ବଜାରରେ ନିଆଁ ; ଅଶୋଧିତ ତୈଳଦର ବ୍ୟାରେଲ୍ ପିଛା ୫୭ଡଲାର, ୨ୟ ଦିନରେ ବୃଦ୍ଧି ପାଇଲା ପେଟ୍ରୋଲ-ଡିଜେଲ୍ ଦାମ୍
14/01/2021 at 12:11 PM

ନୂଆଦିଲ୍ଲୀ ୧୪।୦୧: କିଛି ଦିନ ହେଲା ପେଟ୍ରୋଲ-ଡିଜେଲ ଦର ଅପରିବର୍ତ୍ତିତ ରହିଥିଲେ । କିନ୍ତୁ ଗତକାଲି ଠାରୁ ତୈଳ ଦାମ୍ରେ ପୁଣି ଥରେ ବୃଦ୍ଧି ପରିଲକ୍ଷିତ ହୋଇଛି । ତେବେ ଆଜି ପୁଣି ଥରେ ତୈଳ କମ୍ପାନୀମାନେ ଦାମ୍ ବୃଦ୍ଧି କରିଛନ୍ତି । ତୈଳ କମ୍ପାନୀମାନେ ଡିଜେଲ-ପେଟ୍ରୋଲ ଦାମ୍ରେ ପ୍ରତି ଲିଟର ପିଛା ୨୨ରୁ ୨୬ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ଅନ୍ୟପଟେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧି ପାଇଛି । ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ପ୍ରତି ବ୍ୟାରେଲ୍ ପିଛା ୫୭ଡଲାର ରହିଛି ।
ଦିଲ୍ଲୀରେ ଗୁରୁବାର ଦିନ ପେଟ୍ରୋଲ ପ୍ରତି ଲିଟର ପିଛା ୮୪.୪୫ ଟଙ୍କା ରହିଥିବା ବେଳେ ଡିଜେଲ୍ ୭୪.୬୩ଟଙ୍କା ରହିଛି । ଜୟପୁରର ଶ୍ରୀରଙ୍ଗାନଗରରେ ପେଟ୍ରୋଲ ଦାମ୍ ଏବେ ୧୦୦ଟଙ୍କା ନିକଟବର୍ତ୍ତି ହୋଇଛନ୍ତି । ଏଠାରେ ପେଟ୍ରୋଲ ଲିଟର ପିଛା ୯୫.୭୮ଟଙ୍କା ରହିଛି । ସେହିପରି ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା ୯୧.୩୨ଟଙ୍କା ରହିଥିବା ବେଳେ ଡିଜେଲ୍ ଲିଟର ପିଛା ୮୧.୬୦ଟଙ୍କା ରହିଛି । ଚେନ୍ନାଇରେ ପେଟ୍ରୋଲ ଲିଟର ପିଛା ୮୭.୪୦ଟଙ୍କା ରହିଥିବା ବେଳେ ଡିଜେଲ୍ ଲିଟର ପିଛା ୮୦.୧୯ଟଙ୍କା ରହିଛି । କୋଲକାତାରେ ପେଟ୍ରୋଲ ଲିଟର ପିଛା ୮୬.୧୫ଟଙ୍କା ଥିବା ବେଳେ ଡିଜେଲ୍ ଲିଟର ପିଛା ୭୮.୪୭ରହିଛି ।
ପେଟ୍ରୋଲ-ଡିଜେଲ ମୂଲ୍ୟ ପ୍ରତିଦିନ ବଦଳିଥାଏ ଏବଂ ସକାଳ ୬ ଟାରେ ଅପଡେଟ୍ ହୁଏ । ଆପଣ ପେଟ୍ରୋଲ ଏବଂ ଡିଜେଲର ଦୈନିକ ମୂଲ୍ୟ SMS ମାଧ୍ୟମରେ ଜାଣିପାରିବେ (ପ୍ରତିଦିନ ଡିଜେଲ ପେଟ୍ରୋଲ ମୂଲ୍ୟ କିପରି ଯାଞ୍ଚ କରିବେ) । ଆପଣଙ୍କ ସହରରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଯାଞ୍ଚ କରିବାର ତିନୋଟି ଉପାୟ ଅଛି : ଆପଣ ତୈଳ ମାର୍କେଟିଂ କମ୍ପାନୀଗୁଡିକର ପମ୍ପ ଲୋକେଟର ସାହାଯ୍ୟରେ ଏହାର ମୂଲ୍ୟ ଜାଣିପାରିବେ । ଇନ୍ଧନ @ IOC ଆପ୍ ଡାଉନଲୋଡ୍ କରନ୍ତୁ । ୯୨୨୪୯୯୨୨୪୯କୁ ଏକ SMS ପଠାଇ ମୂଲ୍ୟ ପାଇପାରିବେ ।