କାଲି ବଢିଥିଲା ଆଜି ବି ବଢିଲା : ୩୫ ପଇସା ମହଙ୍ଗା ହେଲା ପେଟ୍ରୋଲ, ଅନେକ ରାଜ୍ୟରେ ୧୦୦ ଟଙ୍କା ପାର୍‌ ତୈଳ ଦର

Published By : Prameya-News7 Bureau | July 05, 2021 IST

ନୂଆଦିଲ୍ଲୀ ୦୫/୦୭ : ସାରା ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧିରେ ବ୍ରେକ୍‌ ଲାଗୁନାହିଁ । ପ୍ରତିଦିନ ତେଲ ଦର ବୃଦ୍ଧି ପାଉଛି । ଲଗାତାର ଦ୍ବିତୀୟ ଦିନ ପାଇଁ ଅର୍ଥାତ ସୋମବାର ମଧ୍ୟ ଦେଶ ତଥା ରାଜ୍ୟରେ ବୃଦ୍ଧି ପାଇଛି ତେଲ ଦର । କରୋନା ମହାମାରୀ ସମୟରେ ଯେତେବେଳେକି ଜନସାଧାରଣଙ୍କ ରୋଜଗାର ଠପ୍‌ ହୋଇଯାଇଛି ସେତେବେଳେ ଲଗାତାର ଭାବେ ପେଟ୍ରୋଲ ଏବଂ ଡିଜେଲ ଦାମ ବୃଦ୍ଧି ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଇଲାଣି । କେବଳ ପେଟ୍ରୋଲ ଡିଜେଲ ନୁହେଁ, ଘରୋଇ ଗ୍ୟାସ୍, ସୁଏନ୍‌ଜି ଏବଂ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀ ଦର ମଧ୍ୟ ଲଗାତାର ଭାବେ ବୃଦ୍ଧି ପାଇବାରେ ଲାଗିଛି ।

ଏହି କ୍ରମରେ ସୋମବାର ମଧ୍ୟ ଦେଶରେ ପେଟ୍ରୋଲ ୩୫ ପଇସା ବୃଦ୍ଧି ଘଟିଥିବା ବେଳେ ଡିଜେଲ ଦରରେ କୌଣସି ପରିବରର୍ତ୍ତନ ଘଟିନାହିଁ । ରାଜଧାନୀ ଦିଲ୍ଲୀରେ ଆଜି ପେଟ୍ରୋଲ ଦର ୯୯.୮୬ ଟଙ୍କା ରହିଥିବା ବେଳେ ଡିଜେଲ ଦର ରହିଛି ୮୯.୩୬ ଟଙ୍କା । ଏହା ପୂର୍ବରୁ ରବିବାର ଦିନ ମଧ୍ୟ ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି ପାଇଥିଲା ।

ରାଜ୍ୟ ରାଜଧାନୀ ଭୁବନେଶ୍ବରରେ ମଧ୍ୟ ସୋମବାର ପେଟ୍ରୋଲ ଦର ବୃଦ୍ଧି ପାଇଛି । ଭୁବନେଶ୍ବରରେ ଆଜି ପେଟ୍ରୋଲ ଦର ୩୬ ପଇସା ବୃଦ୍ଧି ଘଟି ୧୦୦.୬୬ ଟଙ୍କା ପ୍ରତି ଲିଟର ପହଞ୍ଚିଛି । କିନ୍ତୁ ଡିଜେଲ ଦର ଅପରିବର୍ତ୍ତିତ ୯୭.୩୯ ଟଙ୍କା ପ୍ରତି ଲିଟର ରହିଛି । ଗତକାଲି ଅର୍ଥାତ ରବିବାର ମଧ୍ୟ ଉଭୟ ପେଟ୍ରୋଲ ଏବଂ ଡିଜେଲ ଦରରେ ବୃଦ୍ଧି ଘଟିଥିଲା । ରବିବାର ପେଟ୍ରୋଲ ୩୫ ପିଇସା ଏବଂ ଡିଜେଲ ୨୦ ପିଇସା ବୃଦ୍ଧି ଘଟିଥିଲା ।

ଦେଶରେ ସରକାରୀ ତେଲ କମ୍ପାନୀ ଗୁଡିକ ଜୁଲାଇ ୪ ତାରିଖରେ ପେଟ୍ରୋଲ ୩୫ ପିଇସା ଏବଂ ଡିଜେଲ ୧୮ ପିଇସା ପ୍ରତିଲିଟର ବୃଦ୍ଧି କରିଥିଲେ । ଏହା ପୂର୍ବରୁ ଜୁଲାଇ ୨ ତାରିଖରେ ମଧ୍ୟ ପେଟ୍ରୋଲ ୩୫ ପଇସା ବୃଦ୍ଧି ପାଇଥିଲା ଯେତେବେଳେକି  ଡିଜେଲ ଦର ଅପରିବର୍ତ୍ତିତ ଥିଲା । ଗତ ୨ ମାସ ମଧ୍ୟରେ ପେଟ୍ରୋଲ ୩୪ ଥର ଏବଂ ଡିଜେଲ ଦର ୩୩ ଥର ବୃଦ୍ଧି ପାଇଲାଣି । ଏହା ସହିତ ଦେଶରେ ତୈଳ ଦର ଐତିହାସିକ ସ୍ତରରେ ପହଞ୍ଚିଲାଣି । ମାତ୍ର ୨ ମାସ ମାଧ୍ୟରେ ପେଟ୍ରୋଲ ୯.୧୧ ଟଙ୍କା ଓ ଡିଜେଲ ୮.୬୩ ଟଙ୍କା ପ୍ରତିଲିଟର ମହଙ୍ଗା ହେଲାଣି । ଦେଶର ଅଧିକାଂଶ ସହରରେ ପେଟ୍ରୋଲ ସେଞ୍ଚରୀ ମଧ୍ୟ ମାରିସାରିଲାଣି । ରାଜ୍ୟ ରାଜଧାନୀ ଭୁବନେଶ୍ବରରେ ମଧ୍ୟ ସମାନ ପରିସ୍ଥିତି ।

ମୁମ୍ବାଇାରେ ସୋମାବର ପେଟ୍ରୋଲ ଦର ୧୦୫.୯୨ ଟଙ୍କା ଥିବା ବେଳେ ଡିଜେଲ ଦର ରହିଛି ୯୬.୯୧ ଟଙ୍କା ରହିଛି । ସେହିଭଳି ଚେନ୍ନାଇରେ ପେଟ୍ରୋଲ ୧୦୦.୭୫ ଟଙ୍କା ଓ ଡିଜେଲ ୯୩.୯୧ ଟଙ୍କା ରହିଛି । କୋଲକାତାରେ ପେଟ୍ରୋଲ ଦର ୯୯.୮୪ ଟଙ୍କା ପ୍ରତି ଲିଟର ରହିଥିବା ବେଳେ ଡିଜେଲ ଦାର ୯୨.୨୭ ଟଙ୍କା ପ୍ରତିଲିଟର ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.