Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମିବାରେ ଲାଗିଛି କରୋନା ପ୍ରଭାବ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୭୦୭ ଆକ୍ରାନ୍ତ
  • ||
  • ବିରାଟ ବାହିନୀ ଚିତ୍‌ପଟାଙ୍ଗ, ଭାରତକୁ ୫୧ ରନରେ ହରାଇ ସିରିଜ୍ ହାତେଇଲା ଅଷ୍ଟ୍ରେଲିଆ
  • ||
  • କାର୍ତ୍ତିକ ପୂର୍ଣ୍ଣିମାରେ ପବିତ୍ର ଗଙ୍ଗା ସ୍ନାନକୁ ନେଇ ଦୁଇ ଦିନ ପାଇଁ ହରିଦ୍ୱାର ସୀମା ସିଲ୍
  • ||
  • ହାଡଭଙ୍ଗା ଶୀତ ଯୋଗୁଁ ମନାଲିରେ ଜଣକର ମୃତ୍ୟୁ, ଜିରୋ ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଡାଲିରେ ୧୫ ଟଙ୍କା ରିହାତି ଦେବେ ସରକାର
  • ||
  • ଭୁବନେଶ୍ୱର : କମିଲା କୋଭିଡ୍ ମୃତ୍ୟୁ ସଂଖ୍ୟା : ଗତ ୨୪ ଘଣ୍ଟାରେ ଯାଇଛି ୪ ମୁଣ୍ଡ, ୧୭୩୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୫୧୮ କରୋନା ସଂକ୍ରମିତ, ୩୧୮୩୦୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ସୋର : ଡକାୟତ ଗ୍ୟାଙ୍ଗ୍ ଓ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ : ୪ ଗୁରୁତର, ଜଣେ ଗିରଫ
  • ||
  • ନୂଆଦିଲ୍ଲୀ : ଭାରତରେ କମୁଛି ସଂକ୍ରମଣ, ଗତ ୨୪ଘଣ୍ଟାରେ ୪୧୮୧୦ କରୋନା ଆକ୍ରାନ୍ତ ଚିହ୍ନଟ
  • ||
  • ଉଦଳା : ଜମିବାଡି ବିବାଦକୁ କେନ୍ଦ୍ରକରି ଡବଲ ମର୍ଡର ! ସଂମ୍ପର୍କୀୟ ଭାଇ ଓ ପୁତୁରାକୁ ହତ୍ୟା କଲା ଭାଇ
  • ||

କ୍ରମାଗତ ଦ୍ଵିତୀୟ ଦିନ ବଢିଲା ପେଟ୍ରୋଲ-ଡିଜେଲ୍ ଦାମ୍, ଜାଣନ୍ତୁ କଣ ରହିଛି ଆଜିର ମୂଲ୍ୟ

21/11/2020 at 4:08 PM

ନୂଆଦିଲ୍ଲୀ ୨୧।୧୧: ଭାରତୀୟ ତୈଳ କମ୍ପାନୀ ପୁଣି ଥରେ ପେଟ୍ରୋଲ ଦାମ ବଢାଇବା ଆରମ୍ଭ କରି ଦେଇଛନ୍ତି। ଘରୋଇ ବଜାରରେ ୪୮ ଦିନର ସ୍ଥିରତା ପରେ କ୍ରମାଗତ ଦ୍ଵିତୀୟ ଦିନ ପେଟ୍ରୋଲ ଦାମରେ ବୃଦ୍ଧି ଘଟିଛି। ରାଜଧାନୀ ଦିଲ୍ଲୀରେ ଆଜି ପେଟ୍ରୋଲ ଲିଟର ପିଛା ୧୫ ପଇସା ଏବଂ ଡିଜେଲ ୨୦ ପଇସା ବୃଦ୍ଧି ଘଟିଛି। ଶନିବାର ଦିଲ୍ଲୀରେ ପେଟ୍ରୋଲ ୮୧.୩୮ ଟଙ୍କା ରହିଥିବା ବେଳେ ଡିଜେଲ ଲିଟର ପିଛା ୭୦.୮୮  ଟଙ୍କା ରହିଛି। ଏହା ପୂର୍ବରୁ ଶୁକ୍ରବାର ପେଟ୍ରୋଲ ଲିଟର ପ୍ରତି ୧୭ ପଇସା ଓ ଡିଜେଲ ଲିଟର ପିଛା ୨୨ ପଇସା ବୃଦ୍ଧି ଘଟିଥିଲା।

ସେହି ପରି ରାଜଧାନୀ ଭୁବନେଶ୍ଵରେ ଆଜି ପେଟ୍ରୋଲ ଦାମ ଲିଟର ପିଛା ୩୫ ପଇସା ବୃଦ୍ଧି ଘଟିଛି। ରାଜଧାନୀରେ ଗତକାଲି ପେଟ୍ରୋଲ ଲିଟର ପ୍ରତି ୮୧.୬୩ ଟଙ୍କା ରହିଥିବା ବେଳେ ନଭେମ୍ଵର ୨୧ରେ ଏହାର ଦାମ ୮୧.୯୮ ଟଙ୍କା ରହିଛି।

ସୂଚନାଯୋଗ୍ୟ, ପ୍ରତି ଦିନ ସକାଳ ୬ଟାରେ ପେଟ୍ରୋଲ ଓ ଡିଜେଲ୍‌ ଦାମରେ ପରିବର୍ତ୍ତନ ଘଟିଥାଏ। ସକାଳ ୬ଟାରେ ନୂତନ ଦାମ ଲାଗୁ ହୋଇଥାଏ। ପେଟ୍ରୋଲ ଓ ଡିଜେଲ୍‌ ଦାମରେ ଏକ୍ସାଇଜ ଡ୍ୟୁଟି, ଡିଲର କମିଶନ ଓ ଅନ୍ୟ ଟ୍ୟାକ୍ସ ଯୋଡିବା ପରେ ଏହାର ଦାମ ପାଖାପାଖି ୨ ଗୁଣ ହୋଇଥାଏ। ଉଲ୍ଲେଖଯୋଗ୍ୟ, ଏହା ପୂର୍ବରୁ ପେଟ୍ରୋଲ ଦାମ ସେପ୍ଟେମ୍ବର ୧ରେ ବୃଦ୍ଧି ଘଟିଥିଲା। ଏହା ପରଠୁ ସେପ୍ଟେମ୍ବର ୧୦ ପର୍ଯ୍ୟନ୍ତ ତୈଳ ଦର ସ୍ଥିର ରହିଥିଲା।

   Related Posts