Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଷ୍ଟେଟ୍ ବ୍ୟାଙ୍କ ଉପରେ କୋଟିଏ ଟଙ୍କାର ଫାଇନ ଲଗାଇଲେ ରିଜର୍ଭ ବ୍ୟାଙ୍କ, ସବୁଠୁ ବଡ ବ୍ୟାଙ୍କ ବିରୋଧରେ ଋଣ ନିୟମ ଉଲ୍ଲଙ୍ଘନ ଅଭିଯୋଗ
  • ||
  • ଶ୍ରେୟସ ଆୟରଙ୍କ ଉପରେ ମୁମ୍ବାଇ ଇଣ୍ଡିଆନ୍ସର ନଜର, ରାହୁଲ ଓ ଧାଓ୍ୱନ ବି ବଦଳାଇବେ ଟିମ୍ !
  • ||
  • ରାଜ୍ୟରେ ଆଉ ୩ ଜଣ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୬କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୬୪ କରୋନା ସଂକ୍ରମିତ, ୧୦୪୮୪୯୨ରେ ପହଞ୍ଚିଲା ସଂଖ୍ୟା
  • ||
  • ଜରୁରୀକାଳିନ ପରିସ୍ଥିତି ଘୋଷଣା କଲେ ଗଭର୍ଣ୍ଣର : କରୋନା ସଂକ୍ରମଣ ବଢିବା ପରେ କଟକଣା କଡାକଡି
  • ||
  • ୧୮ କେଜିର ବଜ୍ରକାପ୍ତା ଉଦ୍ଧାର, ଡିଲ୍ ବେଳେ ଧରିଲା ବନ ବିଭାଗ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୪୬୫ ମୃତ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||

ନେପାଳରେ ପେଟ୍ରୋଲ ମୂଲ୍ୟ ଭାରତ ଠାରୁ କମ୍, ହେଲେ ଟିକସ ରିହାତିର ଲାଭ ନେଇପାରୁନାହାଁନ୍ତି ସୀମାନ୍ତବର୍ତ୍ତୀ ଲୋକେ

6/11/2021 at 11:48 AM

ରକ୍ସୋଲ ୦୬/୧୧: ଦରଦାମ ବୃଦ୍ଧି ହେତୁ ସାଧାରଣ ଲୋକ ଅସହ୍ୟ ଯନ୍ତ୍ରଣା ଭୋଗୁଛନ୍ତି । ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ବୃଦ୍ଧି ସାଧାରଣ ଲୋକଙ୍କ ଅଣ୍ଟା ଭାଙ୍ଗି ଦେଇଛି । ପ୍ରତିଦିନ ପେଟ୍ରୋଲ-ଡିଜେଲ ଦର ବୃଦ୍ଧି ହେତୁ ଜନସାଧାରଣଙ୍କ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗୁଥିଲା । ତା’ପରେ କେନ୍ଦ୍ର ଏବଂ ରାଜ୍ୟ ସରକାର ଟିକସ ହ୍ରାସ ଘୋଷଣା କରି ଜନସାଧାରଣଙ୍କୁ ସାମାନ୍ୟ ଆରାମ ପ୍ରଦାନ କରିଛନ୍ତି ।

ତେବେ ନେପାଳ ସୀମାବର୍ତ୍ତୀ ଅଞ୍ଚଳର ରହୁଥିବା ଲୋକେ ସରକାରଙ୍କ ଦ୍ୱାରା ପେଟ୍ରୋଲ ଏବଂ ଡିଜେଲ ଦର ହ୍ରାସର ଫାଇଦା ଉଠାଇ ପାରିବେ ନାହିଁ । ବିହାର ଏବଂ ନେପାଳର ସୀମାକୁ ଲାଗିଥିବା ଅଞ୍ଚଳରେ ରହୁଥିବା ଲୋକମାନେ ଏହାର ଫାଇଦା ଉଠାଉ ନାହାଁନ୍ତି । ଏହାର ମୁଖ୍ୟ କାରଣ ହେଉଛି ନେପାଳରେ ପେଟ୍ରୋଲ ଏବଂ ଡିଜେଲ ବହୁତ ଶସ୍ତା । ସୀମାନ୍ତ ଅଞ୍ଚଳର ଲୋକମାନେ ପେଟ୍ରୋଲ ଏବଂ ଡିଜେଲ ପାଇଁ ନେପାଳ ଆଡକୁ ମୁହାଁଉଛନ୍ତି ।

ଭାରତ ତୁଳନାରେ ନେପାଳରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବହୁତ କମ୍ ଅଟେ । ନେପାଳ ସୀମା ନିକଟରେ ଥିବା ବିହାରର ରାକ୍ସଲରେ ପେଟ୍ରୋଲର ମୂଲ୍ୟ୧୦୭ ଟଙ୍କା ୯୨ ପଇସା ଏବଂ ଡିଜେଲର ମୂଲ୍ୟ ଲିଟର ପିଛା ୯୨ ଟଙ୍କା ୯୮ ପଇସା ରହିଛି। ରକ୍ସୋଲ ନିକଟରେ ଥିବା ନେପାଳର ପାର୍ସା ଜିଲ୍ଲାରେ ଏକ ଲିଟର ପେଟ୍ରୋଲର ମୂଲ୍ୟ ହେଉଛି ୧୩୨.୨୫ ନେପାଳୀ ଟଙ୍କା କିମ୍ବା ଭାରତୀୟ ଟଙ୍କା ୮୨ ଟଙ୍କା ୬୫ ପଇାସା । ସେହିଭଳି ଡିଜେଲର ମୂଲ୍ୟ ମଧ୍ୟ ୧୧୫ ଟଙ୍କା ୨୫ ପାଇସା ନେପାଳୀ ଟଙ୍କା କିମ୍ବା ଲିଟର ପିଛା ୭୨.୦୩ ଭାରତୀୟ ଟଙ୍କା । ଏଠାରେ ଉଲ୍ଲେଖଯୋଗ୍ୟ ଯେ ବିହାର ଏବଂ ନେପାଳର ସୀମାନ୍ତ ଅଞ୍ଚଳରେ ନେପାଳର ଟଙ୍କା ପ୍ରାୟତଃ ଚାଲୁଛି ।

   Related Posts