Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ‘ପରୀକ୍ଷା ଦର୍ପଣ’ ପୁସ୍ତକ ଉନ୍ମୋଚିତ, ମାଟ୍ରିକ୍ ପରୀକ୍ଷାର୍ଥୀ ହେବେ ଉପକୃତ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୮ କୋଭିଡ୍ ପଜିଟିଭ୍‌, ୩୩୪୬୬୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଜି.ଉଦୟଗିରି : ବାଇକ୍-ଅଟୋ ମୁହାଁମୁହିଁ ଧକ୍କା : ଜଣେ ମୃତ, ତିନି ଗୁରୁତର
  • ||
  • ଭୁବନେଶ୍ବର : ଭିଜିଲାନ୍ସ ଜାଲରେ ଭୁବନେଶ୍ବର ବ୍ଲକ୍ କନିଷ୍ଠ ଯନ୍ତ୍ରୀ ଶୁଭେନ୍ଦୁ କୁମାର ପ୍ରଧାନ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ଦିଲ୍ଲୀ ପୋଲିସର ଆକ୍ସନ : ଟ୍ରାକ୍ଟର ରାଲି ବେଳେ ହିଂସା ପରେ ୨୨ଟି ମାମଲା ରୁଜୁ
  • ||
  • ଭୁବନେଶ୍ବର : ଅଟୋକୁ ଧକ୍କା ଦେଲା କାର୍, ୪ ଗୁରୁତର
  • ||
  • ଘଟଗାଁ : ରାତିରେ ଘରକୁ ଫେରିବା ବେଳେ ଭାଲୁ ଆକ୍ରମଣ, ଜଣେ ଗୁରୁତର
  • ||
  • ଆଜିଠୁ ଶ୍ରୀମନ୍ଦିର ସେବାୟତଙ୍କ ପୁଣି କୋଭିଡ୍ ଟେଷ୍ଟ, ପ୍ରତିଦିନ ୫୦ ସେବାୟତଙ୍କ ହେବ ଆର୍‌ଟିପିସିଆର୍
  • ||
  • ଆଜିଠୁ ପୁଣି ଟିକାକରଣ, ଭାକ୍‌ସିନ୍‌ ନେବେ ବଳକା ୧ ଲକ୍ଷ ୭୩ ହଜାର ୬୩୬ ସ୍ବାସ୍ଥ୍ଯକର୍ମୀ
  • ||

ପେଟ୍ରୋଲ ଦରରେ ଲାଗୁନି ବ୍ରେକ୍, ପୁଣି ବଢିଲା ୨୫ ପଇସା: ଜାଣନ୍ତୁ ରାଜଧାନୀରେ କେତେ ରହିଛି ତୈଳ ଦର

13/01/2021 at 10:23 PM

ନୂଆଦିଲ୍ଲୀ ୧୩।୧: ଦିନକୁ ଦିନ ବୃଦ୍ଧି ପାଉଛି ପେଟ୍ରୋଲ୍‌ ଏବଂ ଡିଜେଲ୍‌ର ଦାମ୍ । ଦର ବଢ଼ି ଏବେ ଆକାଶ ଛୁଇଁଲାଣି । ବୁଧବାର ଏହାର ମୂଲ୍ୟରେ ୨୫ ପଇସା ବୃଦ୍ଧି ଘଟିଛି । ଦେଶର ରାଜଧାନୀରେ ପେଟ୍ରୋଲ ଲିଟର ପିଛା ପାଖାପାଖି ୮୪.୪୫ ଟଙ୍କାରେ ପହଞ୍ଚିଥିବା ବେଳେ ମୁମ୍ୱାଇରେ ପେଟ୍ରୋଲ୍‌ର ମୂଲ୍ୟ ୯୧.୦୭ ଟଙ୍କା ରହିଛି । ଓଡ଼ିଶାରେ ମଧ୍ୟ ତୈଳ ଦର ବୃଦ୍ଧି ପାଇଛି । ଭୁବନେଶ୍ୱରରେ ପେଟ୍ରୋଲ୍‌ ଦାମ୍‌ ବଢ଼ି ଲିଟର ପିଛା ୮୪.୮୦ ଟଙ୍କା ଥିବା ବେଳେ ଡିଜେଲ୍‌ ଲିଟର ପିଚା ୮୧.୩୧ ଟଙ୍କାରେ ପହଞ୍ଚିଛି ।

ସେହିଭଳି ଦିଲ୍ଲୀରେ ଡିଜେଲ ଲିଟର ପ୍ରତି ୭୪.୬୩ ଟଙ୍କା ଥିବା ବେଳେ ମୁମ୍ୱାଇରେ ଡିଜେଲ୍ ୮୧.୩୪ ଦରରେ ବିକ୍ରି ହେଉଛି। ତୈଳ ବିପଣନ କମ୍ପାନୀଙ୍କ ଦ୍ଵାରା ୨୫ ପଇସା ବୃଦ୍ଧିର ସୂଚନା ପରେ ଦିଲ୍ଲୀରେ ତେଲ ଦର ରେକର୍ଡ ଭାଙ୍ଗିଛି । ପୂର୍ବରୁ ଦିଲ୍ଲୀରେ ପେଟ୍ରୋଲ ଏତେ ଦାମ୍‌ରେ ବିକ୍ରି ହୋଇନଥିବା ବେଳେ ମୁମ୍ୱାଇରେ ଡିଜେଲ୍‌ ମୂଲ୍ୟ ମଧ୍ୟ ରେକର୍ଡ ସ୍ତରରେ ପହଞ୍ଚିଛି ।

ଗତ ଦୁଇ ଦିନ ଧରି ପେଟ୍ରୋଲ୍‌ରେ ୪୯ ପଇସା ଏବଂ ଡିଜେଲ୍‌ରେ ୫୧ ପଇସା ବୃଦ୍ଧି ଘଟିଛି । ଯାହା ଫଳରେ କିଛିଦିନ ସ୍ଥଗିତ ରହିବା ପରେ ପୁଣି ଏହାର ମୂଲ୍ୟରେ ବୃଦ୍ଧି ହୋଇଛି ।

   Related Posts