Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୨୪୫୨ ଆକ୍ରାନ୍ତ, କିନ୍ତୁ ସଂକ୍ରମଣ ବୃଦ୍ଧିରେ ଲାଗୁନି ରୋକ୍‌
  • ||
  • କମ୍ବିଂ ବେଳେ ଏସ୍‌ଓଜି ଯବାନ-ମାଓବାଦୀ ମୁହାଁମୁହିଁ, ଗୁଳି ବିନିମୟରେ ମାଓବାଦୀ ମୃତ !
  • ||
  • ସାଲେପୁର : ଡାକ ଘରେ ଚାଲିଥିଲା ଭୋଜି ଭାତର ଆୟୋଜନ, ୩ ହଜାର ଟଙ୍କା ତଣ୍ଡ ଗଣିଲେ କର୍ମଚାରୀ
  • ||
  • ନୀଳଗିରି : ପୋଖରୀରେ ଗାଧୋଇବା ବେଳେ ଖସିଗଲା ଗୋଡ, ଚାଲିଗଲା ନାବାଳିକାଙ୍କ ଜୀବନ
  • ||
  • ସାନଖେମୁଣ୍ଡି : ବେଆଇନ ମଦ ବିକ୍ରିକୁ ନେଇ ଜନ ଅସନ୍ତୋଷ, ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ
  • ||
  • କର୍ଲାମୁଣ୍ଡା : ୨ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରାପଡିଲେ ରାଜସ୍ବ ନିରୀକ୍ଷକ
  • ||
  • ଆନନ୍ଦପୁର : ଯୁକ୍ତ ୨ ପରୀକ୍ଷା ବାତିଲ ଦାବିରେ ୨ଟି ମହାବିଦ୍ୟାଳୟ ଛାତ୍ରଙ୍କ ରାସ୍ତାରୋକ
  • ||
  • ଭୁବନେଶ୍ବର : ଦୈନିକ ଲକ୍ଷେ ଟେଷ୍ଟ କରନ୍ତୁ ରାଜ୍ୟ ସରକାର – ବିଜୟ ମହାପାତ୍ର
  • ||
  • ଭୁବନେଶ୍ବର : ଓଡିଶାର ଚିହ୍ନଟ ହୋଇନି କରୋନାର ଟ୍ରିପଲ ମ୍ୟୁଣ୍ଟାଣ୍ଟ – ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ
  • ||
  • ଖୋର୍ଦ୍ଧା : ଅନଲାଇନ୍‌ରେ ପରୀକ୍ଷା ଅଥବା ବାତିଲ୍ ଦାବିରେ ଯୁକ୍ତ ୨ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ
  • ||

ଗୃହରେ ପେଟ୍ରୋଲ-ଡିଜେଲ ତାତି, ଶୂନ୍ୟ କାଳରେ ଏହି ପ୍ରସଙ୍ଗ ଉଠାଇଲେ କଂଗ୍ରେସ ବିଧାୟକ ଦଳ ନେତା

27/02/2021 at 12:24 PM

ଭୁବନେଶ୍ୱର ୨୭।୦୨: ବିଧାନସଭାରେ ଉଠିଲା ପେଟ୍ରୋଲ ଓ ଡିଜେଲ ବୃଦ୍ଧି । ଶୁନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇଲେ କଂଗ୍ରେସ ବିଧାୟକ ଦଳ ନେତା । ପେଟ୍ରୋଲ ଡିଜେଲ ରନ୍ଧନ ଗ୍ୟାସ ଦର ବୃଦ୍ଧିକୁ ନେଇ କେନ୍ଦ୍ର ଉପରେ ବର୍ଷିଛନ୍ତି ନରସିଂହ ମିଶ୍ର ।

କଂଗ୍ରେସ ବିଧାୟକ ଦଳ ନେତାଙ୍କ ମତରେ, ଅଶୋଧିତ ତୈଳ ଦର କମ ଥିବା ବେଳେ ପେଟ୍ରୋଲ-ଡିଜେଲ୍‌ ଦର ବୃଦ୍ଧିକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ପଡୋଶୀ ଦେଶମାନଙ୍କରେ କମ ଦାମରେ ପେଟ୍ରୋଲ-ଡିଜେଲ ମିଳୁଥିବା ବେଳେ ଭାରତରେ କାହିଁକି ମିଳୁନି ବୋଲି କଲେ ପ୍ରଶ୍ନ କରିଛନ୍ତି । ଆରବିଆଇ ଗଭର୍ଣର କହୁଛନ୍ତି ଟିକସ କମାଓ ବୋଲି , ହେଲେ କେହି କଣ ଜାଣିପାରୁନାହାନ୍ତି କି। କେନ୍ଦ୍ରର ଦାୟିତ୍ୱ ଅଧିକ। ଏପରି କହି କେନ୍ଦ୍ରକୁ ଟାର୍ଗେଟ କରିଛନ୍ତି ନରସିଂହ ମିଶ୍ର ।

ସେହିପରି ତୈଳ ସାମଗ୍ରୀକୁ ଜିଏସଟିରେ କାହିଁକି ଅନ୍ତର୍ଭୁକ୍ତ କରାଗଲାନି। ପୂର୍ବରୁ ମଧ୍ୟ ଗୃହରେ ମଦ ଓ ପେଟ୍ରୋଲ-ଡିଜେଲକୁ ଜିଏସଟିରେ ଅନ୍ତର୍ଭୁକ୍ତ କରିବା ପାଇଁ କୁହାଯାଇଛି । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ କିଛି ନିଷ୍ପତ୍ତି ହୋଇପାରିଲାନି । ଖାଲି କଥା ନୁହେଁ କାମରେ କରିବା ଦରକାର। ୟୁପିଏ ସରକାର ସମୟରେ ପେଟ୍ରୋଲ ଡିଜେଲ ଦରବୃଦ୍ଧି ବେଳେ ଯିଏ ଦେଶଦ୍ରୋହୀ ବୋଲି କହୁଥିଲା, ସେ କୁହନ୍ତୁ ଏବେ କିଏ ଦେଶଦ୍ରୋହୀ। ଉଭୟ କେନ୍ଦ୍ର ଓ ରାଜ୍ୟସରକାର ଟିକସ କମାନ୍ତୁ।  ଦର ନିୟନ୍ତ୍ରଣ କରିବା ଉଭୟ କେନ୍ଦ୍ର ଓ ରାଜ୍ୟସରକାରଙ୍କ ଦାୟିତ୍ୱ।

   Related Posts