Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାଙ୍କୀ : ଶୌଚ ପାଇଁ ଯିବାବେଳେ କଚାଡି ଦେଲା ଦନ୍ତା, ଜଣେ ଗୁରୁତର
  • ||
  • ଭୁବନ : ୨ ଦିନ ପାଇଁ କଲେଜ ସଟ୍‌ଡାଉନ୍, କରୋନା ସଂକ୍ରମିତ ଚିହ୍ନଟ ପରେ ପଦକ୍ଷେପ‌
  • ||
  • ରାଜ୍ୟରେ କରୋନା ନେଲା ଆଉ ୩ ଜଣଙ୍କ ଜୀବନ, ୧୯୩୩ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ବଢ଼ି ଚାଲିଛି କରୋନା ସଂକ୍ରମଣ, ମହାରାଷ୍ଟ୍ରରେ ଆଜିଠାରୁ ମେ ପହିଲା ପର୍ଯ୍ୟନ୍ତ ୧୪୪ ଧାରା
  • ||
  • ଜଗତସିଂହପୁର : ଆଜି ପବିତ୍ର ମହାବିଷୁବ ସଂକ୍ରାନ୍ତି : ମା ଶାରଳାଙ୍କ ପୀଠରେ ଲାଗୁ ହେଲା ୧୪୪ ଧାରା, ନୀତି ସମ୍ପନ୍ନ କରିବେ ସେବାୟତ
  • ||
  • ବାରଙ୍ଗ : ନନ୍ଦନକାନନକୁ ନୂଆ ଅତିଥି, ଦ୍ୱିତୀୟ ଥର ପାଇଁ ମା ହେଲା ବାଘୁଣୀ ମେଘା
  • ||
  • ୨ହଜାର ଟପିଲା ସଂକ୍ରମଣ : ରାଜ୍ୟରେ ୩୦ଜିଲ୍ଲାରୁ ଚିହ୍ନଟ ହେଲେ ସଂକ୍ରମିତ, ୨୪ ଘଣ୍ଟାରେ ୨୨୬୭ ପଜିଟିଭ୍ ଚିହ୍ନଟ
  • ||

ଦେଶରେ ଖୁବ୍‌ଶୀଘ୍ର କମିବ ପେଟ୍ରୋଲ-ଡିଜେଲ ଦର ! ଉତ୍ପାଦନ ଶୁଳ୍କ କମାଇବାକୁ ଯୋଜନା ପ୍ରସ୍ତୁତ କରୁଛନ୍ତି ମୋଦି ସରକାର

2/03/2021 at 4:07 PM

ନୂଆଦିଲ୍ଲୀ ୦୨/୦୩ : କେନ୍ଦ୍ର ସରକାର ପେଟ୍ରୋଲ ଏବଂ ଡିଜେଲରେ ଉତ୍ପାଦନ ଶୁଳ୍କ ହ୍ରାସ କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଅର୍ଥ ମନ୍ତ୍ରାଳୟ ଏ ନେଇ ବିଚାରବିମର୍ଶ ଚଳାଇଥିବା ସୂଚନା ମିଳିଛି । ନ୍ୟୁଜ୍‌ ଏଜେନ୍ସି ରୟଟର୍ସର ରିପୋର୍ଟ ଅନୁଯାୟୀ ଅର୍ଥ ମନ୍ତ୍ରାଳୟର କିଛି ବରିଷ୍ଠ ଅଧିକାରୀ ପେଟ୍ରୋଲ ଏବଂ ଡିଜେଲର ଉତ୍ପାଦନ ଶୁଳ୍କ ହ୍ରାସ କରିବା ପାଇଁ କେନ୍ଦ୍ର ସରକାର ପ୍ରସ୍ତୁତି ଚଳାଇଥିବା କହିଛନ୍ତି ।

ଦେଶରେ ଏବେ ପେଟ୍ରୋଲ ଏବଂ ଡିଜେଲ ଦର ରେକର୍ଡ ସ୍ତରରେ ପହଞ୍ଚିଛି । ବିରୋଧୀ ଦଳମାନେ ସରକାରଙ୍କୁ ପ୍ରବଳ ସମାଲୋଚନା କରୁଛନ୍ତି । ଦେଶର ବିଭିନ୍ନ ସ୍ଥାନରେ ବନ୍ଦପାଳନ ମଧ୍ୟ କରାଯାଉଛି । କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାରମାନେ ତୁରନ୍ତ ଉତ୍ପାଦନ ଶୁଳ୍କ ହ୍ରାସ କରିବା ପାଇଁ ମଧ୍ୟ ଦାବି ହେଉଛି ।

ରିଜର୍ଭ ବ୍ୟାଙ୍କ୍‌ର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ମଧ୍ୟ ଶୁଳ୍କ କମାଇବାକୁ କେନ୍ଦ୍ର ସରକାରଙ୍କୁ ପରାମର୍ଶ ଦେଇଛନ୍ତି । ପେଟ୍ରୋଲ ଏବଂ ଡିଜେଲ ଉଭୟ ଦାମରେ ଉତ୍ପାଦନ ଶୁଳ୍କ ଅଧିକ ରହୁଛି ଅର୍ଥାତ ଅଶୌଧିତ ତୈଳରୁ ପେଟ୍ରୋଲ ଏବଂ ଡିଜେଲ ତିଆରି ହେବା ପାଇଁ ଯେତିକି ଅର୍ଥ ଆବଶ୍ୟକ ହୋଇଥାଏ ତାଠାରୁ ଅଧିକ ଉତ୍ପାଦନ ଶୁଳ୍କ ରହୁଛି । ପେଟ୍ରୋଲ ଏବଂ ଡିଜେଲ ଦାମର ପ୍ରାୟ ୬୦ ପ୍ରତିଶତ ଟ୍ୟାକ୍ସ ଆକାରରେ ଯାଇଥାଏ । ପେଟ୍ରୋଲ ଉତ୍ପାଦନ ପାଇଁ ଲିଟର ପିଛା ୩୬ ଟଙ୍କା ଲାଗୁଥିବା ବେଳେ ଦେଶରେ ଦାମ ରହୁଛି ୯୦ ଟଙ୍କା ଉପରେ ।

ତେଣୁ ପେଟ୍ରୋଲ ଏବଂ ଡିଜେଲ ଦାମ କମାଇବା ପାଇଁ କେନ୍ଦ୍ର ସରକାର ଉତ୍ପାଦନ ଶୁଳ୍କ ହ୍ରାସ କରିବାକୁ ଯୋଜନା କରୁଛନ୍ତି । ସରକାରୀ ସ୍ତରରେ ଅଧିକ ଚାପ ଏବଂ ଉପଭୋକ୍ତା ଉଭୟଙ୍କ ସମସ୍ୟାକୁ ଆଖି ଆଗରେ ରଖି ଯୋଜନା ପ୍ରସ୍ତୁତ ହେଉଥିବା ସୂଚନା ମିଳିଛି । କିଛଇ ଦିନ ପୂର୍ବରୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଧ୍ୟ କହିଥିଲେ ଯେ, ପେଟ୍ରୋଲ ଏବଂ ଡିଜେଲ ଦାମ କମାଇବା ପାଇଁ ଉଭୟ କେନ୍ଦ୍ର ସରକାର ଓ ରାଜ୍ୟ ସରକାରମାନଙ୍କୁ କିଛି ପଦକ୍ଷେପ ନେବାକୁ ହେବ ।

   Related Posts