ଅନେକ ଦିନ ପରେ ଦେଶରେ ବଢିଲା ପେଟ୍ରୋଲ ଏବଂ ଡିଜେଲ ଦର

Published By : Prameya-News7 Bureau | November 20, 2020 IST

ନୂଆଦିଲ୍ଲୀ ୨୦/୧୧ : ଅନେକ ଦିନର ସ୍ଥିରତା ପରେ ପେଟ୍ରୋଲ ଏବଂ ଡିଜେଲ ଦରରେ ବୃଦ୍ଧି ଘଟିଛି । ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ପ୍ରତି ଲିଟର ପିଛା ୧୭ ପଇସା ବୃଦ୍ଧି ପାଇ ୮୧.୨୩ ଟଙ୍କାରେ ପହଞ୍ଚିଛି । ସେହିଭଳି ଡିଜେଲ ଲିଟର ପିଛା ୨୨ ପଇସା ବୃଦ୍ଧି ପାଇ ୭୦.୬୮ ଟଙ୍କାରେ ପହଞ୍ଚିଛି ।

{"id":364832,"width":578,"height":311,"sizeSlug":"large"}

ଶୁକ୍ରବାର ଓଡିଶାରେ ପେଟ୍ରୋଲ ଦର ଲିଟର ପିଛା ୭୮.୧୬ ଟଙ୍କା ଥିବା ବେଳେ ଡିଜେଲ ଦର ୭୭.୮୩ ଟଙ୍କା ପ୍ରତି ଲିଟର ରହିଛି । ସେହିଭଳି ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା ୧୮ ପଇସା ବୃଦ୍ଧି ପାଇ ୮୭.୯୨ ଟଙ୍କା ଏବଂ ଡିଜେଲ ୨୫ ପଇସା ବୃଦ୍ଧି ପାଇ ୭୭.୧୧ ଟଙ୍କାରେ ପହଞ୍ଚିଛି । ସେହିଭଳି ଚେନ୍ନାଇରେ ପେଟ୍ରୋଲ ୮୪.୩୧ ଏବଂ ଡିଜେଲ ୭୬.୧୭ ଟଙ୍କାରେ ବିକ୍ରି ହେଉଛି । ଶୁକ୍ରବାର କୋଲକାତାରେ ପେଟ୍ରୋଲ ୮୨.୭୯ ଏବଂ ଡିଜେଲ ୭୪.୨୪ ଟଙ୍କା ଦାମ ପ୍ରତି ଲିଟର ରହିଛି ।

{"id":364833,"width":578,"height":255,"sizeSlug":"large"}

ଅଶୋଧିତ ତୈଳ ଦର ଏବଂ କର ବୃଦ୍ଧି ପାଇଥିବାରୁ ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି ପାଇଛି । ଅନ୍ୟପଟେ କରୋନା ମହାମାରୀ କାରଣରୁ ଦେଶର ଅର୍ଥବ୍ୟବସ୍ଥା ମଧ୍ୟ ଭୁଶୁଡି ପଡିଛି । ଗତ ଏପ୍ରିଲ ମାସ ଠାରୁ ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦର ଲାଗତାର ଭାବେ ବୃଦ୍ଧି ପାଇବାରେ ଲାଗିଛି । ଏପ୍ରିଲ ମାସ​‌ରେ ଦେଶରେ ଅଶୋଧିତ ତୈଳ ଦର ବ୍ୟାରେଲ୍ ପିଛା ୨୦ ଡଲାର ରହିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.