Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସୋନପୁର ବନ୍ଦ ପାଳନ
  • ||
  • ଓଡିଶା ଆସୁଛନ୍ତି କେନ୍ଦ୍ର କୋଇଲା ମନ୍ତ୍ରୀ, ଗସ୍ତ କରିବେ ପାରାଦୀପ ଓ ତାଲଚେର
  • ||

ଏହି ରାଜ୍ୟରେ କାଲି ସକାଳ ୬ଟାରୁ ମିଳିବ ନାହିଁ ପେଟ୍ରୋଲ-ଡିଜେଲ୍

9/04/2021 at 10:35 PM

ଜୟପୁର ୦୯।୦୪: ରାଜସ୍ଥାନରେ ଭାଟ୍ କମ କରିବା ଦାବିରେ ଆସନ୍ତାକାଲି ରାଜ୍ୟର ସମସ୍ତ ପେଟ୍ରୋଲ ପମ୍ପ ୧୨ ଘଣ୍ଟା ପାଇଁ ବନ୍ଦ ରହିବ। ୧୨ ଘଣ୍ଟିଆ ହଡତାଳ ସମୟରେ  ରାଜ୍ୟରେ ପ୍ରାୟ ୭ ହଜାର ପେଟ୍ରୋଲ ପମ୍ପରେ ପେଟ୍ରୋ-ଡିଜେଲ୍ ବିକ୍ରି ସଂପୂର୍ଣ୍ଣ ବନ୍ଦ ରହିବ। ଶନିବାର ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏଁ ଏହି ବନ୍ଦ ଜାରି ରହିବ। ରାଜସ୍ଥାନ ପେଟ୍ରୋଲିୟମ ଡିଲର୍ସ ଆସୋସିଏସନ ଆହ୍ଵାନ କ୍ରମେ ପେଟ୍ରୋଲ ପମ୍ପ ମାଲିକ ଏକ ଦିନିଆ ହଡତାଳରେ ସାମିଲ ହୋଇଛନ୍ତି। ହେଲେ ରାତି ୧୨ଟା ଯାଏଁ ପେଟ୍ରାୋଲ ପମ୍ପ ବନ୍ଦ ରହିବ ବୋଲି କର୍ମଚାରୀ କହିଛନ୍ତି।

ରାଜସ୍ଥାନ ପେଟ୍ରୋଲିୟମ ଡିଲର୍ସ ଆସୋସିଏସନର ସଭାପତି ସୁନତି ବଗଇଙ୍କ ଅନୁଯାୟୀ, ସଂପ୍ରତି ଦେଶରେ ରାଜସ୍ଥାନରେ ପେଟ୍ରୋଲ-ଡିଜେଲ୍ ଉପରେ ସର୍ବାଧିକ ଭାଟ୍ ଲଗାଯାଇଛି। ପଡୋଶୀ ରାଜ୍ୟରେ ପେଟ୍ରୋଲ-ଡିଜେଲ୍ ଉପରେ ଭାଟ୍ କମ ଥିବାରୁ ସୀମାବର୍ତ୍ତୀ ଜିଲ୍ଲାରେ ଥିବା ପେଟ୍ରୋଲ ପମ୍ପଗୁଡିକରେ ପେଟ୍ରୋଲ-ଡିଜେଲ୍ ବିକ୍ରି ହେଉନାହିଁ। ପେଟ୍ରୋଲ ପମ୍ପ ମାଲିକଙ୍କ ଅବସ୍ଥା ଦୟନୀୟ ହେବାରେ ଲାଗିଛି।

ଅନ୍ୟପଟେ ରାଜସ୍ଥାନରେ ସର୍ବାଧିକ ଭାଟ୍ କାରଣରୁ ରାଜ୍ୟରେ ପେଟ୍ରୋଲ-ଡିଜେଲ୍ ବିକ୍ରି ୩୪ ପ୍ରତିଶତ ହ୍ରାସ ଘଟିଛି। ପଞ୍ଜାବ, ହରିୟାଣା, ଦିଲ୍ଲୀ ଓ ଉତ୍ତର ପ୍ରଦେଶରେ ଡିଜେଲ୍ ଉପରେ ୧୮ ପ୍ରତିଶତ ଭାଟ୍ ଲାଗୁଥିବା ବେଳେ ରାଜସ୍ଥାନରେ ଏହା ୨୮ ପ୍ରତିଶତ ରହିଛି। ପେଟ୍ରୋଲ ଉପରେ ୩୮ ପ୍ରତିଶତ ଭାଟ୍ ଲାଗୁ କରାଯାଇଛି।

   Related Posts