Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁଜିବ ଓ ରଶିଦଙ୍କ ଘାତକ ବୋଲିଂ, ସ୍କଟଲାଣ୍ଡକୁ ୧୩୦ ରନରେ ହରାଇଲା ଆଫଗାନିସ୍ତାନ
  • ||
  • ଇଣ୍ଡିଆନ ପ୍ରିମିୟର ଲିଗ୍ (IPL)ରେ ସାମିଲ ହେଲେ ଆଉ ୨ଟି ନୂଆ ଟିମ । ୨ ଟିମ ଅହମ୍ମଦାବାଦ ଏବଂ ଲକ୍ଷ୍ନୌ ଆସନ୍ତାବର୍ଷ ହେବାକୁ ଥିବା ଆଇପିଏଲରେ ଅଂଶଗ୍ରହଣ କରିବେ ।
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୩୬୦ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୧୮୦ ଡିସଚାର୍ଜ
  • ||
  • ସତ ହେଲା ଧୋନୀଙ୍କ ଭବିଷ୍ୟବାଣୀ, ୫ ବର୍ଷ ତଳେ କହିଥିଲେ- ଦିନେ ଏମିତି ହେବ…
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୨୫ କୋଭିଡ୍ ପଜିଟିଭ୍
  • ||
  • ପଡୋଶୀ ଘରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ୨ ପରିବାର ମଧ୍ୟରେ ରକ୍ତାକ୍ତ ସଙ୍ଘର୍ଷ : ୮ ଗୁରୁତର, ବୁଲିଲା ଟାଙ୍ଗିଆ ଓ କଟୁରୀ
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାର : ଧବଳେଶ୍ୱର ପୀଠରେ ୧୪୪ ଧାରା, ମନ୍ଦିର ଖାଁ ଖାଁ
  • ||
  • ୫ ଦିନ ଯାଏଁ ଖସିବନି ପାରଦ, ୨୮ରୁ କାଁ ଭାଁ ବର୍ଷା
  • ||

ସେପ୍ଟେମ୍ବର ମାସରେ ପ୍ରଥମ ଥର ପାଇଁ ଦେଶରେ ବଢିଲା ପେଟ୍ରୋଲ ଦର, ୫ଦିନରେ ୪ଥର ବଢିଲାଣି ଡିଜେଲ : ଜାଣନ୍ତୁ ଭୁବନେଶ୍ବର ପ୍ରାଇସ୍‌

28/09/2021 at 9:28 AM

ନୂଆଦିଲ୍ଲୀ ୨୮/୦୯ : ଅନ୍ତରାଷ୍ଟ୍ରୀୟ ବଜାରରେ ତେଲ ଦର ବୃଦ୍ଧି ହେବା ଫଳରେ ଦେଶରେ ମଧ୍ୟ ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି ପାଇଛି । ଲମ୍ବା ସମୟ ଧରି ତେଲ ଦର ସ୍ଥିର ରହିବା ପରେ ମଙ୍ଗଳବାର ପୁଣିଥରେ ପେଟ୍ରୋଲ ଦାମ ବୃଦ୍ଧିପାଇଛି । ଡିଜେଲ ଦର ମଧ୍ୟ ଲଗାତାର ତୃତୀୟ ଦିନ ପାଇଁ ବଢିଛି ।

ତେଲ ବିତରଣ କମ୍ପାନୀମାନେ ଆଜି ଜାରି କରିଥିବା ନୂଆ ଦାମ ଅନୁଯାୟୀ ପେଟ୍ରୋଲ ୨୦ ରୁ ୨୨ ପଇସା ପ୍ରତିଲିଟର ମହଙ୍ଗା ହୋଇଛି । ସେହିଭଳି ଡିଜେଲ ଦର ୨୫ ପଇସା ପ୍ରତି ଲିଟର ବୃଦ୍ଧିପାଇଛି । ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ୨୦ ପଇସା ବୃଦ୍ଧି ପାଇ ଲିଟର ପିଛା ୧୦୧.୩୯ ଟଙ୍କା ଥିବାବେଳେ ଏବଂ ଡିଜେଲ ୨୫ ପଇସା ବୃଦ୍ଧିପାଇ ୮୯.୫୭ ଟଙ୍କା ପ୍ରତିଲିଟରରେ ପହଞ୍ଚିଛି ।

ଗତ ୫ ଦିନରେ ୪ ଥର ମହଙ୍ଗା ଘଟି ୯୫ ପଇସା ବୃଦ୍ଧିପାଇଲାଣି ଡିଜେଲ ଦର । ଆଜି ପୁଣିଥରେ ୨୫ ପଇସା ବୃଦ୍ଧିପାଇଛି ଡିଜେଲ ଦର । ଏହିଭଳି ଦେଖିବାକୁ ଗଲେ ଚଳିତ ମାସରେ ବର୍ତ୍ତମାନ ସୁଦ୍ଧା ପ୍ରାୟ ୧ ଟଙ୍କା ବଢିଲାଣି ଡିଜେଲ ଦାମ । ଅନ୍ୟପଟେ ସେପ୍ଟେମ୍ବର ମାସରେ ପ୍ରଥମ ଥର ପାଇଁ ବଢିଛି ପେଟ୍ରେଲ ଦର । ଏହା ପୂର୍ବରୁ ଲମ୍ବା ସମୟ ଧରି ପେଟ୍ରୋଲ ଦାମ ସ୍ଥିର ଥିଲା ।

  ସେହିଭଲି ରାଜ୍ୟ ରାଜଧାନୀ ଭୁବନେଶ୍ବରରେ ମଧ୍ୟ ଆଜି ପେଟ୍ରୋଲ ଦର ବୃଦ୍ଧି ଘଟିଛି । ପେଟ୍ରୋଲ ୨୭ ପଇସା ବୃଦ୍ଧି ପାଇ ୧୦୨.୩୧ ଟଙ୍କା ପ୍ରତିଲିଟର ରହିଛି । ଗତକାଲି ଅର୍ଥାତ ସେପ୍ଟେମ୍ବର ୨୭ ତାରିଖରେ ପେଟ୍ରୋଲ ୫୫ ପଇସା ହ୍ରାସ ପାଇଥିଲା । ସେହିଭଳି ଭୁବନେଶ୍ବରରେ ଡିଜେଲ ଦର ମଧ୍ୟ ୩୩ ପଇସା ବୃଦ୍ଧିପାଇଛି । ଆଜି ଦାମ ରହିଛି ୯୭.୭୨ ଟଙ୍କା ପ୍ରତି ଲିଟର । ଗତକାଲି ଭୁବନେଶ୍ବରରେ ଡିଜେଲ ଦର ୨୬ ପଇସା ହ୍ରାସ ପାଇଥିଲା ।

   Related Posts