ଭୁବନେଶ୍ବର ୧୬|୯: ପେଟ୍ରୋଲ ଦରବୃଦ୍ଧି ନେଇ ଲୋକଙ୍କ ମନରେ ଅସନ୍ତୋଷ ତେଜୁଥିବା ବେଳେ ଏବେ ଏହାକୁ ନେଇ ରାଜନୀତି ବି କିଛି କମ ହେଉନାହିଁ । ଏତିକି ବେଳେ କେନ୍ଦ୍ରମନ୍ତ୍ରୀ ରାମଦାସ୍ ଅଠାୱାଲେ କହିଛନ୍ତି ତେଲର ବଢ଼ିଲେ ସେ ପରେସାନ ନୁହାନ୍ତି, କାରଣ ସେ ମନ୍ତ୍ରୀ ଅଛନ୍ତି । ମନ୍ତ୍ରୀଙ୍କ ଏଭଳି ବୟାନକୁ ନେଇ ବିବାଦ ଉପୁଜିଛି। ଏଣେ ତେଲରୁ କିଏ ଆଗେ ଟ୍ୟାକ୍ସ କାଟିବ ସେନେଇ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଚାଲିଛି ଦୋଷ ଲଦାଲଦି। …….
ଭୁବନେଶ୍ବରରେ ଆଜି ପେଟ୍ରୋଲ ଦର ୮୦ ଟଙ୍କା ୮୪ ପଇସା। ଡିଜେଲ ୭୯ ଟଙ୍କା ୨୦ ପଇସା। ଗତମାସକ ଭିତରେ ଏଠାରେ ପେଟ୍ରୋଲ ୫ ଟଙ୍କା ଆଉ ଡିଜେଲ ୬ ଟଙ୍କା ବୃଦ୍ଧି ପାଇଛି। କୋରାପୁଟରେ ପେଟ୍ରୋଲ ୮୪ଟଙ୍କା ୧୨ ପଇସା ୮୨ ଟଙ୍କା ୪୮ ପଇସା। ଗତମାସକ ଭିତରେ ଏଠାରେ ପେଟ୍ରୋଲ ଓ ଡିଜେଲ ୫ ଟଙ୍କା ବଢ଼ିଛି। ସେହିପରି ଉତ୍ତର ଓଡ଼ିଶା ସହର ବାରିପଦାରେ ପେଟ୍ରୋଲ ଦର ୮୧ ଟଙ୍କା ୯ ପଇସା ଏବଂ ଡିଜେଲେ ୭୯ ଟଙ୍କା ୪୬ ପଇସା। ଏଠାରେ ମଧ୍ୟ ମାସକ ମଧ୍ୟରେ ପେଟ୍ରୋଲ ଲିଟର ପିଛା ପ୍ରାୟ ୫ ଟଙ୍କା ବୃଦ୍ଧି ପାଇଛି। ମାସକ ଭିତରେ ତେଲ ୫ ଟଙ୍କା ବଢ଼ିଲାଣି। ବର୍ଷକ ଭିତରେ ପେଟ୍ରୋଲ ଦର ୧୫ ଟଙ୍କା ଆଉ ଡିଜେଲ ଦର ୨୦ ଟଙ୍କା ବୃଦ୍ଧି ପାଇସାରିଲାଣି। ଆଉ ଏହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ତ ଦେଖାଦେଇଛି । ଏତିକିବେଳେ ପୁଣି ବଢ଼ିଛି ବସ୍ ଭଡ଼ା। କିଲୋମିଟର ପିଛା ୨ ପଇସା ଓ ୪ ପଇସା ବଢ଼ିଲାଣି। ତେଣୁ ଲୋକେ ଏବେ ଖଡ଼ଗହସ୍ତ ହେଲେଣି।
ଅଶୋଧିତ ତେଲ ଆମଦାନି ହୋଇ ଭାରତକୁ ଆସିବା ପରେ ଏହାର ଦର ଥାଏ ପାଖାପାଖି ଥାଏ ୩୬ ଟଙ୍କା। ତେବେ ଅଶୋଧିତ ତୈଳ ଶୋଧନ ପରେ ଏହାର ଦର ହୋଇଥାଏ ପାଖାପାଖି ୩୯ ଟଙ୍କା ୫୦ ପଇସା । ବର୍ତ୍ତମାନ ପେଟ୍ରୋଲ ଲିଟର ୮୧ ଟଙ୍କାରୁ ଡିଲର କମିଶନ ପ୍ରାୟ ୩ ଟଙ୍କା। ଏହା ବାଦ ପ୍ରାୟ ୩୬ ଟଙ୍କା କେବଳ ଟ୍ୟାକ୍ସ ଦେଉଛନ୍ତି ଗ୍ରାହକ। ଏଥିରେ ଏକ୍ସାଇଜ୍ ଡ୍ୟୁଟି କେନ୍ଦ୍ର ନେଉଛି ପ୍ରାୟ ୧୯ ଟଙ୍କା । ଏହାପରେ ଏଥିରେ ରାଜ୍ୟ ସରକାର ୨୬ ପ୍ରତିଶତ ବା ୧ ଲିଟରରେ ୧୭ ଟଙ୍କା ଭ୍ୟାଟ ନେଉଛନ୍ତି। ତେବେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ରାଜ୍ୟକୁ ଦୋଷ ଦେଇଛନ୍ତି ଯେ ରାଜ୍ୟ ଭ୍ୟାଟ କମାଉ। ଆଉ ଏଣେ ଅର୍ଥମନ୍ତ୍ରୀ କହିଛନ୍ତି କେନ୍ଦ୍ର ନେଉଥିବା ଟ୍ୟାକ୍ସ କମ କରନ୍ତୁ।
ଏ ଦୋଷ ଲଦାଲଦି ଲୋକେ ଶୁଣି ଆସିଲେଣି ବେଶ୍ କିଛି ଦିନ ହେଲାଣି। ହଲେ ନା କେନ୍ଦ୍ର ନା ରାଜ୍ୟ ସରକାର କେହି ବି ନିଜ ଟ୍ୟାକ୍ସ ଭାଗ କମାଇବାକୁ ପ୍ରସ୍ତୁତ ନୁହନ୍ତି । ଏହାର କାରଣ କଣ କେନ୍ଦ୍ରର ଜଣେ ମନ୍ତ୍ରୀ ସହଜରେ କହିଛନ୍ତି କାରଣ ମନ୍ତ୍ରୀମାନଙ୍କୁ ତେଲ ଦର ପରେସାନ କରେନା। ଏହା ଥିଲା ରାମଦାସ ଅଠାୱାଲେଙ୍କ ମତ।
ଅଠାୱାଲେ ଅବଶ୍ୟ ପରେ କଥାକୁ ବାଁରେଇଛନ୍ତି। କିନ୍ତୁ କଥାଟା ସତ ମନ୍ତ୍ରୀମାନଙ୍କୁ ତେଲ ଦର ବାଧିବନି କାରଣ ସେମାନଙ୍କ ଗାଡ଼ି ସରକାରୀ ତେଲରେ ଗଡୁଛି। ଏଣେ ତେଲ ଦର ବୃଦ୍ଧି ସହିତ ସାଧାରଣ ସାମଗ୍ରୀ ହୁହୁ ହେଇ ବଢ଼ିଚାଲିଲାଣି