Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସୁନ୍ଦରଗଡ : ଭିଜିଲାନ୍ସ ପଞ୍ଝାରେ ସହକାରୀ ଯନ୍ତ୍ରୀ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ପାରାଦୀପ : ପଶ୍ଚିମବଙ୍ଗରେ ମହିଳାଙ୍କୁ ଦୁଷ୍କର୍ମ ପରେ କରିଥିଲା ହତ୍ୟା, ପାରାଦୀପରୁ ହେଲା ଗିରଫ
  • ||
  • ଜାଗର ପ୍ରସ୍ତୁତି : ବାବା ଆଖଣ୍ଡଳମଣିଙ୍କ ପୀଠରେ ଲାଗିଲା କଟକଣା, ମାର୍ଚ୍ଚ ୧୦ରୁ ୨ଦିନ ଯାଏଁ ୧୪୪ ଧାରା
  • ||
  • JEE ମେନ୍ ରେଜଲ୍ଟ ପ୍ରକାଶିତ
  • ||
  • ଦେଶର ୪ଟି ସ୍ଥାନରେ ପ୍ରତିଷ୍ଠା ହେବ ଜାତୀୟ ଭୂତାଣୁ ବିଜ୍ଞାନ ସଂସ୍ଥାନ, ଭୁବନେଶ୍ଵରରେ ପ୍ରତିଷ୍ଠା କରିବାକୁ ସ୍ଵାସ୍ଥ୍ୟ ମନ୍ତ୍ରୀଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର
  • ||
  • ବଦଳିଲେ ପୋଲିସ କମିଶନର, ସୁଧାଂଶୁଙ୍କ ଜାଗା ନେଲେ ସୌମେନ୍ଦ୍ର ପ୍ରିୟଦର୍ଶୀ
  • ||
  • ବ୍ରହ୍ମପୁର : ଜମିଜମା ବିବାଦରୁ ବିଧବା ମହିଳାଙ୍କୁ ବୀଭତ୍ସ ହତ୍ୟା
  • ||
  • କଟକ : SCBରେ ମହିଳା ରୋଗୀଙ୍କ ଉପରେ ଖସିପଡିଲା ଫ୍ୟାନ୍, ଆଇସିୟୁରେ ଭର୍ତ୍ତି
  • ||
  • ଭୁବନେଶ୍ବର : ଆନ୍ତର୍ଜାତୀୟ ମହିଳା ଦିବସରେ ବିଜେଡିର ମହିଳା ସମାବେଶ, ମୁଖ୍ୟମନ୍ତ୍ରୀ କହିଲେ ମା’ମାନେ ଆଜନ୍ମ ନେତ୍ରୀ
  • ||
  • ଭୁବନେଶ୍ବର : ଗଠନ ହେଲା ୯ଜଣିଆ ଟାସ୍କ ଫୋର୍ସ, ଆୟତ୍ତ କରିବେ ନିଆଁ
  • ||

ଦେଶରେ ହୁ ହୁ ହୋଇ ତୈଳ ଦର : ଭୁବନେଶ୍ବରରେ ପେଟ୍ରୋଲ ଲିଟର ୮୫.୬୯, ଦିଲ୍ଲୀରେ ୮୫ ଟଙ୍କା ଟପିଲା

19/01/2021 at 9:37 AM

ନୂଆଦିଲ୍ଲୀ ୧୯/୦୧ : ପେଟ୍ରୋଲ ଏବଂ ଡିଜେଲ ଦାମ ପୁଣି ବୃଦ୍ଧି କରିଛନ୍ତି ତେଲ କମ୍ପାନୀ । ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଏବଂ ଡିଜେଲ ଦାମ ୮୫ ଟଙ୍କାରୁ ଅଧିକ ରହିଛି । ମଙ୍ଗଳବାର ଡିଜେଲ ଏବଂ ପଟ୍ରୋଲ ଦାମରେ ୨୫ ପଇସା ଲେଖାଏଁ ବୃଦ୍ଧି ଘଟାଇଛନ୍ତି ତେଲ କମ୍ପାନୀ । ଅନ୍ତରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳର ଦାମରେ କୌଣସି ପରିବର୍ତ୍ତନ ହୋଇନଥିଲେ ସୁଦ୍ଧା ତେଲ କମ୍ପାନୀମାନେ ତୈଳ ଦର ବୃଦ୍ଧି କରିଛନ୍ତି ।

ଦେଶରେ ମହଜୁଦ ଥିବା ଅଶୋଧିତ ତୈଳ ୨୦ ରୁ ୨୫ ଦିନ ପୂର୍ବର ଏବଂ ସେତେବେଳେ ଏହାର ଦାମ ଅଧିକ ଥିବାରୁ ବର୍ତ୍ତମାନ ପେଟ୍ରୋଲ ଏବଂ ଡିଜେଲ ଦାମରେ ବୃଦ୍ଧି ଘଟିଥିବା ଅନୁମାନ କରାଯାଉଛି । ମଙ୍ଗଳବାର ପେଟ୍ରୋଲ ଏବଂ ଡିଜେଲ ଦାମରେ ବୃଦ୍ଧି ଫଳରେ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ୮୫.୨୧ ଏବଂ ଡିଜେଲ ଦାମ ୭୫.୩୮ ଟଙ୍କା ପ୍ରତି ଲିଟର ରହିଛି ।

ସେହିଭଳି ଭୁବନେଶ୍ବରରେ ପେଟ୍ରୋଲ ଲିଟର ପିଛା ୮୫.୬୯ ଏବଂ ଡିଜେଲ ଦାମ ୮୧.୯୬ ଟଙ୍କା ପ୍ରତି ଲିଟର ରହିଛି । ମୁମ୍ବାଇରେ ପେଟ୍ରୋଲ ୯୧.୮୦ ଏବଂ ଡିଜେଲ ଦାମ ୮୨.୧୩ ଟଙ୍କା ପ୍ରତି ଲିଟର ରହିଛି । ଚେନ୍ନାଇରେ ପେଟ୍ରୋଲ ୮୭.୮୫ ଏବଂ ଡିଜେଲ ଦାମ ୮୦.୬୭ ଟଙ୍କା ପ୍ରତି ଲିଟର ରହିଛି । କୋଲକାତାରେ ପେଟ୍ରୋଲ ୮୬.୬୩ ଏବଂ ଡିଜେଲ ଦାମ ୭୮.୯୭ ଟଙ୍କା ପ୍ରତି ଲିଟର ରହିଛି ।

ତେଲ ଦର ଅହେତୁକ ବୃଦ୍ଧିକୁ ନେଇ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ‘ଅଶୋଧିତ ତୈଳର ପ୍ରାୟ ୮୦ ପ୍ରତିଶତ ବାହାର ଦେଶରୁ ଆମଦାନୀ କରୁଛି ଭାରତ । କରୋନା ମହାମାରୀ କାରଣରୁ ଅନେକ ଦେଶରେ ତେଲ ଉତ୍ପାଦନ କମିଛି ଏବଂ ଅନେକ କମ୍ପାନୀ ତେଲ ଆମଦାନୀ ମଧ୍ୟ ବନ୍ଦ କରିଦେଇଛନ୍ତି । ଚାହିଦା ଏବଂ ଯୋଗାଣରେ ଅସନ୍ତୁଳନ ହେତୁ ଇନ୍ଧନ ମୂଲ୍ୟ ଉପରେ ଚାପ ପଡୁଛି’ ।

   Related Posts