ରାଜ୍ୟରେ ପୁଣି ବଢ଼ିଲା ପେଟ୍ରୋଲ ଓ ଡିଜେଲ ଦର

Published By : Prameya-News7 Bureau | June 11, 2020 IST

ଭୁବନେଶ୍ବର୧୧/୬: ପେଟ୍ରୋଲ ଓ ଡିଜେଲ ଦର ପୁଣି ବଢିଲା। ଗତ ପାଞ୍ଚ ଦିନ ଭିତରେ ପୁଣି ବଢିଛି। ଓଡିଶାରେ ପେଟ୍ରୋଲ ଲିଟର ପିଛା ୨ ଟଙ୍କା ୭୮ ପାଇସା ବଢିଛି। ସେହିପରି ଡିଜେଲ ୬୭ ଟଙ୍କା ୭୩ ପଇସାରୁ ବଢି ୭୦ ଟଙ୍କା ୫୨ ପଇସା ହୋଇଛି। ଆର୍ନ୍ତଜାତୀୟ ବଜାରରେ ଅଶୋଧିତ ତୈଳ ଦର ସ୍ଥିର ଥିବାବେଳେ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ଅହେତୁକ ଭ୍ୟାଟ୍ ବଢାଇବାରୁ ତୈଳ ଦର ବଢିଥିବା ଉତ୍କଳ ପୋଟ୍ରାଲିୟମ ଡିଲର୍ସ ଆସୋସିଏସନ ପକ୍ଷରୁ କୁହାଯାଇଛି। ସେପଟେ ସାଧାରଣ ଲୋକ କିନ୍ତୁ ତୈଳ ଦର ବୃଦ୍ଧିକୁ ବିରୋଧ କରିଛନ୍ତି । କରୋନାକୁ ନେଇ ସମସ୍ତେ ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ବେଳେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଏଭଳି କରିବା ଠିକ ନୁହେଁ ବୋଲି ରାଜଧାନୀ ବାସିନ୍ଦା କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.