ମହଙ୍ଗା ମାଡ : ୨ଦିନରେ ୧.୨୦ବଢିଲା ପେଟ୍ରୋଲ-ଡିଜେଲ୍‌ ଦର

Published By : Prameya-News7 Bureau | June 08, 2020 IST

ନୂଆଦିଲ୍ଲୀ ୦୮।୦୬: ଅନ୍‌ଲକ୍‌-୧ରେ ପୁଣି ଝଟ୍‌କା । କିଛି ଦିନ ତଲେ ଘରୋଇ ଗ୍ୟାସ୍‌ ଦର ବୃଦ୍ଧି ହୋଇଥିବା ବେଳେ ପେଟ୍ରୋଲ ଓ ଡିଜେଲ୍‌ ଦର ବୃଦ୍ଧି ପାଉଛି । ପେଟ୍ରୋଲ ଓ ଡିଜେଲ ଦର କ୍ରମାଗତ ଭାବେ ବୃଦ୍ଧି ପାଇଛି । ଲଗାତାର ୨ଦିନ ହେବ ବଢିତାଲିଛି ଉଭୟ ତୈଳ ସାମଗ୍ରୀର ଦର ।  ଏହାଦ୍ୱାରା ସାଧାରଣ ଜନତାଙ୍କ ଉପରେ ମହଙ୍ଗା ମାଡ ହୋଇଛି । ଦେଶର ରାଜଧାନୀ ଦିଲ୍ଲୀରେ ଦୁଇ ଦିନ ହେବ ପେଟ୍ରୋଲ ଓ ଡିଜେଲ୍‌ ଦର ବୃଦ୍ଧି ପାଇଛି । ଏହା ଦ୍ୱାରା ଦୁଇ ଦିନରେ ୧.୨୦ ଟଙ୍କା ପ୍ରତି ଲିଟର ବୃଦ୍ଧି ପାଇଛି ।

ଆନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ମୂଲ୍ୟରେ ତୀବ୍ର ବୃଦ୍ଧି ଯୋଗୁଁ ତୈଳ କମ୍ପାନୀଗୁଡିକ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି କରିଛନ୍ତି।  ଅଶୋଧିତ ତୈଳର ବ୍ରେଣ୍ଟ ମୂଲ୍ୟ ୪୩ ଡଲାର ବୃଦ୍ଧି ପାଇଛି ଏବଂ ଡବ୍ଲୁଟିଏଇ ବ୍ୟାରେଲ ପିଛା ୪୦ ଡଲାରରୁ ଅଧିକ ହୋଇଛି। ତେଣୁ ତୈଳ ବିକ୍ରୟ କମ୍ପାନୀଗୁଡିକ ୮୦ଦିନର ବିରତି ପରେ ରବିବାର ଦିନ ପେଟ୍ରୋଲ ଓ ଡିଜେଲ୍‌ ମୁଲ୍ୟରେ ବୃଦ୍ଧି କରିଥିଲେ । ଏହି କ୍ରମରେ ଆଜି ମଧ୍ୟ ପେଟ୍ରୋଲ-ଡିଜେଲ୍ ଦର ବୃଦ୍ଧି ପାଇଛି ।

ଇଣ୍ଡିଆନ୍ ଅଏଲ୍ ୱେବସାଇଟ୍ ଅନୁଯାୟୀ, ଦିଲ୍ଲୀ, କୋଲକାତା, ମୁମ୍ବାଇ ଏବଂ ଚେନ୍ନାଇରେ ପେଟ୍ରୋଲର ମୂଲ୍ୟ ସୋମବାର ଦିନ ଯଥାକ୍ରମେ ୭୨.୪୬ , ୭୪.୩୫, ୭୩.୪୯ ଏବଂ ୭୬.୬୦ଟଙ୍କାକୁ ବୃଦ୍ଧି ପାଇଛି। ଏହି ସମୟରେ, ଚାରି ମେଟ୍ରୋରେ ମଧ୍ୟ ଡିଜେଲର ଦର ଯଥାକ୍ରମେ ୭୦.୫୯, ୬୬.୬୧, ୬୯.୩୭ ଏବଂ ୬୯.୨୫କୁ  ବୃଦ୍ଧି ପାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.