ପେଟ୍ରୋଲ ଠାରୁ ମହଙ୍ଗା ହେଲା ଡିଜେଲ୍, ଜାଣନ୍ତୁ ଆପଣଙ୍କ ସହରରେ କେତେ ରହିଛି ଦାମ୍

Published By : Prameya-News7 Bureau | June 24, 2020 IST

ନୂଆଦିଲ୍ଲୀ ୨୪।୦୬: ସାଧାରଣ ଜନତାଙ୍କୁ ମହଙ୍ଗା ମାଡ ।  ଅନ୍ତରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳର ଦାମରେ ଅଳ୍ପ ପରିମାଣରେ ବୃଦ୍ଧି ପାଉଥିବା ବେଳେ ଘରୋଇ ବଜାରରେ ପେଟ୍ରୋଲ ଓ ଡିଜେଲ୍‌ ଦାମ ଲଗାତର ଭାବେ ବଢିବାରେ ଲାଗିଛି ।  ଦିଲ୍ଲୀରେ ପ୍ରଥମ ଥର ପାଇଁ ଏପରି ଏକ ଘଟଣା ହୋଇଛି ଯେ, ଡିଜେଲ୍‌ର ଦାମ୍‌ ପେଟ୍ରୋଲ ଠାରୁ ଅଧିକ ହୋଇଯାଇଛି ।ଲଗାତର ୧୮ ଦିନରେ ତୈଲ ଦାମ୍‌ରେ ବୃଦ୍ଧି ପାଇବାରେ ଲାଗିଛି । ଗତ ୧୮ଦିନ ମଧ୍ୟରେ ଡିଜେଲ୍‌ର ଦାମ୍‌ରେ ୧୦.୪୮ ଟଙ୍କା ପ୍ରତି ଲିଟର ବୃଦ୍ଧି ପାଇଥିବା ବେଳେ ପେଟ୍ରୋଲ୍‌ ୮.୫୦ ଟଙ୍କା ମହଙ୍ଗା ହୋଇଛି ।

ବୁଧବାର ଦିନ ସରକାରୀ ତେଲ କମ୍ପାନୀମାନେ ଇନ୍ଧନର ଦାମ ବୃଦ୍ଧି କରିଛନ୍ତି । ସେହିପରି ଦିଲ୍ଲୀ ପେଟ୍ରୋଲ୍‌ର ଦାମ୍‌ ଗତକାଲି ଥିବା ଦାମ୍‌ ୭୯.୭୬ ଟଙ୍କାରେ ରହିଥିଲା । କିନ୍ତୁ ଡିଜେଲ୍‌ର ଦାମ୍‌ ୭୯.୪୦ରୁ ବଢି ୭୯.୮୮ଟଙ୍କା ପ୍ରତି ଲିଟରେ ହୋଇଯାଇଛି । ପେଟ୍ରୋଲର ଗତକାଲିର ଦାମ୍‌ ଠାରୁ ଡିଜେଲ୍‌ ୪୮ ପାଇସା ଅଧିକ ରହିଛି । କେବଳ ଦିଲ୍ଲୀରେ ନୁହେଁ ବରଂ ସାରା ଦେଶରେ ଏପରି ପ୍ରଥମ ହୋଇଛି ଯେ, ଡିଜେଲ୍‌ର ଦାମ୍‌ ପେଟ୍ରୋଲ୍‌ ଠାରୁ ଅଧିକ ରହିଛି । ୧୮ଦିନରେ ୧୦.୪୮ଟଙ୍କା ମହଙ୍ଗା ହୋଇଛି ଡିଜେଲ୍‌ ।  

ଅନ୍ତରାଷ୍ଟ୍ରୀୟ ବଜାରରେ ଅଧିକତର ଦିନ ଅଶୋଧିତ ତୈଳର ଦାମରେ ସାମନ୍ୟ ମାତ୍ରାରେ ଦାମ୍‌ ବୃଦ୍ଧି ପାଉଛି । କିନ୍ତୁ ଘରୋଇ ବଜାରରେ ତୈଳ ଲଗାତର ଭାବେରେ ୧୮ଦିନ ହେଲା ବଢିଚାଲିଛି । ଏବେ ଇଣ୍ଡିଆନ୍‌ ବାସ୍କେଟ୍‌ ବିଶିଷ୍ଟ ଅଶୋଧିତ ତୈଳର ଦାମ୍‌ ପ୍ରତି ବ୍ୟାରେଲ ପିଛା ୪୦ଡଲାର ପାଖାପାଖି ରହୁଛି । କିନ୍ତୁ ଏହି ହିସାବରେ ପେଟ୍ରୋଲ ଓ ଡିଜେଲ୍‌ ଦାମ୍‌ରେ କୌଣସି ପରିବର୍ତ୍ତନ ଦେଖାଯାଉନାହିଁ । ଦେଖିବାକୁ ଗଲେ ଗତ ୧୮ଦିନରେ ଡିଜେଲ୍‌ ଦାମ୍‌ରେ ୧୦.୪୮ ଟଙ୍କା ପ୍ରତି ଲିଟର ବୃଦ୍ଧି ପାଇଥିବା ବେଳେ ପେଟ୍ରୋଲ୍‌ ଦାମ୍‌ ପ୍ରତି ଲିଟର ପିଛା ୧୮ଦିନରେ ୮.୫୦ଟଙ୍କା ବୃଦ୍ଧି ପାଇସାରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.