ଲଗାତାର ଚତୁର୍ଥ ଦିନ ପାଇଁ ବଢିଲା ପେଟ୍ରୋଲ ଏବଂ ଡିଜେଲ ଦର, ଜାଣନ୍ତୁ ଭୁବନେଶ୍ବରରେ କେତେ ରହିଛି ଆଜିର ଦାମ

Published By : Prameya-News7 Bureau | May 07, 2021 IST

ନୂଆଦିଲ୍ଲୀ ୦୭/୦୫ : ଦେଶରେ ଲଗାତାର ଭା​‌ବେ ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି ପାଇବାରେ ଲାଗିଛି । ଶୁକ୍ରବାର ଲଗାତାର ଚତୁର୍ଥ ଦିନ ପାଇଁ ବଢିଛି ତେଲ ଦର । ଆଜି ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ୨୮ ପଇସା ପ୍ରତି ଲିଟର ବୃଦ୍ଧି ପାଇଥିବା ବେଳେ ଡିଜେଲ ଲିଟର ପିଛା ୩୧ ପଇସା ବୃଦ୍ଧି ପାଇଛି । ୪ ରାଜ୍ୟ ଏବଂ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ ନିର୍ବାଚନ ଫଳାଫଳ ଆସିବା ପରଠାରୁ ଲଗାତାର ଭାବେ ତୈଳ ଦର ବୃଦ୍ଧି ପାଇବାରେ ଲାଗିଛି । ଆନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧି ପାଉଥିବାରୁ ଭାରତରେ ମଧ୍ୟ ଏହାର ପ୍ରଭାବ ପଡୁଛି ।

ଶୁକ୍ରବାର ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ଦର ୯୧.୨୭ ଟଙ୍କା ଥିବା ବେଳେ ଡିଜେଲ ଦର ରହିଛି ୮୧.୭୩ ଟଙ୍କା । ସେହିଭଳି ଦେଶର ଆର୍ଥିକ ରାଜଧାନୀ କୁହାଯାଉଥିବା ମୁମ୍ବାଇରେ ପେଟ୍ରୋଲ ୯୭.୬୧ ଟଙ୍କା ରହିଥିବାବେଳେ ଡିଜେଲ ୮୮.୮୨ ଟଙ୍କା ରହିଛି । ଏକ ରିପୋର୍ଟ ଅନୁଯାୟୀ ଆଗକୁ ଦେଶ​‌ରେ ପେଟ୍ରୋଲ ଲିଟର ପିଛା ୫.୫୦ ଟଙ୍କା ଏବଂ ଡିଜେଲ ଲିଟର ପିଛା ୩ ଟଙ୍କା ଯାଏଁ ବୃଦ୍ଧି ଘଟିପାରେ ।  

ରାଜଧାନୀ ଭୁବନେଶ୍ବରରେ ଶୁକ୍ରବାର ପେଟ୍ରୋଲ ଲିଟର ୨୮ ପଇସା ବୃଦ୍ଧି ପାଇ ୯୧.୯୬ ଟଙ୍କା ରହିଛି । ଗତ ଗୁରୁବାର ଭୁବନେଶ୍ବରରେ ପେଟ୍ରୋଲ ଦର ୨୪ ପଇସା, ବୁଧବାର ୧୭ ପଇସା, ମଙ୍ଗଲବାର ୧୫ ପଇସା ବୃଦ୍ଧି ଘଟିଥିଲା । ସେହିଭଳି ଭୁବନେଶ୍ବରରେ ଶୁକ୍ରବାର ଡିଜେଲ ଦର ୩୪ ପଇସା ବୃଦ୍ଧି ପାଇ ୮୯.୦୩ ଟଙ୍କା ପ୍ରତି ଲିଟର ରହିଛି । ଗୁରୁବାର ମଧ୍ୟ ଭୁବନେଶ୍ବରରେ ଡିଜେଲ ଦର ୩୧ ପଇସା ବୃଦ୍ଧି ଘଟିଥିଲା ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.