ପୁଣି ବଢିଲା Diesel ଓ Petrol ଦର, ଜାଣନ୍ତୁ ୧୦ ଦିନରେ କେତେ ହେଲା ମହଙ୍ଗା ?

Published By : Prameya-News7 Bureau | June 16, 2020 IST

ନୂଆଦିଲ୍ଲୀ ୧୬।୦୬: ଦେଶବାସୀଙ୍କୁ ପୁଣି ମହଙ୍ଗା ମାଡ । ଲଗାତର ୧୦ ଦିନ  ଧରି ବଢ଼ିଚାଲିଛି ତୈଳ ଦର । ମଙ୍ଗଳବାର ଦିନ ତୈଳ କଂପାନୀ ପକ୍ଷରୁ ପେଟ୍ରୋଲ ଦର ଲିଟର ପିଛା ୪୭ ପଇସା ବୃଦ୍ଧି କରାଯାଇଥିବା ବେଳେ ଡିଜେଲ ଲିଟର ପିଛା ୫୭ ପଇସା ବଢ଼ିଯାଇଛି । ଯାହାଫଳରେ କି ପେଟ୍ରୋଲର ଦାମ୍‌ ଏବେ ୭୬.୭୩ ଟଙ୍କା ଲିଟର ପିଛା ରହିଛି । ସେହିପରି ଡିଜେଲ୍‌ ଦର ଲିଟର ପିଛା ୭୫.୧୯ଟଙ୍କା ରହିଛି ।  

ସୂଚନାଯୋଗ୍ୟ ଯେ, ୮୨ ଦିନ ଧରି ତୈଳ ଦର ସ୍ଥିର ଥିଲାବେଳେ ଗତ ୧୦ ଦିନ ଧରି କ୍ରମାଗତ ଭାବେ ତୈଳ ଦର ବୃଦ୍ଧି ପାଇବାରେ ଲାଗିଛି । ଯାହା ଫଳରେ ଗତ ୧୦ ଦିନ ମଧ୍ୟରେ ପେଟ୍ରୋଲ ଲିଟର ପିଛା ୫.୪୭ ଟଙ୍କା ଓ ଡିଜେଲ ଲିଟର ପିଛା ୫ ଟଙ୍କା ୪୭ ପଇସା ମହଙ୍ଗା ହୋଇଛି । ବର୍ଦ୍ଧିତ ଦର ଅନୁସାରେ ପେଟ୍ରୋଲ ଲିଟର ପିଛା ଦର ୭୬.୭୩ ଟଙ୍କା ଓ ଡିଜେଲ ଦର ୭୫.୧୯ଟଙ୍କା ରହିଛି ।

wp:table
ସହରର ନାମ ପଟ୍ରୋଲ/ ଲିଟର ପିଛା ଟଙ୍କା ଡିଜେଲ/ଲିଟର ପିଛା ଟଙ୍କା
ଦିଲ୍ଲୀ ୭୫.୧୬ ୭୩.୩୯
ମୁମ୍ବାଇ ୮୩.୯୨ ୭୩.୭୫
ଚେନ୍ନାଇ ୮୦.୩୭ ୭୩.୧୭
କୋଲକାତ ୭୮.୫୫ ୭୦.୮୪
ନୋଏଡା ୭୮.୨୫ ୬୮.୪୩
ରାଞ୍ଚି ୭୫.୪୪ ୭୧.୫୧
ବେଙ୍ଗାଲୁରୁ ୭୯.୨୨ ୭୧.୪୯
ପାଟଣା ୮୦.୪୭ ୭୩.୩୦
ଚଣ୍ଡିଗଡ ୭୩.୮୬ ୬୭.୨୧
/wp:table

ଏହାପୂର୍ବରୁ ସୋମବାର ଦିନ ଦିଲ୍ଲୀରେ ପେଟ୍ରୋଲ ଦର ୪୮ ପଇସା ଏବଂ ଡିଜେଲ ୫୯ ପଇସା ବୃଦ୍ଧି କରାଯାଇଛି। ସୋମବାର ଦିଲ୍ଲୀରେ ୪୮ ପଇସା ବୃଦ୍ଧି ପରେ ପେଟ୍ରୋଲ ମୂଲ୍ୟ ଲିଟର ପିଛା ୭୬.୨୬ ଟଙ୍କା ଥିଲା। ଏଥି ସହିତ ଡିଜେଲରେ ୫୯ପଇସା ବୃଦ୍ଧି ପରେ ଏହାର ଲିଟର ପିଛା ୭୪.୬୨ ଟଙ୍କା ଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.