Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଆଜି ମଧ୍ୟ ବୃଦ୍ଧି ପାଇଛି ତୈଳ ଦର

10/09/2018 at 4:29 PM

ଭୁବନେଶ୍ୱର ୧୦/୯ : ତୈଳଦର ବୃଦ୍ଧି ପ୍ରତିବାଦରେ ଭାରତବନ୍ଦ ଡାକରା ଦିଆଯାଇଛି । ଏପଟେ କିନ୍ତୁ ଆଜି ମଧ୍ୟ ଦେଶରେ ତୈଳଦର ବୃଦ୍ଧି ହୋଇଛି । ପେଟ୍ରୋଲ ୨୨ପଇସା ପର୍ଯ୍ୟନ୍ତ ଏବଂ ଡିଜେଲ ୧୦ପଇସା ପର୍ଯ୍ୟନ୍ତ ବଢିଛି । ଦିଲ୍ଲୀରେ ପେଟ୍ରୋଲ ଦର ୮୦ଟଙ୍କା ୫୦ପଇସା ହୋଇଥିବା ବେଳେ ଡିଜେଲ ୭୨ଟଙ୍କା ୬୧ ପଇସା ହୋଇଛି । ମୁମ୍ବାଇରେ ୮୭ଟଙ୍କା ୮୯ପଇସା ହୋଇଥିବା ବେଳେ ଡିଜେଲ ୭୭ଟଙ୍କା ୯ପଇସା ହୋଇଛି । ଭୁବନେଶ୍ବରରେ ପେଟ୍ରୋଲ ୭୯ଟଙ୍କା ୩୬ପଇସା ପହଞ୍ଚିଥିବା ବେଳେ ଡିଜେଲ ଦର ୭୭ଟଙ୍କା ୯୧ପଇସା ହୋଇଛି । ତେଲ ଦର ନେଇ କଂଗ୍ରେସ ସାରା ଦେଶରେ ବନ୍ଦ ପାଳନ କରୁଛି । ଏଭିତରେ ଏକ ଖବର ସାରା ଦେଶର ରାଜନୀତିକୁ ଜୋର କରିଛି । ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ବସୁନ୍ଧରା ରାଜେ ରାଜ୍ୟବାସୀଙ୍କୁ ଏକ ଖୁସି ଖବର ଦେଇଛନ୍ତି । ରାଜସ୍ଥାନରେ ପେଟ୍ରୋଲ ଏବଂ ଡିଜେଲର ଭ୍ୟାଟ ଉପରେ ୪ ପ୍ରତିଶତ କମ କରିବା ପାଇଁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ । ପେଟ୍ରୋଲ ଉପରେ ଥିବା ୩୦ ପ୍ରତିଶତ ଭ୍ୟାଟକୁ କମ୍ କରାଯାଇ ୨୬ ପ୍ରତିଶତ କରାଯାଇଛି । ସେହିଭଳି ଡିଜେଲ୍ ଉପରେ ଥିବା ୨୨ ପ୍ରତିଶତ ଭ୍ୟାଟକୁ କମ୍ କରାଯାଇ ୧୮ ପ୍ରତିଶତ କରାଯାଇଛି । ଏଥିପାଇଁ ପେଟ୍ରୋଲ ଏବଂ ଡିଜେଲ୍ ଲିଟର ଉପରେ ପାଖାପାଖି ୨ ଟଙ୍କା ୫୦ ପଇସା କମ୍ ହୋଇଯିବ ।

   Related Posts