ଆଜି ପୁଣି ବଢ଼ିଲା ପେଟ୍ରୋଲ୍ ଏବଂ ଡିଜେଲ୍ ଦର : ଜାଣନ୍ତୁ କେତେ ମୂଲ୍ୟ?

Published By : Prameya-News7 Bureau | December 07, 2020 IST

ନୂଆଦିଲ୍ଲୀ ୦୫।୧୨: ଦେଶବାସୀଙ୍କୁ ପୁଣି ଝଟକା । କରୋନା କାଳରେ ରେକର୍ଡ ଭାଙ୍ଗିଛି ତୈଳ ଦର । ପେଟ୍ରୋଲ୍ ଲିଟର ପିଛା କିଛି ସ୍ଥାନରେ ୮୪ ଟଙ୍କା ଟପିଥିବା ବେଳେ, ଡିଜେଲ୍  ମଧ୍ୟ ୮୦ଟଙ୍କା ଟପିଛି । ଲଗାତର ଦେଶରେ ବଢୁଛି ପେଟ୍ରୋଲ ଓ ଡିଜେଲ ଦାମ । ତେଲ କମ୍ପାନୀଙ୍କୁ ପକ୍ଷରୁ ପୁଣି ଥରେ ପେଟ୍ରୋଲ ଓ ଡିଜେଲ୍‌ର ଦର ବୃଦ୍ଧି କରାଯାଇଛି । ସୋମବାର ଦିନ ଡିଜେଲର ଦାମ ୨୫ ରୁ ୩୧ପଇସାକୁ ବୃଦ୍ଧି କରାଯାଇଥିବା ବେଳେ ପେଟ୍ରୋଲର ଦାମ୍‌ ୩୦ରୁ ୩୩  ପଇସାକୁ  ବୃଦ୍ଧି କରାଯାଇଛି ।

ଆଇଓସିଏଲ୍‌ରୁ ମିଳିଥିବା ତଥ୍ୟ ଅନୁସାରେ ସୋମବାର ଦିଲ୍ଲୀରେ ପେଟ୍ରୋଲ ୮୩.୭୧ ଟଙ୍କା ରହିଥିବା ବେଳେ ଡିଜେଲ ଲିଟର ପିଛା ୭୩.୩୨  ଟଙ୍କା ରହିଛି।  ମୁମ୍ବାଇରେ ପେଟ୍ରୋଲ ୯୦.୩୪ ରହିଥିବା ବେଳେ ଡିଜେଲ୍‌ ଲିଟର ପିଛା ୮୦.୫୧ ରହିଛି । କୋଲକାତାରେ ପେଟ୍ରୋଲ ୮୫.୧୯ ରହିଥିବା ବେଳେ ଡିଜେଲ୍‌ ଲିଟର ପିଛା ୭୭.୪୪ରହିଛି । ସେହିପରି ଚେନ୍ନାଇରେ ପେଟ୍ରୋଲ ୮୬.୫୧ ରହିଥିବା ବେଳେ ଡିଜେଲ ଲିଟର ପିଛା ୭୯.୨୧ ରହିଛି ।

ଆପଣ ନିଜ ସହରର ପେଟ୍ରୋଲ୍-ଡିଜେଲର ଦାମ୍ ପ୍ରତିଦିନ SMS ଜରିଆରେ ଚେକ୍‌ କରିପାରିବେ। ଇଣ୍ଡିଆନ୍ ଅୟେଲର ଗ୍ରାହକ RSP<ଡିଲର କୋଡ> ଲେଖି 9224992249 ନମ୍ବରରେ ଏବଂ HPCL ର ଗ୍ରାହକ HPPRICE <ଡିଲର କୋଡ> ଲେଖି 9222201122 ନମ୍ବରରେ ପଠାଇ ପାରିବେ। ବିପିସିଏଲ୍ ଗ୍ରାହକ RSP<ଡିଲର କୋଡ> ଲେଖି 9223112222 ନମ୍ବରରେ ପଠାଇ ପାରିବେ।

ପେଟ୍ରୋଲ୍ ଏବଂ ଡିଜେଲ୍ ଦାମରେ ଏକ୍ସାଇଜ ଡ୍ୟୁଟି,ଡିଲର କମିଶନ ଏବଂ ଅନ୍ୟ ଜିନିଷ ଯୋଡ଼ିବା ପରେ ଏହାର ଦାମ୍ ପାଖାପାଖି ୨ଗୁଣା ହୋଇଯାଏ। ବୈଦେଶିକ ମୁଦ୍ରା ଦର ସହ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳର ମୂଲ୍ୟ ଆଧାର​‌ରେ ପ୍ରତିଦିନ ପେଟ୍ରୋଲ୍ ଏବଂ ଡିଜେଲର ମୂଲ୍ୟରେ ପରିବର୍ତ୍ତନ ହୋଇଥାଏ। ଅୟେଲ ମାର୍କେଟିଂ କମ୍ପାନୀର ମୂଲ୍ୟର ସମୀକ୍ଷା ପରେ ପ୍ରତିଦିନ ପେଟ୍ରୋଲ୍ ଏବଂ ଡିଜେଲ୍ ମୂଲ୍ୟ ସ୍ଥିର କରିଥାଏ। ଇଣ୍ଡିଆନ୍ ଅୟେଲ୍,ଭାରତ ପେଟ୍ରୋଲିୟମ୍ ଏବଂ ହିନ୍ଦୁସ୍ତାନ ପେଟ୍ରୋଲିୟମ୍ ପ୍ରତିଦିନ ସକାଳ ୬ଟାରେ ପେଟ୍ରୋଲ୍ ଏବଂ ଡିଜେଲ୍ ଦରରେ ସଂଶୋଧନ କରି ନୂଆ ଦର ଜାରି କରିଥାନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.