Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟଳିଗଲା ମୃତ୍ୟୁ, ଅଳ୍ପକେ ମରଣ ମୁହଁରୁ ବର୍ତ୍ତିଲେ କଲେଜ ଛାତ୍ରୀ ଓ ସ୍କୁଟି ଚାଳକ : ସିସିଟିଭିରେ ଛାତିଥରା ଦୃଶ୍ୟ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୧କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୨୮ କରୋନା ସଂକ୍ରମିତ, ୧୦୪୯୧୦୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୬ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୦ ମୃତ
  • ||
  • ହଠାତ ହେଲା ବରଫ ଝଡ, ପବ୍‌ରେ ଫସିଗଲେ ୬୧ ଗ୍ରାହକ : ୩ ଦିନ ପରେ ଉଦ୍ଧାର
  • ||
  • ମା’ ସୁରେଶ୍ୱରୀ ମନ୍ଦିରରୁ ଚୋରି, ନେଇଗଲେ ଦେବୀଙ୍କ ରୁପା ମୁକୁଟ
  • ||
  • ବୁଧବାରଠୁ କମ୍ପିବ ବିଧାନସଭା, ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧି
  • ||
  • ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖରେ କରିବ ଲ୍ୟାଣ୍ଡଫଲ
  • ||
  • ଜଗତସିଂହପୁରରେ ‘ସାଗର କବଚ ଓଡି-୨୧’, ସମରାଭ୍ୟାସରେ ସାମିଲ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ
  • ||

ଆଉ ପେଟ୍ରୋଲ ଦରକାର ନାହିଁ, ଏହି ରାଜ୍ୟରେ ସରକାରୀ କର୍ମଚାରୀଙ୍କୁ ମିଳିବ ଇଲେକ୍ଟ୍ରିକ ଗାଡି

6/06/2021 at 6:04 PM

ନୂଆଦିଲ୍ଲୀ ୦୬।୦୬: ଇଲେକ୍ଟ୍ରିକ ବାହାନକୁ ପ୍ରୋତ୍ସାହନ ଦେବା ପାଇଁ ସରକାର ଅନେକ ପଦକ୍ଷେପ ନେଉଛନ୍ତି। ଏହି କ୍ରମରେ ଗୋଆ ଓ କେରଳ ସରକାର ନିଜ ରାଜ୍ୟରେ ସରକାରୀ ଏଜେନ୍ସି ଓ କର୍ମଚାରୀଙ୍କ ପାଇଁ ବୈଦ୍ୟୁତିକ ଯାନ କିଣିବା ପାଇଁ ପଦକ୍ଷେପ ନେଇଛନ୍ତି। ଗୋଆ ଓ କେରଳ ସରକାର ଇଲେକ୍ଟ୍ରିନ ବାହାନ ନିର୍ମାଣ କରୁଥିବା କମ୍ପାନୀ କନଭରଜେନ୍ସ ସର୍ଭିସେସ୍ ଲିମିଟେଡ୍(ସିଇଏସଏଲ) ସହ ରାଜିନାମା କରିଛନ୍ତି। ଏହି ରାଜିନାମା ଆଧାରରେ ରାଜ୍ୟ ପାଇଁ ୩୦ ହଜାରରୁ ଅଧିକ ଦୁଇ ଚକିଆ ଏବଂ ତିନି ଚକିଆ ଇଲେକ୍ଟ୍ରିକ ଯାନ କିଣାଯିବ। ଗୋଆ ଏବଂ କେରଳ ସରକାର ବିଶ୍ଵ ପରିବେଶ ଦିବସ ଅବସରରେ ସିଇଏସଏଲ ସହ ଏହି ଚୁକ୍ତି ସ୍ଵାକ୍ଷରିତ କରିଛନ୍ତି।

ଏହି ଇଲେକ୍ଟ୍ରିକ ଗାଡିର ବ୍ୟବହାର ବିଭିନ୍ନ ସରକାରୀ ସଂସ୍ଥା ଦ୍ଵାରା କରାଯିବାର ସମ୍ଭାବନା ରହିଛି। ଦୁଇ ଚକିଆ ଇଲେକ୍ଟ୍ରିକ ଯାନର  ବ୍ୟବହାର ସରକାରୀ କର୍ମଚାରୀ କରି ପାରନ୍ତି ଏବଂ ତିନି ଚକିଆ ଯାନର ବ୍ୟବହାର ସରକାରୀ ସାମଗ୍ରୀ ପରିବହନରେ କରାଯାଇପାରେ। ସିଇଏସଏଲ ଇଲେକ୍ଟ୍ରିକ ଗାଡିର ବିକାଶ ଓ ଚାର୍ଜିଂ ଭିତ୍ତିଭୂମି ପାଇଁ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ୍(ବିଇଏଲ), ଟିଭିଏସ ମୋଟର କମ୍ପାନୀ, ଜେବିଏମ ରିନ୍ୟୁଏବଲ୍ସ ପ୍ରାଇଭେଟ୍ ଲିମିଟେଡ୍ ଓ ଫୋର୍ଟମ ଇଣ୍ଡିଆ ସହିତ ଭାଗିଦାରୀ କରିଛି।

ଏହି ରାଜିନାମା ଆଧାରରେ ସିଇଏସଏଲ ଇଲେକ୍ଟ୍ରିକ ଗାଡି ପାଇଁ ଚାର୍ଜିଂ ପଏଣ୍ଟ ସ୍ଥାପନ  କରିବ। ଏଥିସହ ଇସିଏଲ ଗୋଆ ଓ କେରଳରେ ରାଜ୍ୟ ରାଜମାର୍ଗ ଏବଂ ଏକ୍ସପ୍ରେସ୍ ଓ୍ଵେରେ ଇଭି ଚାର୍ଜିଂର ଭିତ୍ତିଭୂମି ଢାଞ୍ଚାର ବିକାଶ ଉପରେ ଧ୍ୟାନ ଦେବ। ଭାରତୀୟ ଇଲେକ୍ଟ୍ରିକ ବାହାନ କ୍ଷେତ୍ରରେ ଦୁଇ ଚକିଆ ଯାନର ବେଶ୍ ଦବଦବା ରହିଛି। କମ ଦ୍ରୁତଗାମୀ ଇଲେକ୍ଟ୍ରିକ ଗାଡିର ଚାହିଦା ବଢୁଥିବା ଦେଖିବାକୁ ମିଳିଛି। ଗତ କିଛି ବର୍ଷରେ ତିନି ଚକିଆ ଇଲେକ୍ଟ୍ରିକ ଗାଡିର ବିକ୍ରି ମଧ୍ୟ ବୃଦ୍ଧି ଘଟିଛି।

   Related Posts