Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାରତୀୟ ଶିକ୍ଷୟିତ୍ରୀଙ୍କ ପାକିସ୍ତାନ ପ୍ରେମ, ଷ୍ଟାଟସ୍ ଦେଲେ ‘ଆମେ ମ୍ୟାଚ୍ ଜିତିଗଲୁ’
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୩୩ କୋଭିଡ୍ ପଜିଟିଭ୍
  • ||
  • ନୂଆଦିଲ୍ଲୀ ସୀମାପୁରୀରେ ଅଭାବନୀୟ ଘଟଣା : ଘରେ ଲାଗିଲା ନିଆଁ, ୪ ମୃତ
  • ||
  • ଏବର୍ଷ ରାଜ୍ୟରେ ହାଡଭଙ୍ଗା ଶୀତ, ଅଧିକ ଦିନ ଥରାଇବ
  • ||
  • ସିଆରପିଏଫ କ୍ୟାମ୍ପରେ ରାତି ବିତାଇଲେ ଶାହ, ଯବାନଙ୍କ ସହ କଲେ ରାତ୍ରି ଭୋଜନ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ, ସେପଟେ ଡିଜିପି ଅଫିସ ଘେରାଉ କରିବ କଂଗ୍ରେସ
  • ||

‌ଲଗାମ ଛଡା ତୈଳ ଦର : ପୁଣି ପେଟ୍ରୋଲ ୩୫ ପଇସା ଏବଂ ଡିଜେଲ ୧୮ ପଇସା ବଢିଲା, ଖାଉଟି ହନ୍ତସନ୍ତ

4/07/2021 at 3:48 PM

ନୂଆଦିଲ୍ଲୀ ୦୪/ ୦୭ : ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦର ଉପରେ ଲଗାମ ନାହିଁ । ଗତ କିଛିଦିନ ହେଲା କିଛି ମିଳୁ କି ନମିଳୁ କିନ୍ତୁ ନିୟମିତ ଭାବେ ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି ପାଇବାରେ ଲାଗିଛି । ଆଜି ରବିବାର ପୁଣି ଦେଶରେ ବଢିଛି ତୈଳ ଦର । ସରକାରୀ ତେଲ କମ୍ପାନୀମାନେ ଘରୋଇ ବଜାରରେ ଆଜି ଅର୍ଥାତ ରବିବାର ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୩୫ ପଇସା ଏବଂ ଡିଜେଲ ଲିଟର ପିଛା ୧୮ ପଇସା ବୃଦ୍ଧି କରିଛନ୍ତି । ଦିଲ୍ଲୀରେ ଆଜି ପେଟ୍ରୋଲ ଦର ୯୯.୫୧ ଟଙ୍କା ଥିବା ବେଳେ ଡିଜେଲ ଦର ରହିଛି ୮୯.୩୬ ଟଙ୍କା ।

ଦେଶର ଆର୍ଥିକ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ୧୦୫.୫୮ ଟଙ୍କା ଥିବା ବେଳେ ଡିଜେଲ ଦର ରହିଛି ୯୬.୯୧ ଟଙ୍କା । ସେହିଭଳି ଚେନ୍ନାଇରେ ପେଟ୍ରୋଲ ୧୦୦.୪୪ ଏବଂ ଡିଜେଲ ୯୩.୯୧ ଟଙ୍କା ରହିଥିବା ବେଳେ କୋଲକାତାରେ ଆଜି ପେଟ୍ରୋଲ ଦର ୯୯.୪୫ ଏବଂ ଡିଜେଲ ୯୨.୨୭ ଟଙ୍କା ରହିଛି ।

ସେହିଭଳି ରାଜଧାନୀ ଭୁବନେଶ୍ବରରେ ଆଜି ପେଟ୍ରୋଲ ୩୫ ପଇସା ଏବଂ ଡିଜେଲ ୨୦ ପଇସା ବୃଦ୍ଧି ପାଇଛି । ପୂର୍ବରୁ ଶତକ ମାରିଥିବା ପେଟ୍ରୋଲର ଆଜିର ଦର ରହିଛି ୧୦୦.୩୦ ଟଙ୍କା ପ୍ରତିଲିଟର ଏବଂ ଡିଜେଲ ଦର ଲିଟର ପିଛା ୯୭.୩୯ ଟଙ୍କା ରହିଛି ।

ଗତକାଲି ଅର୍ଥାତ ଶନିବାର ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦର ଅପରିବର୍ତ୍ତିତ ରହିଥିଲା । ଯାହା ଫଳରେ ଦର ସ୍ଥିର ରହିଥିଲା । ତେବେ ଜୁଲାଇ ୨ ତାରିଖରେ ପେଟ୍ରୋଲ ଦର ୩୫ ପଇସା ବୃଦ୍ଧିପାଇଥିଲା ଏବଂ ଡିଜେଲ ଦର ସ୍ଥିର ଥିଲା । ବିଦେଶୀ ମୁଦ୍ରା ମୂଲ୍ୟ ଏବଂ ଅନ୍ତରାଷ୍ଟ୍ରୀୟ ବଜାରରେ କ୍ରୁଡ୍ ଅଏଲ ଦର ଆଧାରରେ ଦେଶରେ ପ୍ରତିଦିନ ପେଟ୍ରୋଲ ଏବଂ ଡିଜଲେ ଦର ନିର୍ଦ୍ଧାରଣ ହୋଇଥାଏ ।

   Related Posts