Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟି-୨୦ ବିଶ୍ବକପର ଧମାକାଦାର ଆରମ୍ଭ : PNGକୁ ୧୦ ଓ୍ବିକେଟରେ ହରାଇଲା ଓମାନ, କମାଲକଲେ ଭାରତୀୟ ବଂଶୋଦ୍ଭବ ଜତୀନ୍ଦର ସିଂହ
  • ||
  • ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ସହଯୋଗୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ, ଜବତ ହେଲା ୨୦ ଲକ୍ଷ
  • ||
  • ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀଙ୍କ ଉତପାତ୍‌ ଜାରି, ୨ ଅଣ-କାଶ୍ମୀରୀଙ୍କୁ ନିର୍ମମ ହତ୍ୟା
  • ||
  • ବିସିସିଆଇ ନୂତନ କୋଚ୍ ଏବଂ ସପୋର୍ଟିଂ ଷ୍ଟାଫ ପାଇଁ ମଗାଇଲା ଆବେଦନ, ଏମିତି ରହିଛି ସର୍ତ୍ତ
  • ||
  • ରାଜ୍ୟରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ହେବ ବଜ୍ରପାତ, ୧୭ ଜିଲ୍ଲାକୁ ସତର୍କ ସୂଚନା
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୩ କୋଭିଡ୍ ପଜିଟିଭ୍
  • ||
  • ବୋହୂକୁ ପଥରରେ ଛେଚି ଦେଲା ଶାଶୂ, ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ…
  • ||
  • ପ୍ରବଳ ବର୍ଷା ପରେ ଭୂସ୍ଖଳନ: ୧୮ ମୃତ ଓ ଅନେକ ନିଖୋଜ, ମୁଖ୍ୟମନ୍ତ୍ରୀ ଲୋଡିଲେ ସେନା ସହାୟତା
  • ||
  • ଆଜିଠୁ ଓଜେଇଇ କାଉନସେଲିଂ, ପଞ୍ଜୀକରଣ ଓ ଚଏସ ଲକିଂ କରିପାରିବେ ଛାତ୍ରଛାତ୍ରୀ
  • ||

ଗୋଟିଏ ସପ୍ତାହରେ ୬ ଥର ବଢିଲାଣି ପେଟ୍ରୋଲ ରେଟ୍, ଡିଜେଲ ଉପରେ ପାହାର ପଡିନି

22/08/2020 at 3:38 PM

ନୂଆଦିଲ୍ଲୀ, ୨୨|୦୮ : ଭାରତୀୟ ବଜାରରେ ତୈଳ ଦଲ ହୁହୁ ହୋଇ ବଢିବାରେ ଲାଗିଛି । ତୈଳ ଦର ବୋଲ ମାନିବାର ନାଁ ନେଉନାହିଁ । ତୈଳ କମ୍ପାନୀମାନେ ପେଟ୍ରୋଲ ଦରରେ ତୃତୀୟ ଥର ବୃଦ୍ଧି କରିଛନ୍ତି । ସେହିପରି ଘରୋଇ ବଜାରରେ ମଧ୍ୟ ଗତ ୭ ଦିନ ମଧ୍ୟରେ ତୈଳ ଦର ଷଷ୍ଠ ଥର ପାଇଁ ବୃଦ୍ଧି ଘଟିଛି ।

ଦିଲ୍ଲୀରେ ପେଟ୍ରୋଲ ଦର ୧୬ ପଇସା ବୃଦ୍ଧି ପାଇ ୮୧.୩୫ ଟଙ୍କାରେ ପହଁଚିଛି । ସେହିପରି ମୁମ୍ବାଇରେ ପେଟ୍ରୋଲ ଦର ଲିଟର ପିଛା ୮୮.୦୨ ଟଙ୍କା ରହିଛି ।

ତେବେ ଡିଜେଲ ଦର ଗତ ୨୩ ଦିନ ଧରି ସ୍ଥିର ରହିଛି । ପେଟ୍ରୋଲ ଦର ମଧ୍ୟ ଗତ ଜୁଲାଇ ୨୯ ତାରିଖ ଯାଏଁ ସ୍ଥିର ରହିଥିଲା । କିନ୍ତୁ ଡିଜେଲ ଦର ଅସ୍ଥିର ଥିଲା  । ତେବେ ୨୯ ତାରିଖରୁ ଡିଜେଲ ଦର ସ୍ଥିର ରହିଛି । ଗତ ୧୬ ତାରିଖରୁ ପେଟ୍ରୋଲ ଦର ପୁଣି ବୃଦ୍ଧି ପାଇବାରେ ଲାଗିଥିଲା ।

ଅଗଷ୍ଟ ୧୬ ତାରିଖରୁ ଏବେସୁଦ୍ଧା ପେଟ୍ରୋଲ ଦରରେ ୯୨ ପଇସା ଅଭିବୃଦ୍ଧି ଘଟିଛି । ଦିଲ୍ଲୀ ସରକାର ଗତ ଜୁଲାଇ ୩୦ରେ ପେଟ୍ରୋଲ ଓ ଡିଜେଲ ଉପରେ ୧୩.୨୫ ପ୍ରତିଶତ ଟିକସ୍ ଛାଡ୍ କରିବା ନେଇ ଘୋଷଣା କରିଥିଲେ । ଏହାପରେ ଡିଜେଲ ଦରରେ ୮.୩୬ ପଇସା ହ୍ରାସ ପାଇ ୭୩.୫୬ ଟଙ୍କାରେ ପହଁଚିଥିଲା ।

   Related Posts