ଲଗାତର ୧୪ ଦିନରେ ବଢିଲା ତୈଳ ଦର : ପେଟ୍ରୋଲ ମୂଲ୍ୟ ୫୧ ପଇସା ଏବଂ ଡିଜେଲ ମୂଲ୍ୟ ୬୧ ପଇସା ପ୍ରତି ଲିଟର ବୃଦ୍ଧି
20/06/2020 at 8:10 AM

ନୂଆଦିଲ୍ଲୀ ୨୦।୬: ଦେଶରେ କରୋନା ସଂକ୍ରମଣର ବିସ୍ତାର ଯୋଗୁଁ ସାଧାରଣ ଲୋକଙ୍କ ସମସ୍ୟା କ୍ରମାଗତ ଭାବେ ବଢିବାରେ ଲାଗିଛି । ଆନ୍ତର୍ଜାତୀୟ ସ୍ତରରେ ଲୋକମାନେ ଅଶୋଧିତ ତୈଳ ମୂଲ୍ୟ ହ୍ରାସ କରିବାର ଲାଭ ପାଇ ନାହାଁନ୍ତି । ଶନିବାର ଦିନ ଦେଶର ରାଷ୍ଟ୍ରାୟତ୍ତ ତୈଳ ମାର୍କେଟିଂ କମ୍ପାନୀ HPCL, BPCL, IOC କ୍ରମାଗତ ୧୪ ଦିନ ପାଇଁ ପେଟ୍ରୋଲ-ଡିଜେଲ ମୂଲ୍ୟ ବୃଦ୍ଧି କରିଛି । ଏହି ସମୟ ମଧ୍ୟରେ ପେଟ୍ରୋଲ ଲିଟର ପିଛା ୭.୬୦ ଟଙ୍କା ଏବଂ ଡିଜେଲ ଲିଟର ପିଛା ୮.୨୮ ଟଙ୍କା ବୃଦ୍ଧି ପାଇଛି ।
ରାଜଧାନୀ ଦିଲ୍ଲୀରେ ପେଟ୍ରୋଲର ମବଲ୍ୟ ୫୧ ପଇସା ବୃଦ୍ଧି ପାଇଛି । ଦିଲ୍ଲୀରେ ନୂତନ ମୂଲ୍ୟ ଶନିବାର ଦିନ ଲିଟର ପିଛା ୭୮.୮୮ ଟଙ୍କା ହୋଇଛି । ଯାହା ଗତ ଶୁକ୍ରବାର ଦିନ ଲିଟର ପିଛା ୭୮.୩୭ ଟଙ୍କା ରହିଥିଲା । ସେହିପରି ଦିଲ୍ଲୀରେ ଡିଜେଲର ମୂଲ୍ୟ ମଧ୍ୟ ୬୧ ପଇସା ବୃଦ୍ଧି ପାଇଛି ଏବଂ ନୂତନ ମୂଲ୍ୟ ଲିଟର ପିଛା ୭୭.୬୭ ଟଙ୍କାକୁ ବୃଦ୍ଧି କରାଯାଇଛି।
ସହରର ନାମ | ପେଟ୍ରୋଲ/ ଲିଟର ପିଛା ଟଙ୍କା | ଡିଜେଲ/ଲିଟର ପିଛା ଟଙ୍କା |
ଦିଲ୍ଲୀ | ୭୮.୮୮ | ୭୭.୬୭ |
ମୁମ୍ବାଇ | ୮୫.୭୦ | ୭୬.୧୧ |
ଚେନ୍ନାଇ | ୮୨.୨୭ | ୭୫.୨୯ |
କୋଲକତା | ୮୦.୬୨ | ୭୩.୦୭ |
ନୋଏଡା | ୭୯.୯୦ | ୭୦.୩୩ |
ରାଞ୍ଚି | ୭୯.୧୧ | ୭୩.୮୪ |
ବେଙ୍ଗାଲୁରୁ | ୮୧.୪୪ | ୭୩.୮୬ |
ପାଟଣା | ୮୨.୧୨ | ୭୫.୨୧ |
ଚଣ୍ଡିଗଡ | ୭୫.୯୩ | ୬୯.୪୩ |
ଲକ୍ଷ୍ନୌ | ୭୯.୭୯ | ୭୦.୨୫ |
ପେଟ୍ରୋଲ-ଡିଜେଲ ମୂଲ୍ୟ ପ୍ରତିଦିନ ବଦଳିଥାଏ ଏବଂ ସକାଳ ୬ ଟାରେ ଅପଡେଟ୍ ହୁଏ । ଆପଣ ପେଟ୍ରୋଲ ଏବଂ ଡିଜେଲର ଦୈନିକ ମୂଲ୍ୟ SMS ମାଧ୍ୟମରେ ଜାଣିପାରିବେ (ପ୍ରତିଦିନ ଡିଜେଲ ପେଟ୍ରୋଲ ମୂଲ୍ୟ କିପରି ଯାଞ୍ଚ କରିବେ) । ଆପଣଙ୍କ ସହରରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଯାଞ୍ଚ କରିବାର ତିନୋଟି ଉପାୟ ଅଛି : ଆପଣ ତୈଳ ମାର୍କେଟିଂ କମ୍ପାନୀଗୁଡିକର ପମ୍ପ ଲୋକେଟର ସାହାଯ୍ୟରେ ଏହାର ମୂଲ୍ୟ ଜାଣିପାରିବେ । ଇନ୍ଧନ @ IOC ଆପ୍ ଡାଉନଲୋଡ୍ କରନ୍ତୁ । ୯୨୨୪୯୯୨୨୪୯କୁ ଏକ SMS ପଠାଇ ମୂଲ୍ୟ ପାଇପାରିବେ ।