Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁଜିବ ଓ ରଶିଦଙ୍କ ଘାତକ ବୋଲିଂ, ସ୍କଟଲାଣ୍ଡକୁ ୧୩୦ ରନରେ ହରାଇଲା ଆଫଗାନିସ୍ତାନ
  • ||
  • ଇଣ୍ଡିଆନ ପ୍ରିମିୟର ଲିଗ୍ (IPL)ରେ ସାମିଲ ହେଲେ ଆଉ ୨ଟି ନୂଆ ଟିମ । ୨ ଟିମ ଅହମ୍ମଦାବାଦ ଏବଂ ଲକ୍ଷ୍ନୌ ଆସନ୍ତାବର୍ଷ ହେବାକୁ ଥିବା ଆଇପିଏଲରେ ଅଂଶଗ୍ରହଣ କରିବେ ।
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୩୬୦ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୧୮୦ ଡିସଚାର୍ଜ
  • ||
  • ସତ ହେଲା ଧୋନୀଙ୍କ ଭବିଷ୍ୟବାଣୀ, ୫ ବର୍ଷ ତଳେ କହିଥିଲେ- ଦିନେ ଏମିତି ହେବ…
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୨୫ କୋଭିଡ୍ ପଜିଟିଭ୍
  • ||
  • ପଡୋଶୀ ଘରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ୨ ପରିବାର ମଧ୍ୟରେ ରକ୍ତାକ୍ତ ସଙ୍ଘର୍ଷ : ୮ ଗୁରୁତର, ବୁଲିଲା ଟାଙ୍ଗିଆ ଓ କଟୁରୀ
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାର : ଧବଳେଶ୍ୱର ପୀଠରେ ୧୪୪ ଧାରା, ମନ୍ଦିର ଖାଁ ଖାଁ
  • ||
  • ୫ ଦିନ ଯାଏଁ ଖସିବନି ପାରଦ, ୨୮ରୁ କାଁ ଭାଁ ବର୍ଷା
  • ||

ଗ୍ରାହକଙ୍କୁ ପୁଣି ମହଙ୍ଗା ମାଡ : ପୁଣି ବଢିଲା ପେଟ୍ରୋଲ୍, ଜିଡେଲ୍ ଦର

16/05/2021 at 11:41 AM

ନୂଆଦିଲ୍ଲୀ ୧୬/୫: ଲଗାତାର ଭାବେ ପୁଣିଥରେ ବୃଦ୍ଧି ପାଇଛି ପେଟ୍ରୋଲ, ଡିଜେଲ ଦର । ରାଜଧାନୀ ଦିଲ୍ଲୀରେ ଲିଟର ପିଛା ୨୪ ପଇସା ବୃଦ୍ଧି ପାଇ ବର୍ତ୍ତମାନ ଦର ୯୨ଟଙ୍କା ୫୮ ପଇସା ରହିଛି । ସେହିପରି ଡିଜେଲ୍ ୨୭ ପଇସା ବଢି ଲିଟର ପିଛା ୮୩ ଟଙ୍କା ୨୨ ପଇସା ରହିଛି । ମହାରାଷ୍ଟ୍ର, ରାଜସ୍ଥାନର ଶ୍ରୀଗଙ୍ଗନଗର, ଇନ୍ଦୋର, ଭୋପାଳ, ରେୱା, ଅନୁପପୁର (ମଧ୍ୟପ୍ରଦେଶ) ଏବଂ ପାର୍ବନୀରେ ପେଟ୍ରୋଲର ମୂଲ୍ୟ ୧୦୦ ପାର୍ କରିଛି । ଜାତୀୟ ଗଣମାଧ୍ୟମ ସୂତ୍ରରୁ ଏହା କୁହାଯାଇଛି ।

ମୁମ୍ବାଇରେ ଏବେ ପେଟ୍ରୋଲର ମୂଲ୍ୟ ଲିଟର ପିଛା ୯୮ ଟଙ୍କା ୮୮ ପଇସା ଥିବାବେଳେ ଡିଜେଲ ମୂଲ୍ୟ ଲିଟର ପିଛା ୯୦.ଟଙ୍କା ୪୦ପଇସାରେ ପହଞ୍ଚିଛି । ସେହିଭଳି ଚେନ୍ନାଇରେ ଲିଟର ପିଛା ୯୪.ଟଙ୍କା ୩୧ ପଇସା ଏବଂ ଜିଡେଲ ଲିଟର ପିଛା ୮୮ଟଙ୍କା ୦୭ ପଇସା ରହିଛି । କୋଲକାତାରେ ପେଟ୍ରୋଲର ମୂଲ୍ୟ ଲିଟର ପିଛା ୯୨ ଟଙ୍କା ୬୭ ପଇସା ଡିଜେଲ ଲିଟର ପିଛା ୮୬ ଟଙ୍କା ୦୬ପଇସାରେ ବିକ୍ରି ହେଉଛି ।

ଶୁକ୍ରବାର ଦିନ ପେଟ୍ରୋଲ ମୂଲ୍ୟ ଲିଟର ପିଛା ୨୯ ପଇସା ଏବଂ ଡିଜେଲ ୩୪ ପଇସା ବୃଦ୍ଧି ପାଇଛି । ସପ୍ତାହରେ ପଞ୍ଚମ ଥର ପାଇଁ ବୃଦ୍ଧି ପାଇଛି ଦର । ଭାରତରେ ପେଟ୍ରୋଲ ଏବଂ ଡିଜେଲର ଖୁଚୁରା ମୂଲ୍ୟ ପୂର୍ବ ଦିନର ଆନ୍ତର୍ଜାତୀୟ ହାର ସହିତ ସମାନ ହୋଇଛି । ଆନ୍ତର୍ଜାତୀୟ ତୈଳ ମୂଲ୍ୟ ଏବଂ ଟଙ୍କା-ଡଲାର ବିନିମୟ ମୂଲ୍ୟ ଘରୋଇ ପମ୍ପ ମୂଲ୍ୟ ଉପରେ ପ୍ରଭାବ ପକାଇଥାଏ । କାରଣ ଭାରତ ୮୦% ରୁ ଅଧିକ ଅଶୋଧିତ ତୈଳ ଆମଦାନୀ କରିଥାଏ ଏବଂ ଡଲାରରେ ଦେଇଥାଏ ।

   Related Posts