Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ମୁଣ୍ଡଳୀ ବ୍ୟାରେଜରୁ ଡେଇଁ ଜଣେ ନିଖୋଜ, ବ୍ରିଜ୍ ଉପରେ ଅଛି ଗାଡି ଓ ମୋବାଇଲ୍
  • ||
  • ଖୋର୍ଦ୍ଧା : ଯୁବକକୁ ଖୋଜି ଆଣିବା ଦାବିରେ ଏସ୍‌ପି ଅଫିସ୍ ଘେରାଉ, ରବିବାରଠୁ ଗାଈ ଚରେଇବାକୁ ଯାଇ ଅଛନ୍ତି ନିଖୋଜ
  • ||
  • ଚାନ୍ଦବାଲି : ଖେଳୁଥିବା ବେଳେ ପୋଖରୀରେ ବୁଡିଗଲେ ଦେଢ ବର୍ଷର ଶିଶୁ କନ୍ୟା, ଡାକ୍ତରଖାନାରେ ମୃତ୍ୟୁ
  • ||
  • ଭୁବନେଶ୍ବର : ମମିତା ଘଟଣାରେ ରାଜଧାନୀ ହୁଲସ୍ତୁଲ, ଡିସିପି ଅଫିସ୍ ଘେରାଉ ବେଳେ ବିଜେପି କର୍ମୀ ଓ ପୋଲିସ ଧସ୍ତାଧସ୍ତି
  • ||
  • ନୟାଗଡ : ଗୁଣିଗାରେଡି ସନ୍ଦେହରେ ୫ ଜଣଙ୍କୁ ନିର୍ଯାତନା ଘଟଣା : ୫ ଜଣଙ୍କୁ ଗିରଫ କଲା ପୋଲିସ
  • ||
  • ମର୍ମନ୍ତୁଦ ଦୁର୍ଘଟଣା: ଡୋଡା ଘାଟିରେ ଖସିପଡିଲା ମାଟାଡୋର, ୮ ମୃତ ଓ ଅନେକ ଆହତ
  • ||
  • ଜଗତସିଂହପୁର : ଷ୍ଟାଡିୟମ୍ ନିକଟରୁ ମିଳିଲା ଯୁବକଙ୍କ ମୃତଦେହ, ବୁଧବାର ସନ୍ଧ୍ୟାରୁ ଥିଲେ ନିଖୋଜ
  • ||
  • କଳାହାଣ୍ଡି : ମମିତା ମେହେର ହତ୍ୟା ମାମଲାରେ କଂଗ୍ରେସର ଧାରଣା ୩ୟ ଦିନରେ, ମନ୍ତ୍ରୀ ଇସ୍ତଫା ନଦେଲେ ତୀବ୍ର ହେବ ଆନ୍ଦୋଳନ
  • ||
  • କଳାହାଣ୍ଡି : ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲରେ ଘାଇ, ଶହ ଶହ ହେକ୍ଟର ଧାନ ଚାଷ ନଷ୍ଟ ଆଶଙ୍କା
  • ||
  • ଢେଙ୍କାନାଳ : ଶୌଚ ହୋଇ ଫେରିବା ବେଳେ ବୃଦ୍ଧଙ୍କୁ କଚାଡିଦେଲା ଦନ୍ତା, ଡାକ୍ତରଖାନାରେ ଚାଲିଗଲା ଜୀବନ
  • ||

ପୁଣି ବଢିଲା ପେଟ୍ରୋଲ ଏବଂ ଡିଜେଲ ଦର, ଜାଣନ୍ତୁ ଭୁବନେଶ୍ବରରେ କେତେ ରହିଛି ଆଜିର ଦାମ

1/06/2021 at 2:53 PM

ନୂଆଦିଲ୍ଲୀ ୦୬/୦୧ : ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦରରେ ଲଗାମ ଲାଗୁନାହିଁ । ମାସର ପ୍ରଥମ ଦିନ ଅର୍ଥାତ ମଙ୍ଗଳବାର ଦେଶରେ ତୈଳ ଦର ବୃଦ୍ଧି ପାଇଛି । ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ୨୬ ପଇସା ବୃଦ୍ଧି ପାଇ ଲିଟର ପିଛା ୯୪.୪୯ ଟଙ୍କା ଥିବା ବେଳେ ଡିଜେଲ ୨୩ ପଇସା ବୃଦ୍ଧି ପାଇ ୮୫.୩୮ ଟଙ୍କା ପ୍ରତି ଲିଟର ରହିଛି ।
୧୫ ଦିନ ପରେ ଲଗାତାର ଦ୍ବିତୀୟ ଦିନ ପାଇଁ ତୈଳ ଦର ବୃଦ୍ଧିପାଇଛି । ସେହିଭଳି ଦେଶର ଆର୍ଥିକ ରାଜଧାନୀ କୁହାଯାଉଥିବା ମୁମ୍ବାଇରେ ପେଟ୍ରୋଲ ଦର ସେଞ୍ଚୁରୀ ମାରିଛି । ମଙ୍ଗଳବାର ମୁମ୍ବାଇରେ ପେଟ୍ରୋଲ ଦର ୧୦୦.୪୭ ଟଙ୍କା ରହିଥିବା ବେଳେ ଡିଜେଲ ଦର ଲିଟର ପିଛା ରହିଛି ୯୨.୪୫ ଟଙ୍କା । ଏହା ପୂର୍ବରୁ ରାଜସ୍ଥାନ, ମଧ୍ୟ ପ୍ରଦେଶ, ମହାରାଷ୍ଟ୍ରର କିଛି ସହର ସମେତ ଓଡିଶାର କିଛି ସ୍ଥାନରେ ପେଟ୍ରୋଲ ଦର ଶହେ ଟଙ୍କା ଛୁଇଁଛି ।
ସେହିଭଳି ରାଜଧାନୀ ଭୁବନେଶ୍ବରରେ ମଙ୍ଗଳବାର ପେଟ୍ରୋଲ ଦର ୨୬ ପଇସା ବୃଦ୍ଧି ପାଇ ୯୫.୨୮ ଟଙ୍କା ପ୍ରତି ଲିଟର ରହିଥିବା ବେଳେ ଡିଜେଲ ଦର ୨୫ ପଇସା ବୃଦ୍ଧି ପାଇ ୯୩.୦୯ ଟଙ୍କା ରହିଛି । ଦେଶର ଅନେକ ରାଜ୍ୟରେ ଲକଡାଉନ୍‌ ଜାରି ରହିଥିବା ବେଳେ ଲୋକଙ୍କ ଜୀବନ ଜୀବିକା ଅସ୍ତବ୍ୟସ୍ତ ହୋଇପଡିଲାଣି । ତେବେ କରୋନା ମହାମାରୀ ମଧ୍ୟରେ ଲଗାତାର ଭାବେ ତୈଳ ଦର ବୃଦ୍ଧି ବୋଝ ଉପରେ ନଳୀତା ବିଡା ସଦୃଶ । ଆନ୍ତର୍ଜାତୀକ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧି ପାଉଥିବାରୁ ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି ପାଉଥିବା ସୂଚନା ମିଳିଛି ।

   Related Posts