ ଓ ଡିଜେଲ୍ ଉପରେ ନିକଟ ଭବିଷ୍ୟତରେ ସାଧାରଣ ଜନତାଙ୍କୁ କୌଣସି ଆଶ୍ଵସ୍ତି ମିଳିବାର ଆଶା ଲାଗୁ ନାହିଁ। ସେପଟେ ପ୍ରଥମରୁ ପେଟ୍ରୋଲ-ଡିଜେଲ୍‌କୁ ଜିଏସଟି ପରିସରଭୁକ୍ତ କରିବା ବିଚାରକୁ ବିରୋଧ କରାଯାଉଛି। ସେପଟେ କେନ୍ଦ୍ର ସରକାର ଟ୍ୟାକ୍ସ କମ କରି ନିଜ ରାଜସ୍ଵକୁ କମ କରିବା ମୁଡରେ ନାହାନ୍ତି। ଏମିତିରେ ଏହାର ବୋଝ ସାଧାରଣ ଜନତାଙ୍କ ଉପରେ ପଡିପାରେ।

ଉଲ୍ଲେଖନୀୟ ଦେଶରେ କ୍ରମାଗତ ତୈଳ ଦର ବଢିବାରେ ଲାଗିଛି। ଗୁରୁବାର ମଧ୍ୟ ପେଟ୍ରୋଲ ଓ ଡିଜେଲ୍ ଲିଟର ପିଛା ୩୫ ପଇସା ବୃଦ୍ଧି ଘଟିଛି। ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୧୦୮.୨୯ ଟଙ୍କା ଏବଂ ଡିଜେଲ୍ ୯୭.୦୨ ଟଙ୍କା ସର୍ବକାଳୀନ ସ୍ତରରେ ପହଞ୍ଚିଛି। ଚଳିତ ମାସରେ ୨୮ ଦିନରେ ୨୧ ଦିନ ତେଲ ଦାମ ବଢି ସାରିଛି। ଏହି ପରି ପେଟ୍ରୋଲ ଲିଟର ପିଛା ୬.୬୫ ଟଙ୍କା ଏବଂ ଡିଜେଲ୍ ୭.୨୫ ଟଙ୍କା ମହଙ୍ଗା ହୋଇ ସାରିଛି। ଏହା ପୂର୍ବରୁ ଜୁଲାଇ ମାସରେ ପେଟ୍ରୋଲ ଦାମ ୧୦୦ ଟଙ୍କା ଅତିକ୍ରମ କରିଥିଲା।

   Related Posts