Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାରତରେ ପହଞ୍ଚିଲା ଓମିକ୍ରନ୍‌ ଭ୍ୟାରିଆଣ୍ଟ । କର୍ଣ୍ଣାଟକର ୨ ଜଣ ବ୍ୟକ୍ତି ଓମିକ୍ରନ୍‌ ଭ୍ୟାରିଆଣ୍ଟରେ ସଂକ୍ରମିତ
  • ||
  • ହଜିନି ମାନବିକତା, ପାଇଥିବା ସୁନା ଗହଣାକୁ ଫେରାଇଦେଲେ ଅଟୋ ଚାଳକ
  • ||
  • ଭୁବନେଶ୍ବର : STF ମୋଷ୍ଟ ୱାଣ୍ଟେଡ ଲିଷ୍ଟରେ ଅନୀଲ ପାଣ୍ଡି, ସୂଚନା ଦେଲେ ମିଳିବ ପୁରସ୍କାର
  • ||
  • ଭୁବନେଶ୍ବର : ୩ ନିର୍ବାହୀ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଓ ଜଣେ ଆରଆଇ ଚାକିରୀରୁ ବହିଷ୍କୃତ
  • ||
  • ନୂଆଦିଲ୍ଲୀ : ବାତ୍ୟା ଅପଡେଟ୍ : ୩ରୁ ଓଡିଶାରେ ବର୍ଷା, ୪ରେ ପବନର ବେଗ ଛୁଇଁବ ୯୦ କି.ମି.
  • ||
  • ନୂଆଦିଲ୍ଲୀ : ଶୁକ୍ରବାରଠୁ ରାଜଧାନୀରେ ସମସ୍ତ ସ୍କୁଲ ବନ୍ଦ, ଘୋଷଣା କଲେ କେଜ୍ରିଓ୍ୱାଲ୍‌ ସରକାର
  • ||
  • ବାଇକକୁ ପିଟିଲା ଜୁସ୍ ବୋଝେଇ ଟ୍ରକ୍, ୨ ଆରୋହୀ ମୃତ
  • ||
  • କଣ୍ଟାବାଞ୍ଜି : ମମିତା ମେହେର ହତ୍ୟାକାଣ୍ଡ ମାମଲା : ADG କୋର୍ଟରେ ଜାମିନ ଆବେଦନ କଲା ଗୋବିନ୍ଦ ସାହୁ
  • ||
  • ସାନଖେମୁଣ୍ଡି : ୩୦ ଏକର ଗଞ୍ଜେଇ ଚାଷ ନଷ୍ଟ କଲା ପ୍ରଶାସନ
  • ||
  • ଘାରିଛି ଓମିକ୍ରନ ବିପଦ : ବିଳମ୍ବିତ ହେବ ଟିମ୍ ଇଣ୍ଡିଆର ଦକ୍ଷିଣ ଆଫ୍ରିକା ଗସ୍ତ ! ସମୟ ମାଗିଲା ବିସିସିଆଇ
  • ||

ଆଜି ପୁଣି ମହଙ୍ଗା ହେଲା ତେଲ : ପେଟ୍ରୋଲ ୨୯ ପଇସା ଏବଂ ଡିଜେଲ ୧୭ ପଇସା ବୃଦ୍ଧି, ଜାଣନ୍ତୁ ଭୁବନେଶ୍ବରରେ କେତେ ରହିଛି ଦାମ

16/06/2021 at 8:24 PM

ନୂଆଦିଲ୍ଲୀ ୧୬/ ୦୬ : ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି ଜାରି ରହିଛି । ବୁଧବାର ପୁଣି ଥରେ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଦର ଲିଟର ପିଛା ୨୯ ପଇସା ବୃଦ୍ଧି ପାଇଥିବା ବେଳେ ଡିଜେଲ ଲିଟର ପିଛା ବୃଦ୍ଧି ପାଇଛି ୧୭ ପଇସା । ବର୍ତ୍ତମାନ ଦିଲ୍ଲୀରେ ପେଟ୍ରୋଲ ୯୬.୪୧ ଟଙ୍କା ଏବଂ ଡିଜେଲ ୮୭.୪୫ ଟଙ୍କା ରହିଛି । ତେବେ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଦେଶର ୯ ରାଜ୍ୟରେ ପେଟ୍ରୋଲ ଦର ୧୦୦ ଟଙ୍କା ପାର କଲାଣି ।

ଦେଶର ବିଭିନ୍ନ ରାଜ୍ୟରେ ପେଟ୍ରୋଲ ଦର ଐତିହାସିକ ସ୍ତରରେ ପହଞ୍ଚିଲାଣି । ରାଜସ୍ଥାନ, ମଧ୍ୟ ପ୍ରଦେଶ, ମହାରାଷ୍ଟ୍ର, ଆନ୍ଧ ପ୍ରଦେଶ, ତେଲେଙ୍ଗାନା ଏବଂ ଲଦାଖ ସମେତ ଅନ୍ୟ କେତେକ ସ୍ଥାନରେ ପେଟ୍ରୋଲ ଦର ଲିଟର ପିଛା ୧୦୦ ଟଙ୍କା ପାର କଲାଣି । ଦେଶର ଆର୍ଥିକ ରାଜଧାନୀ କୁହାଯାଉଥିବା ମୁମ୍ବାଇରେ ମଧ୍ୟ ତେଲ ଦର ବୃଦ୍ଧି ପାଇଛି । ବୁଧବାର ପେଟ୍ରୋଲ ୧୦୨.୮୨ ଟଙ୍କା ଥିବାବେଳେ ଡିଜେଲ ଦାମ ରହିଛି ୯୪.୮୪ ପିଇସା । ଦେଶରେ ତୈଳରେ ସବୁଠାରୁ ଅଧିକ ଭାଟ ଲାଗୁଥିବା ରାଜ୍ୟ ହେଉଛି ରାଜସ୍ଥାନ ।

ରାଜଧାନୀ ଭୁବନେଶ୍ବରରେ କିନ୍ତୁ ୨ ଦିନ ହେଲା ପେଟ୍ରୋଲ ଏବଂ ଡିଜେଲ ଦର ସ୍ଥିର ରହିଛି । ମଙ୍ଗଳବାର ଏବଂ ବୁଧବାର ଭୁବନେଶ୍ବରରେ ସ୍ଥିର ରହିଛି ତେଲ ଦାମ । ବର୍ତ୍ତମାନ ଭୁବନେଶ୍ବରରେ ପେଟ୍ରୋଲ ୯୬.୯୫ ଟଙ୍କା ପ୍ରତି ଲିଟର ଏବଂ ଡିଜେଲ ୯୪.୯୧ ଟଙ୍କା ପ୍ରତି ଲିଟର ରହିଛି । ଶେଷ ଥର ପାଇଁ ଜୁନ ୧୪ ତାରିଖ ଅର୍ଥାତ ଗତ ସୋମବାର ଦିନ ପେଟ୍ରୋଲ ଏବଂ ଡିଜେଲ ଦାମ ବୃଦ୍ଧି ଘଟିଥିଲା । ପେଟ୍ରୋଲ ୨୯ ପଇସା ଏବଂ ଡିଜେଲ ୩୨ ପଇସା ବୃଦ୍ଧି ପାଇଥିଲା ।  

   Related Posts