Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଘଟଗାଁରେ ହାତୀ ଆତଙ୍କ, ଘଉଡାଇବାକୁ ବନ ବିଭାଗର କସରତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୬ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୩ ହଜାରରୁ ଅଧିକ କରୋନା ପଜିଟିଭ୍, ୧୬୪ ମୃତ
  • ||
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

ପେଟ୍ରୋଲ ୭ ପଇସା ମହଙ୍ଗା ହେବାରୁ ଶଗଡରେ ସଂସଦ ପହଞ୍ଚିଥିଲେ ବାଜପେୟୀ, ବିଜେପିକୁ ଘେରିବାକୁ ୧୯୭୩ର ଭିଡିଓକୁ ଅସ୍ତ୍ର କଲେ ବିରୋଧୀ

3/07/2021 at 8:48 PM

ନୂଆଦିଲ୍ଲୀ ୦୩।୦୭: ଦେଶରେ କରୋନା ମହାମାରୀଠୁ ଟପି ଗଲାଣି ମହଙ୍ଗା ମହାମାରୀ। ପେଟ୍ରୋଲ-ଡିଜେଲ୍ ଦାମ ଲଗାମହୀନ ହୋଇ ପଡିଛି। ଶହେ ପାର କରିସାରିଲାଣି ପେଟ୍ରୋଲ ଦାମ୍। ପରିସ୍ଥିତି ଏମିତି ହେଲାଣି ଯେ ଲୋକେ ଏବେ ଦୁଆର ତଳକୁ ଗାଡ଼ି ଓହ୍ଲାଇବାକୁ ଭୟ କଲେଣି । ତୈଳର ରେକର୍ଡ ମୂଲ୍ୟ ବୃଦ୍ଧିକୁ ନେଇ ମୋଦୀ ସରକାରଙ୍କୁ ଟାର୍ଗେଟ୍ କରିବା ପାଇଁ ବିରୋଧୀ ଶନିବାର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସାହାରା ନେଇଛନ୍ତି। ୧୯୭୩ରେ ପେଟ୍ରୋଲ ଲିଟର ପିଛା ୭ ପଇସା ବଢିବାରୁ ବାଜପେୟୀ ଶଗଡରେ ସଂସଦ ପହଞ୍ଚିଥିଲେ ଏବଂ ତୈଳ ଦର ବୃଦ୍ଧିକୁ ବିରୋଧ କରିଥିଲେ। ବିରୋଧୀ ନେତାମାନେ ୪୮ ବର୍ଷ ପୁରୁଣାର ଏହି ଭିଡିଓକୁ ଅସ୍ତ୍ର କରି ବିଜେପିକୁ ଘେରିବାକୁ ଉଦ୍ୟମ କରିଛନ୍ତି।

ପେଟ୍ରୋଲ ମୂଲ୍ୟ ଦେଶର ଅନେକ ଅଞ୍ଚଳରେ ଲିଟର ପିଛା  ୧୦୦ ଟଙ୍କା ପାର କରି ସାରିଥିବା ବେଳେ ଡିଜେଲ୍ ଦାମ ଶହେର ନିକଟତର ହୋଇଛି। କଂଗ୍ରେସ ସାଂସଦ ଶଶି ଥରୁର ଏକ ଭିଡିଓ ଫୁଟେଜ୍‌ ସେୟାର କରି ଲେଖିଛନ୍ତି, ୧୯୭୩ରେ ବିରୋଧୀଙ୍କ ପ୍ରଦର୍ଶନର ଦୁଲର୍ଭ ଫଟୋ, ଯେବେ ପେଟ୍ରୋଲ ଦର ୭ ପଇସା ବୃଦ୍ଧି ଘଟିଥିଲା। ପ୍ରତିବାଦରେ ଅଟଳ  ବିହାରୀ ବାଜପେୟୀ ଶଗଡରେ ସଂସଦ ପହଞ୍ଚିଥିଲେ। ଯାହା ଏବେ ନୂତନ ସୁରକ୍ଷା କଟକଣା କାରଣରୁ ସମ୍ଭବ ନୁହେଁ।

ଏହି ଭିଡିଓକୁ ଟିଏମସି ନେତା ଡେରେକ ଓ ବ୍ରାଏନ ମଧ୍ୟ ସେୟାର କରି ଲେଖିଛନ୍ତି, ଇତିହାସ ଆଉଚ, ଯେବେ ୧୯୭୩ରେ ପେଟ୍ରୋଲ ମୂଲ୍ୟ କେବଳ କିଛି ପଇସା  ବଢିଥିଲା, ପ୍ରତିବାଦରେ ଅଟଳ ବିହାରୀ ଶଗଡରେ ସଂସଦ ପହଞ୍ଚିଥିଲେ। ଡେରେକ ଏହା ମଧ୍ୟ କହିଛନ୍ତି, ତାଙ୍କୁ ଏହି ଭିଡିଓ ହ୍ଵାଟ୍ସଆପ୍ ମାଧ୍ୟମରେ ମିଳିଛି। ଆମ୍ ଆଦମୀ ପାର୍ଟି ବିଧାୟକ ସୋମନାଥ ଭାରତୀ ମଧ୍ୟ ଏହି ଭିଡିଓକୁ ସେୟାର କରିଛନ୍ତି।

ସୂଚନାଯୋଗ୍ୟ, ଗତକାଲି ରାଜଧାନୀ ଭୁବନେଶ୍ଵରରେ ପେଟ୍ରୋଲ ଦାମ ଶତକ ଛୁଇଁଛି। ଅନୁଗୋଳରେ ପେଟ୍ରୋଲ ଲିଟର ପିଛା ୦୧ ଟଙ୍କା ୨୬ ପଇସା, ବଲାଙ୍ଗିରରେ ୧୦୧ ଟଙ୍କା ୬୬ ପଇସା,  ବରଗଡ଼ରେ ୧୦୦ ଟଙ୍କା ୮୮ ପଇସା,  ବାରିପଦାରେ ୧୦୦ ଟଙ୍କା ୪୭ ପଇସା, ବ୍ରହ୍ମପୁରରେ ୧୦୧ ଟଙ୍କା ୨୯ ପଇସା, ଭଦ୍ରକରେ ୧୦୦ ଟଙ୍କା ୫୧ ପଇସା ଓ ଭବାନୀପାଟଣାରେ ପେଟ୍ରୋଲ ଲିଟର ପ୍ରତି ୧୦୨ ଟଙ୍କା ୬୯ ପଇସାରେ ପହଞ୍ଚିଛି। ଗୋଟିଏ, ଦୁଇଟି ଜିଲ୍ଲାକୁ ବାଦ୍ ଦେଲେ ସାରା ଓଡ଼ିଶାରେ ଏବେ ପେଟ୍ରୋଲ ରେଟ୍ ୧୦୦ ପାର୍ ।  ରାଜ୍ୟରେ ପେଟ୍ରୋଲ ଶହେ ମାର୍କ ପ୍ରଥମେ ଧରିଥିଲା  ମାଲକାନଗିରିରେ।  ଏବେ ସେଠାରେ ଦର ୧୦୫ ଟପିଛି । ସେହିପରି ସିଲଭର୍ ସିଟି କଟକରେ ମଧ୍ୟ ଗତକାଲି ଠାରୁ ପେଟ୍ରୋଲ ପ୍ରାଇସ୍ ସେଞ୍ଚୁରୀ ଡେଇଁଛି । ଖାଲି ପେଟ୍ରୋଲ ନୁହେଁ, ଡିଜେଲ ମଧ୍ୟ ୯୭ ଟଙ୍କା ପାର୍ କରିଛି ।

   Related Posts