ଅଧା ହେବ ପେଟ୍ରୋଲ ଓ ଡିଜେଲ୍‌ ଦର !

Published By : Prameya-News7 Bureau | September 15, 2019 IST

ନୂଆଦିଲ୍ଲୀ - ଏବେ ଆର୍ଥିକ ମାନ୍ଦାବସ୍ଥା ଦେଖାଦେଇଛି । ସାରା ଦେଶରେ ଏହାର ପ୍ରଭାବ ଅନୁଭୂତ ହେଉଛି । ସାରା ବିଶ୍ୱରେ ବି ଏହି ଆର୍ଥିକ ମାନ୍ଦାବସ୍ଥାର ପ୍ରଭାବ ଦେଖିବାକୁ ମିଳିଲାଣି । ଆମେରିକା, ବ୍ରିଟେନ୍‌ ପରି ଆର୍ଥିକ ମହାଶକ୍ତି ବି ଏହାର ପ୍ରଭାବରେ ଆସିବେ ବୋଲି ଆଶଙ୍କା କରାଯାଉଛି । ଏହି ଖବର ଅନେକଙ୍କ ପାଇଁ ଅତି ଖରାପ । କିନ୍ତୁ ଏହା ଭିତରେ ଭାରତର ଲୋକଙ୍କପାଇଁ ଗୋଟିଏ ଭଲ ଖବର ଆସିଛି । ଦେଶରେ ପେଟ୍ରୋଲ ଓ ଡିଜେଲ୍‌ ଦର ଦୁଇଗୁଣ କମିଯିବ ବା ଅଧି ହୋଇଯିବ ବୋଲି ଅଟକଳ କରାଯାଇଛି ।

{"id":158043}

ଅର୍ଥନୈତିକ ବିଶେଷଜ୍ଞଙ୍କ ଅନୁସାରେ  ସାରା ବିଶ୍ୱରେ ଆର୍ଥିକ ମାନ୍ଦାବସ୍ଥା ଦେଖାଦେଲେ ପେଟ୍ରୋଲିୟମ ପ୍ରଡକ୍ଟସ୍‌ ବା ଉତ୍ପାଦର ଚାହିଦା ହ୍ରାସ ପାଇବ । ଅଶୋଧିତ ତୈଳର ଦର ବି ହ୍ରାସ ପାଇବ । ଏହି କାରଣରୁ  ଅଶୋଧିତ ତୈଳ ଦର ପ୍ରତି ବ୍ୟାରେଲ୍‌ ୨୦ ଡଲାରକୁ ହ୍ରାସ ପାଇପାରେ । ଏପରି ହେଲେ ଏହାର ପ୍ରଭାବ ସ୍ଥାନୀୟ ତୈଳ ଦର ଉପରେ ବି ପଡିପାରେ ।

ସୂଚନା ଅନୁଯାୟୀ ଭାରତ ବିଶ୍ୱରେ ସର୍ବାଧିକ ଅଶୋଧିତ ତୈଳ ଆମଦାନୀ କରୁଥିବା ରାଷ୍ଟ୍ରଙ୍କ ମଧ୍ୟରେ ଗୋଟିଏ । ରିୟଲଭିଜନ୍‌ ଗ୍ରୁପର ସିଇଓ ରାଉଲ୍‌ ପଲ୍‌ ଅଶୋଧିତ ତୈଳ ଦର ହ୍ରାସ ହେବ  ବୋଲି ଆଶାପ୍ରକଟ କରିଛନ୍ତି ।ଏକ ଇଂରାଜୀ ଖବର ଦେଇଥିବା ସାକ୍ଷାତକାରରେ ସେ  ଏହି ସୂଚନା ଦେଇଛନ୍ତି ।

 ଏବେ ସାରା ବିଶ୍ୱରେ  ଗ୍ଲୋବାଲ ଡିମାଣ୍ଡ ବା ତୈଳର ଚାହିଦା ହ୍ରାସ ପାଉଥିବା କଥା ସେ କହିଛନ୍ତ । ଅଶୋଧିତ ତୈଳର ଦର ପ୍ରତି  ବ୍ୟାରେଲ ୪୫ ଡଲାର  ହ୍ରାସ ପାଇବ ବୋଲି ଅନୁମାନ କରାଯାଉଛି । ଏପରି ହେଲେ ପ୍ରତିବ୍ୟାରେଲ ଏହା୨୦ ଡଲାରରେ ପହଞ୍ଚିଯିବ ।

{"id":158044}

ଏପରି ହେଲେ ସରକାରଙ୍କ ସମସ୍ତ ଟ୍ୟାକ୍ସ ମିଶାଇ ପେଟ୍ରୋଲ ଦର ୩୦ରୁ ୪୦ ଟଙ୍କା ମଧ୍ୟରେ ହୋଇଯିବ । ସେହିପରି ଡିଜେଲ୍‌ ଦର ୨୫ ଟଙ୍କା ହୋଇପାରେ ବୋଲି ଅନୁମାନ କରାଯାଉଛି । ୨୦୧୬ ଜାନୁଆରୀ ମସିହାରେ ଅଶୋଧିତ ତୈଳ ଦର ପ୍ରତି ବ୍ୟାରେଲ୍‌ ୩୬ ଡଲାରରେ ପହଞ୍ଚିଥିଲା । ୨୦୧୪ ଜୁନ୍‌ ମାସରେ ଅଶୋଧିତ ତୈଳଦର ୧୧୩ ଡଲାର ପ୍ରତି ବ୍ୟାରେଲ ପହଞ୍ଚିଥିଲା ।

ଅଶୋଧିତ ତୈଳ ଦର ଉପରେ ପେଟ୍ରୋଲ ଓ ଡିଜେଲ୍‌ ଦର ନିର୍ଭର କରୁଛି । ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳର ଚାହିଦା ହ୍ରାସ ପାଉଥିବାରୁ ଏହାର ଦର ହ୍ରାସ ପାଉଛି । ଏବେ ଅଶୋଧିତ ତୈଳ ଦର ହ୍ରାସ ପାଇଲେ ପେଟ୍ରୋଲ ଓ ଡିଜେଲ୍‌ ଦର ହ୍ରାସ ପାଇବ ବୋଲି ଅର୍ଥନୀତି ବିଶେଷଜ୍ଞ ଆଶା ପ୍ରକଟ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.