କମିଲା ପେଟ୍ରୋଲ-ଡିଜେଲ ଦର, ୮୨ପଇସା ହ୍ରାସ ପାଇଲା ପେଟ୍ରୋଲ

Published By : Prameya-News7 Bureau | February 09, 2020 IST

ନୂଆଦିଲ୍ଲୀ ୯।୨: ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ଲଗାତର ଭାବେ ହ୍ରାସ ପାଇବାରେ ଲାଗିଛି । ଦିଲ୍ଲୀରେ ଶନିବାର ଦିନ ପେଟ୍ରୋଲ ୨୩ ପଇସା ଏବଂ ଡିଜେଲ ୨୫ ପଇସା ହ୍ରାସ ପାଇଛି ।

ଦିଲ୍ଲୀ ବ୍ୟତୀତ କୋଲକତା ଏବଂ ମୁମ୍ବାଇରେ ପେଟ୍ରୋଲ ମୂଲ୍ୟ ୨୩ ପଇସା ଏବଂ ଚେନ୍ନାଇରେ ୨୪ ପ୍ରତି ଲିଟର ହ୍ରାସ ପାଇଛି । ସେହିଭଳି ଡିଜେଲ ମୂଲ୍ୟ କୋଲକତାରେ ୨୫ ପଇସା, ମୁମ୍ବାଇ ଏବଂ ଚେନ୍ନାଇରେ ୨୭ ପଇସା ପ୍ରତି ଲିଟର ହ୍ରାସ ପାଇଛି । ଚଳିତ ମାସର ଏହା ସର୍ବାଧିକ ମୂଲ୍ୟହ୍ରାସ । ଚଳିତ ମାସ ଦିଲ୍ଲୀରେ ପେଟ୍ରୋଲ ମୂଲ୍ୟ ୮୨ ପଇସା ପ୍ରତି ଲିଟର ହ୍ରାସ ପାଇଥିବା ବେଳେ ଡିଜେଲ ମୂଲ୍ୟ ୮୫ ପଇସା ପ୍ରତି ଲିଟର ହ୍ରାସ ପାଇଛି ।

ପେଟ୍ରୋଲ ମୂଲ୍ୟ ଦିଲ୍ଲୀରେ ୭୨ଟଙ୍କା ୪୫ପଇସା, କୋଲକତାରେ ୭୫ଟଙ୍କା ୧୩ପଇସା, ମୁମ୍ବାଇରେ ୭୮ଟଙ୍କା ୧୧ପଇସା ଏବଂ ଚେନ୍ନାଇରେ ୭୫ଟଙ୍କା ୨୭ପଇସା ପ୍ରତି ଲିଟର ରହିଛି । ସେହିଭଳି ଡିଜେଲ ମୂଲ୍ୟ ଦିଲ୍ଲୀରେ ୬୫ଟଙ୍କା ୪୩ପଇସା, କୋଲକତାରେ ୬୭ଟଙ୍କା ୭୯ପଇସା, ମୁମ୍ବାଇରେ ୬୮ଟଙ୍କା ୫୭ପଇସା ଏବଂ ଚେନ୍ନାଇରେ ୬୯ଟଙ୍କା ୧୦ପଇସା ପ୍ରତି ଲିଟର ରହିଛି ।

ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳର ବେଞ୍ଚ୍ ମାର୍କ ଦର ହ୍ରାସ ହୋଇଛି । ଏଥିରେ ବ୍ରେଣ୍ଟ କ୍ରୁଡ୍ ର ବ୍ୟାରେଲ ପିଛା ଦର ୫୫ ଡଲାରରୁ ବି ତଳକୁ ଖସିଛି । ଚୀନ୍ ରେ କରୋନ ଭାଇରସ୍ ବ୍ୟାପିବା ଯୋଗୁଁ ଜାନୁଆରୀ ୨୦ ତାରିଖ ପରଠାରୁ ଅଶୋଧିତ ତୈଳ ବଜାରରେ ଦର କ୍ରମଶଃ ହ୍ରାସ ପାଇବାରେ ଲାଗିଛି । ବ୍ରେଣ୍ଟ କ୍ରୁଡ୍ ମୂଲ୍ୟ ୨୦ ଜାନୁଆରୀ ପରେ ପାଖାପାଖି ୧୧ ଡଲାର ପ୍ରତି ବ୍ୟାରେଲ ହ୍ରାସ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.