ଉତ୍ତରଭାରତର ୬ଟି ରାଜ୍ୟରେ କମିବ ପେଟ୍ରୋଲ୍ ଏବଂ ଡିଜେଲ୍ ଦର : ଭାଟ୍ ହ୍ରାସ ପାଇଁ ସହମତି

Published By : Prameya-News7 Bureau | September 26, 2018 IST

ନୂଆଦିଲ୍ଲୀ ୨୬/୯: ହରିଆଣା,ପଞ୍ଜାବ,ଦିଲ୍ଲୀ,ଉତ୍ତରପ୍ରଦେଶ,ଚଣ୍ଡିଗଡ଼ ସମେତ ୬ଟି ରାଜ୍ୟରେ ଏବେ ପେଟ୍ରୋଲ୍ ଏବଂ ଡିଜେଲ୍ ଦର ହ୍ରାସ ପାଇବ। ଏହି ୬ଟି ରାଜ୍ୟ ସରକାର ପେଟ୍ରୋଲ୍ ଏବଂ ଡିଜେଲ ଉପରୁ ଭାଟ୍ ହ୍ରାସ କରିବା ପାଇଁ ସହମତି ପ୍ରଦାନ କରିଛନ୍ତି। ହରିଆାଣାର ମେଜବାନିଠାରେ ଅନୁଷ୍ଠିତ ଏହି ଛ ରାଜ୍ୟର ଅର୍ଥମନ୍ତ୍ରୀଙ୍କ ସମ୍ମିଳନୀରେ ଅବକାରୀ ନୀତି,ପରିବହନ ପରମିଟ୍,ମଟରଯାନ ପଞ୍ଜୀକରଣ ସମ୍ପର୍କିତ କେତେକ ବିଷୟରେ ମଧ୍ୟ ଗୋଟିଏ ପ୍ରକାର ନିୟମ ପାଇଁ ସହମତି ହୋଇଛି। ଏଥିନିମନ୍ତେ ଛ ରାଜ୍ୟଙ୍କ ଏକ ଅଫିସର ସ୍ତରୀୟ କମିଟି ଗଠନ କରାଯାଇଛି। କମିଟି ଗୋଟିଏ ସପ୍ତାହ ମଧ୍ୟରେ ରିପୋର୍ଟ ଦେବ। ଏହାପରେ ପେଟ୍ରୋଲ୍,ଡିଜେଲର ଭାଟ୍ ହ୍ରାସ ସହ ଉପରୋକ୍ତ ବିଷୟଗୁଡ଼ିକରେ ମଧ୍ୟ ଛ ରାଜ୍ୟରେ ସମାନ ଟିକସ୍ ନୀତି ପ୍ରଚଳିତ ହେବ। ଫଳରେ ଟିକସ୍ ଫାଙ୍କି  କମିବା ସହ ସାଧାରର ଜନତା ମଧ୍ୟ ଫାଇଦା ପାଇପାରିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.