କ'ଣ ରହିଛି ଆଜିର ପେଟ୍ରୋଲ ଓ ଡିଜେଲ ଦର ? ନୂଆ ଦାମ୍ ଜାରି କଲେ କମ୍ପାନୀ

Published By : Prameya-News7 Bureau | January 22, 2022 IST

ଭୁବନେଶ୍ୱର,୨୨/୦୧:  ଜାରି ହେଲା ନୂଆ ତେଲ ଦର । ସରକାରୀ ତୈଳ କମ୍ପାନୀ ଶନିବାର ପେଟ୍ରୋଲ ଓ ଡିଜେଲର ନୂଆ ଦର ଜାରି କରିଛନ୍ତି । ନୂଆ ଦରରେ ମଧ୍ୟ କୌଣସି ପରିବର୍ତ୍ତନ ହୋଇନଥିବା ଜଣାପଡିଛି । ପ୍ରାୟ ଅଢେଇ ମାସ ଧରି ଦରରେ ସ୍ଥିରତା ବଜୟା ରହିଛି ।

ଗତ ନଭେମ୍୬ର ୨୦୨୧ରୁ ତୌଳ ଦରରେ କୌଣସି ପରିବର୍ତ୍ତନ ହୋଇନାହିଁ । ସେହି ସମୟରେ କେନ୍ଦ୍ର ସରକାର ପେଟ୍ରୋଲ ଉତ୍ପାଦ ଶୁଳ୍କରେ ୫ ଟଙ୍କା ଓ ଡିଜେଲ ଉପରେ ୧୦ ଟଙ୍କା ହ୍ରାସ କରିଥିଲେ । ଏହାପରେ ଅନେକ ସହରରେ ତୈଳ ଦର ୧୦୦ ଟଙ୍କା ତଳକୁ ଖସି ଆସିଥିଲା ।

ଶନିବାର ଦିଲ୍ଲୀରେ ପେଟ୍ରୋଲ ଦର ୯୫.୪୧ ଟଙ୍କା ଥିଲା ବେଳେ ଡିଜେଲ ୮୬.୬୭ ଟଙ୍କା ରହିଛି । ତେବେ ସରକାର ଉତ୍ପାଦ ଶୁଳ୍କ ହ୍ରାସ କରିବା ପୂର୍ବରୁ ତୈଳ ଦର ସର୍ବୋଚ୍ଚ ସ୍ତରରେ ପହଁଚିଥିଲା । ଡିଜେଲ ମଧ୍ୟ ଲିଟର ପିଛା ୧୦୦ ଟଙ୍କା ଅତିକ୍ରମ କରିଥିଲା ।

ତୈଳ ଦର

ସହର ପେଟ୍ରୋଲ ଡିଜେଲ

ଦିଲ୍ଲୀ ୯୫.୪୧      ୮୬.୬୭

ମୁମ୍ବାଇ ୧୦୯.୯୮   ୯୪.୧୪

ଚେନ୍ନାଇ ୧୦୧.୪୦    ୯୧.୪୩

ଭୁବନେଶ୍ୱର ୧୦୧.୮୩   ୯୧.୬୨

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.