ଚୀନ Coronavirus ଯୋଗୁ ଭାରତରେ ଶସ୍ତା ହେଉଛି Petrol ଓ Diesel, ଜାଣନ୍ତୁ କାହିଁକି

Published By : Prameya-News7 Bureau | January 25, 2020 IST

ନୂଆଦିଲ୍ଲୀ ୨୫।୧:  ଚୀନରେ ବ୍ୟାପୁଥିବା କରୋନା ଭାଇରସକୁ ନେଇ ସାରା ବିଶ୍ୱରେ ଏବେ ଆତଙ୍କ ଦେଖାଦେଇଛି। ତେବେ ଏଥିଯୋଗୁ ଭାରତରେ ଆକାଶ ଛୁଇଁଥିବା ପେଟ୍ରୋଲ ଓ ଡିଜେଲ ମୂଲ୍ୟରେ ହ୍ରାସ ଦେଖାଦେଇଛି। ଯାହା ଆଗକୁ ଆହୁରି ହ୍ରାସ ହେବ ବୋଲି ଆକଳନ କରାଯାଉଛି। ତେବେ ଭୂତାଣୁ ସଂକ୍ରମଣ ସହ ପେଟ୍ରୋଲ ଓ ଡିଜେଲ ମୂଲ୍ୟର କ’ଣ ସମ୍ପର୍କ ରହିଛି  ଆସନ୍ତୁ ଜାଣିବା।

{"id":215824,"sizeSlug":"large"}

ହ୍ରାସ ହେଉଛି ଚୀନର କ୍ରୁଡ ଡିମାଣ୍ଡ
ବିଶ୍ୱ  ତୈଳ ବଜାରର ଚୀନ ଏକ ବଡ ଉପଭୋକ୍ତା ଦେଶ। ତେବେ କରୋନା ଭାଇରାସ ବ୍ୟାପୀବା ଯୋଗୁ ଦେଶର ଅନେକ ସହରରେ ଏବେ ସାର୍ବଜନିକ ପରିବହନ ଠପ ହୋଇଯାଇଛି। ଏଣୁ ଚୀନର କ୍ରୁଡ ଡିମାଣ୍ଡ ପୂର୍ବାପେକ୍ଷା ହ୍ରାସ ହୋଇଛି। ଏଣୁ ତୈଳ ବଜରରେ ଗତ ସପ୍ତାହରୁ ମାନ୍ଦାବସ୍ଥା ଉପୁଜିଛି। ଯାହାର ସିଧା ଫାଇଦା ଏବେ ଭାରତକୁ ମିଳିବ।

{"id":215825,"width":579,"height":429,"sizeSlug":"large"}

କ୍ରୁଡ ଶସ୍ତା ହେଲେ କମିବ ତଳଦର
ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧି ହେଲେ ଭାରତରେ ପେଟ୍ରୋଲ ଓ ଡିଜେଲ ମହଙ୍ଗା ହୋଇଥାଏ। ତେବେ ଅଚାନକ ଚାହିଦା ହ୍ରାସ ଯୋଗୁ ଅଶୋଧିତ ତୈଳବଜାରରେ ଦର ହ୍ରାସ ଦେଖାଦେବା ଯୋଗୁ ଭାରତରେ ମଧ୍ୟ ତୈଳ ଦର ହ୍ରାସ ହେବ। ଏଞ୍ଜଲ ବ୍ରୋକିଂର ଉପାଧ୍ୟକ୍ଷ ଅନୁଜ ଗୁପ୍ତାଙ୍କ ଅନୁସାରେ ଟ୍ରେଡ ଡିଲ ପରେ ଚୀନର ଅସୋଧିତ ତୈଳ ଆମଦାନୀ ବଢିବ ବୋଲି ଆଶା କରାଯାଉଥିଲା। ସେହି ଅନୁସାରେ ବଜାର ପ୍ରସ୍ତୁତି କରିଥିବା ବେଳେ କରୋନା ଭାଇରସ ଯୋଗୁ ସବୁଫିକା ହୋଇଯାଇଛି।

{"id":215826,"width":581,"height":430,"sizeSlug":"large"}

ଭୂତାଣୁ ସଂକ୍ରମଣ ଯୋଗୁ ଚୀନରେ ପରିବହନ ଓ ବାଣିଜ୍ୟ ଉପରେ ଗୁରୁତର ପ୍ରଭାବ ପଡିଛି। ଏଣୁ ତୈଳ ଚାହିଦା ହ୍ରାସ ହୋଇଥିବା ବେଳେ ଦାମ ଉପରେ ଚାପ ପଡିଛି। ଗୁପ୍ତାଙ୍କ ଅନୁସାରେ ଅଶୋଧିତ ତୈଳ ବଜାରରେ ଦେଖା ଦେଇଥିବା ହ୍ରାସ ଯୋଗୁ ଆଗାମୀ ଦିନରେ ଭାରତରେ ପେଟ୍ରୋଲ ଓ ଡିଜେଲ ଆହୁରି ଶସ୍ତା ହେବ।

{"id":215827,"width":576,"height":427,"sizeSlug":"large"}

ଦେଶରେ ପେଟ୍ରୋଲ ୨ ଟଙ୍କା ୧୨ ଓ ଡିଜେଲ ୨ଟଙ୍କା ୧୪ପଇସା ଶସ୍ତା
ଚୀନରେ କରୋନା ଭାଇରସ ସଂକ୍ରମଣ ପରଠାରୁ ଭାରତରେ ପେଟ୍ରୋଲ ଓ ଡିଜେଲ ମୂଲ୍ୟରେ ଅଚାନକ ହ୍ରାସ ହୋଇଛି। ଏହି ହ୍ରାସ ଯୋଗୁ ଜାନୁୟାରୀ ୧୧ ତାରିଖ ପରେ ପେଟ୍ରୋଲ ମୂଲ୍ୟରେ ୧ଟଙ୍କା ୮୫ ପଇସା ପର୍ଯ୍ୟନ୍ତ ହ୍ରାସ ହୋଇଥିବା ବେଳେ ଏବେ ପୁଣି ୨୭ ପଇସା ହ୍ରାସ ହୋଇଛି। ସେହିପରି  ଡିଜେଲ ମୂଲ୍ୟ  ୧ଟଙ୍କା ୮୬ ପଇସା ଶସ୍ତାହୋଇଥିବା ବେଳେ ଏବେ ଆହୁରି ୨୮ ପଇସା ଶସ୍ତା ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.