ଅନ୍ତର୍ଜାତୀୟ ବଜାରରେ ବଢୁଛି ଅଶୌଧିତ ତୈଳ ଦର , କିନ୍ତୁ ଦେଶରେ ଲକ୍‌ଡାଉନ ଯୋଗୁଁ ବଢିନି କି କମିନି ତେଲ ଦାମ୍

Published By : Prameya-News7 Bureau | April 08, 2020 IST

ନୂଆଦିଲ୍ଲୀ ୦୮।୦୪:  କରୋନା ଭାଇରସ ନେଇ  କିଛି ଦିନ ହେବ ଅଶୋଧିତ ହ୍ରାସ ପାଇବାରେ ଲାଗିଥିଲା । ଯାହାଫଳରେ ତୈଳଦର ମଧ୍ୟ ହ୍ରାସ ପାଇଥିଲା । ତେବେ ଏବେ ଗତି କିଛି ଦିନ ଅଶୋଧିତ ତୈଳ ଦର ବୃଦ୍ଧି ପାଇବାର ଲାଗିଛି । ଯାହାଫଳରେ କି ପେଟ୍ରୋଲ ଦର ବଢିବାର ଆଶଙ୍କା କରାଯାଉଛି । ବୁଧବାର ଦିନ ଅଶୋଧିତ ତୈଳ WTI ଫ୍ୟୁଚର ବ୍ୟାରେଲରେ ୫.୪୨ପ୍ରତିଶତ ମାନେ ୧.୨୮ ଡଲାରରେ ବୃଦ୍ଧି ସହ ୨୪.୯୧ ଡଲାଇ ପ୍ରତି ବ୍ୟାରେଲ୍‌ର ଟ୍ରେଡ୍‌ ରହିଛି ।  ଏହାବ୍ୟତୀତ  ବୁଧବାର ସକାଳେ ବ୍ୟାରେଲ ତେଲର ଫ୍ୟୁଚର ମୂଲ୍ୟ 2.35 ପ୍ରତିଶତ ଅର୍ଥାତ୍ 0.75 ଡଲାରରେ ପହଞ୍ଚିଛି। ଅନ୍ୟପକ୍ଷରେ  ଦେଶର ରାଜଧାନୀ ଦିଲ୍ଲୀ ସମେତ ଦେଶର ଅନେକ ପ୍ରମୁଖ ମେଟ୍ରୋରେ ବୁଧବାର ପେଟ୍ରୋଲ ଏବଂ ଡିଜେଲ ପୁରୁଣା ମୂଲ୍ୟରେ ବିକ୍ରି ହେଉଛି। ଗତ ୨୩ ଦିନ ଧରି ଏହି ଉତ୍ପାଦଗୁଡ଼ିକର ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ |

ବୁଧବାର ଜାତୀୟ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ପୁରୁଣା ମୂଲ୍ୟରେ ମାନେ ଲିଟର ପିଛା ୬୯.୫୯ ଟଙ୍କାରେ ବିକ୍ରି ହେଉଥିବା ବେଳେ ଡିଜେଲ ମଧ୍ୟ ପୁରୁଣା ମୂଲ୍ୟରେ ମାନେ ଲିଟର ପିଛା ୬୨.୨୯ ଟଙ୍କାରେ ବିକ୍ରି ହେଉଛି। ସେହିପରି  କୋଲକାତାରେ ପେଟ୍ରୋଲ ଲିଟର ପିଛା ୭୩.୩୦ ଟଙ୍କା ଏବଂ ଡିଜେଲ ଲିଟର ପିଛା ୬୫.୬୨ ଟଙ୍କାରେ ବିକ୍ରି ହେଉଛି। ଦେଶରେ ଆର୍ଥିକ ରାଜଧୀନ କୁହାଯାଉଥିବା ମୁମ୍ବାଇ ବିଷୟରେ କହିବାକୁ ଗଲେ ଏଠାରେ ପେଟ୍ରୋଲ ଡିଜେଲ ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ। ପେଟ୍ରୋଲ ଲିଟର ପିଛା ୭୬.୩୧ ଟଙ୍କା ଏବଂ ଡିଜେଲ ଲିଟର ପିଛା ୬୬.୨୧ ଟଙ୍କା ରହିଛି। ରାଜସ୍ଥାନର ରାଜଧାନୀ ଜୟପୁରରେ ପେଟ୍ରୋଲ ଲିଟର ପିଛା ୭୫.୫୯ଟଙ୍କା ରହିଥିବା ବେଳେ ଡିଜେଲ୍‌ ଲିଟର ପିଛା ୬୯.୨୮ଟଙ୍କା ରହିଛି । ଏହା ସହିତ ଚେନ୍ନାଇରେ ପେଟ୍ରୋଲ ଲିଟର ପିଛା ୭୨.୨୮ ଟଙ୍କା ଏବଂ ଡିଜେଲ ଲିଟର ପିଛା ୬୫.୭୧ ଟଙ୍କା ରହିଛି। ସେହିପରି ଉତ୍ତରପ୍ରଦେଶର ନୋଏଡାରେ ପେଟ୍ରୋଲ ଦର ଲିଟର ପିଛା ୭୧.୮୯ ରହିଥିବା ବେଳେ ଡିଜେଲ୍‌ ଲିଟର ପିଛା ୬୨.୮୨ରହିଛି ।

କରୋନା ଭାଇରସ ନେଇ ସାରା ବିଶ୍ୱର କିଛି ଦେଶ ଲକ୍‌ଡାଉନ୍‌ ସ୍ଥିତିରେ ରହିଛନ୍ତି । ଯାହାର ପ୍ରଭାବ ତୈଳ ବଜାର ଉପରେ ପଡିଥିଲା । ତେବେ ଗୁରୁବାର ଦିନ ସାଉଦି ଆରବ ଓ ରୁଷ୍‌ ମଧ୍ୟରେ ତୈଳ ଉତ୍ପାଦନ ହ୍ରାସ କରିବା ନେଇ ଚୁକ୍ତି ହୋଇପାରେ । କିଛି ଦିନ ଧରି ଅଶୋଧିତ ତୈଳ ମୁଲ୍ୟରେ କ୍ରମାଗତ ହ୍ରାସ ପାଇବା ହେତୁ ଉତ୍ପାଦନକାରୀ ଦେଶମାନଙ୍କ ତୈଳ ଉତ୍ପାଦନରେ ହ୍ରାସ ଦେଖିବାକୁ ମିଳିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.