Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାରତରେ ପହଞ୍ଚିଲା ଓମିକ୍ରନ୍‌ ଭ୍ୟାରିଆଣ୍ଟ । କର୍ଣ୍ଣାଟକର ୨ ଜଣ ବ୍ୟକ୍ତି ଓମିକ୍ରନ୍‌ ଭ୍ୟାରିଆଣ୍ଟରେ ସଂକ୍ରମିତ
  • ||
  • ହଜିନି ମାନବିକତା, ପାଇଥିବା ସୁନା ଗହଣାକୁ ଫେରାଇଦେଲେ ଅଟୋ ଚାଳକ
  • ||
  • ଭୁବନେଶ୍ବର : STF ମୋଷ୍ଟ ୱାଣ୍ଟେଡ ଲିଷ୍ଟରେ ଅନୀଲ ପାଣ୍ଡି, ସୂଚନା ଦେଲେ ମିଳିବ ପୁରସ୍କାର
  • ||
  • ଭୁବନେଶ୍ବର : ୩ ନିର୍ବାହୀ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଓ ଜଣେ ଆରଆଇ ଚାକିରୀରୁ ବହିଷ୍କୃତ
  • ||
  • ନୂଆଦିଲ୍ଲୀ : ବାତ୍ୟା ଅପଡେଟ୍ : ୩ରୁ ଓଡିଶାରେ ବର୍ଷା, ୪ରେ ପବନର ବେଗ ଛୁଇଁବ ୯୦ କି.ମି.
  • ||
  • ନୂଆଦିଲ୍ଲୀ : ଶୁକ୍ରବାରଠୁ ରାଜଧାନୀରେ ସମସ୍ତ ସ୍କୁଲ ବନ୍ଦ, ଘୋଷଣା କଲେ କେଜ୍ରିଓ୍ୱାଲ୍‌ ସରକାର
  • ||
  • ବାଇକକୁ ପିଟିଲା ଜୁସ୍ ବୋଝେଇ ଟ୍ରକ୍, ୨ ଆରୋହୀ ମୃତ
  • ||
  • କଣ୍ଟାବାଞ୍ଜି : ମମିତା ମେହେର ହତ୍ୟାକାଣ୍ଡ ମାମଲା : ADG କୋର୍ଟରେ ଜାମିନ ଆବେଦନ କଲା ଗୋବିନ୍ଦ ସାହୁ
  • ||
  • ସାନଖେମୁଣ୍ଡି : ୩୦ ଏକର ଗଞ୍ଜେଇ ଚାଷ ନଷ୍ଟ କଲା ପ୍ରଶାସନ
  • ||
  • ଘାରିଛି ଓମିକ୍ରନ ବିପଦ : ବିଳମ୍ବିତ ହେବ ଟିମ୍ ଇଣ୍ଡିଆର ଦକ୍ଷିଣ ଆଫ୍ରିକା ଗସ୍ତ ! ସମୟ ମାଗିଲା ବିସିସିଆଇ
  • ||

ପୁଣି ବଢ଼ିଲା ଇନ୍ଧନ ଦର: ପେଟ୍ରୋଲ୍‌ ୩୯ ପଇସା, ଡିଜେଲ୍‌ ୨୧ ପଇସା ବୃଦ୍ଧି କଲେ ତୈଳ କମ୍ପାନୀ

15/07/2021 at 8:31 AM

ନୂଆଦିଲ୍ଲୀ ୧୫।୦୭:  ତିନିଦିନ ସ୍ଥିର ରହିବା ପରେ ପୁଣି ଆଜି ପେଟ୍ରୋଲ୍‌-ଡିଜେଲ୍‌ ଦର ବୃଦ୍ଧି ପାଇଛି ।  କମ୍ପାନୀମାନେ ଗୁରୁବାର ପୁଣି ଥରେ ଇନ୍ଧନର ଦର ବୃଦ୍ଧି କରିଛନ୍ତି। ପ୍ରତିଲିଟର ପେଟ୍ରୋଲ ୩୧-୩୯ ପଇସା ବୃଦ୍ଧି କରିଥିବା ବେଳେ ଡିଜେଲ ଲିଟର ପିଛା ୧୫-୨୧ ପଇସା ମହଙ୍ଗା ହୋଇଛି। ଫଳରେ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ପ୍ରତି ଲିଟର ୧୦୧ଟଙ୍କା ୫୪ ପଇସା ଦରରେ ବିକ୍ରି ହେଉଥିବା ବେଳେ ଡିଜେଲ ଲିଟର ପିଛା ୮୯ଟଙ୍କା ୮୭ ପଇସା ଦରରେ ବିକ୍ରି ହେଉଛି ।

ମୂଲ୍ୟବର୍ଦ୍ଧିତ କର (ଭାଟ) ଓ ପରିବହନ ଭଡ଼ା ଯୋଗୁ ବିଭିନ୍ନ ରାଜ୍ୟରେ ଦର ଭିନ୍ନ ଭିନ୍ନ ରହିଛି । ଫଳରେ କଛି ରାଜ୍ୟଙ୍କୁ ଛାଡ଼ି ଅନ୍ୟ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶରେ ପେଟ୍ରୋଲ ଲିଟରପିଛା ମୂଲ୍ୟ ୧୦୦ ଟଙ୍କା ଉପରେ ରହିଛି ।

ସେହିପରି ମହାନଗରମାନଙ୍କ ମଧ୍ୟରେ ମୁମ୍ବାଇ, ହାଇଦ୍ରାବାଦ ଓ ବେଙ୍ଗାଲୁରୁରେ କିଛିଦିନ ତଳୁ ପେଟ୍ରୋଲ ପ୍ରତିଲିଟର ୧୦୦ ଟଙ୍କା ପାର କରିଗଲାଣି। ଏବେ ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା ୧୦୭ଟଙ୍କା ୫୪ ପଇସାରେ ବିକ୍ରି ହେଉଥିବା ବେଳେ ଡିଜେଲ ୯୭ଟଙ୍କା ୪୫ ପଇସା ଦରରେ ବିକ୍ରି ହେଉଛି। ରାଜସ୍ଥାନ ଶ୍ରୀଗଙ୍ଗା ନଗର ଜିଲ୍ଲାରେ ପେଟ୍ରୋଲ ଲିଟର ପିଛା ଦର ଦେଶର ପ୍ରଥମରେ ରହିଥିବା ବେଳେ ଏହିଠାରେ ପେଟ୍ରୋଲ୍‌ ୧୧୨.୯ ଟଙ୍କା ଓ ଡିଜେଲ୍‌ ୧୦୩.୧୫ ଟଙ୍କା ରହିଛି । ଗତ ଫେବୃଆରୀ ମାସରୁ ଲୋକେ ଏଠାରେ ସର୍ବୋଚ୍ଚ ଦରରେ ପେଟ୍ରୋଲ ଓ ଡିଜେଲ କିଣୁଛନ୍ତି।

ତେବେ ରାଜସ୍ଥାନରେ ପେଟ୍ରୋଲ ଓ ଡିଜେଲରୁ ସର୍ବାଧିକ ଭାଟ ଆଦାୟ ହେଉଛି। ଏଣୁ ଏଠାରେ ତୈଳ ଦର ପ୍ରଥମେ ଶହେ ଟଙ୍କାକୁ ପାର ହୋଇଥିଲା। ଏହା ପଛକୁ ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାରେ ତୈଳ ମୂଲ୍ୟ ସର୍ବାଧିକ ରହିଥିବା ବେଳେ ଆଉକିଛି ସହରରେ ଦାର ୧୦୦ ତଳକୁ ରହିଛି ।

ସେହିପରି ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ପେଟ୍ରୋଲ୍‌ ପ୍ରତିଲିଟର ପିଛା ୧୦୨ଟଙ୍କା ପାର କରିଥିବା ବେଳେ, ଡିଜେଲ୍‌ ଦର ୯୮ଟଙ୍କା ପାର କରିଛି ।

   Related Posts