୨୯ଦିନ ପରେ ବଢିଲା ପେଟ୍ରୋଲ୍-ଡିଜେଲ୍ ମୂଲ୍ୟ, ଜାଣନ୍ତୁ ପ୍ରମୁଖ ସହରରେ ଦାମ୍ କେତେ

Published By : Prameya-News7 Bureau | January 06, 2021 IST

ନୂଆଦିଲ୍ଲୀ ୬।୧: ଦେଶରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ଲଗାତର ୨୯ ଦିନ ସ୍ଥିର ରହିବା ପରେ ବୁଧବାର ଦର ବୃଦ୍ଧି ହୋଇଛି । ତୈଳ ବିତରଣ କମ୍ପାନୀ ମଧ୍ୟରୁ ଅଗ୍ରଣୀ କମ୍ପାନୀ ଇଣ୍ଡିଆନ୍ ଅଏଲ ଅନୁସାରେ ବୁଧବାର ଦିଲ୍ଲୀରେ ପେଟ୍ରୋଲ ମୂଲ୍ୟ ୨୬ ପଇସା ବୃଦ୍ଧି ପାଇ ୮୩.୯୭ ଟଙ୍କା ପ୍ରତି ଲିଟର ଏବଂ ୨୫ ପଇସା ବୃଦ୍ଧି ପାଇ ୭୪.୧୨ ଟଙ୍କା ପ୍ରତି ଲିଟରରେ ପହଞ୍ଚିଛି ।

ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ଘରୋଇ ବଜାରରେ ମଧ୍ୟ ମୂଲ୍ୟରେ ପ୍ରଭାବ ପଡିଛି ।

ଦେଶର ପ୍ରମୁଖ ସହରରେ ପେଟ୍ରୋଲ ମୂଲ୍ୟ :

ଦିଲ୍ଲୀ- ୮୩ଟଙ୍କା ୯୭ ପଇସା

ମୁମ୍ବାଇ- ୯୦ଟଙ୍କା ୬୦ ପଇସା

ଚେନ୍ନାଇ- ୮୬ଟଙ୍କା ୭୫ପଇସା

କୋଲକତା- ୮୫ଟଙ୍କା ୪୪ ପଇସା

ଭୁବନେଶ୍ବର- ୮୪ଟଙ୍କା ୬୧ ପଇସା

ଦେଶର ପ୍ରମୁଖ ସହରରେ ଡିଜେଲ ମୂଲ୍ୟ :

ଦିଲ୍ଲୀ- ୭୪ଟଙ୍କା ୧୨ ପଇସା

ମୁମ୍ବାଇ- ୮୦ଟଙ୍କା ୭୮ ପଇସା

ଚେନ୍ନାଇ- ୭୯ଟଙ୍କା ୪୬ପଇସା

କୋଲକତା- ୭୭ଟଙ୍କା ୭୦ ପଇସା

ଭୁବନେଶ୍ବର- ୮୦ଟଙ୍କା ୭୪ ପଇସା

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.