Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପିରେ ବଡ ଧରଣର ଦୁର୍ଘଟଣା, ଖେରୀ ଘାଘରା ନଦୀରେ ଓଲଟିଲା ଡଙ୍ଗା, ୧୦୦ ଭାସିଗଲେ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

ବଢିଲା ପେଟ୍ରୋଲ ଏବଂ ଡିଜେଲ ଦର, ନିର୍ବାଚନ ପରେ ତେଲ ଦର ବଢିବା ନେଇ ପ୍ରତିକ୍ରିୟା

4/05/2021 at 6:14 PM

ନୂଆଦିଲ୍ଲୀ ୦୪/୦୫ : ଭୋଟ ସରିଲା ତେଲ ଦର ବଢିଲା । ପ୍ରାୟ ୨ ମାସ ପରେ ଦେଶରେ ପୁଣି ବଢିଛି ପେଟ୍ରୋଲ ଏବଂ ଡିଜେଲ ଦର । ଗତ ୨ ମାସ ହେଲା ଦେଶରେ ୪ ରାଜ୍ୟ ଏବଂ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ ନିର୍ବାଚନ ପ୍ରକ୍ରିୟା ଜାରି ରହିଥିଲା । ଏହାରି ମଧ୍ୟରେ ପେଟ୍ରୋଲ ଏବଂ ଡିଜେଲ ଦର ସ୍ଥିର ରହିଥିଲା । କିନ୍ତୁ ଅଚାନକ ୬୬ ଦିନ ପରେ ପୁଣି ଏଥିରେ ବୃଦ୍ଧି ପରିଲକ୍ଷିତ ହୋଇଛି । ନିର୍ବାଚନ ଶେଷ ହେଉ ହେଉ ତୈଳ କମ୍ପାନୀମାନେ ଦର ବଢାଇବା ଆରମ୍ଭ କରିଦେଇଛନ୍ତି । ମଙ୍ଗଳବାର ଦିଲ୍ଲୀରେ ପେଟ୍ରୋଲ ଦର ୧୫ ପଇସା​‌ ପ୍ରତି ଲିଟର ବୃଦ୍ଧି ପାଇଥିବା ବେଳେ ଡିଜେଲ ଦର ୧୮ ପଇସା ପ୍ରତି ଲିଟର ବୃଦ୍ଧି ପାଇଛି ।

ଦିଲ୍ଲୀରେ ମଙ୍ଗଳବାର ପେଟ୍ରୋଲ ଲିଟର ପିଛା ୯୦.୫୫ ଟଙ୍କା ଏବଂ ଡିଜେଲ ଦର ୮୦.୯୧ ପ୍ରତି ଲିଟର ରହିଛି । ସେହିଭଳି ମୁମ୍ବାଇରେ ପେଟ୍ରୋଲ ଦର ୯୬.୯୫ ଟଙ୍କା ରହିଥିବା ବେଳେ ଡିଜେଲ ଦର ରହିଛି ୮୭.୯୮ ଟଙ୍କା ।

ଭୁବନେଶ୍ବରରେ ମଧ୍ୟ ଦୀର୍ଘଦିନ ବ୍ୟବଧାନରେ ବଢିଛି ପେଟ୍ରୋଲ ଏବଂ ଡିଜେଲ ଦର । ପେଟ୍ରୋଲ ଲିଟର ପିଛା ୧୫ ପଇସା ବୃଦ୍ଧି ପାଇ ୯୧.୨୭ ଟଙ୍କା ରହିଛି । ସେହିଭଳି ଡିଜେଲ ଦର ୧୯ ପଇସା ବୃଦ୍ଧି ପାଇ ୮୮.୧୭ ଟଙ୍କା ପ୍ରତି ଲିଟର ରହିଛି । ର୍ର୍

ଦେଶରେ ଶେଷଥର ପାଇଁ ଫେବୃଆରୀ ୨୭ ତାରିଖରେ ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି ପାଇଥିଲା । ପେଟ୍ରୋଲ ୨୪ ପଇସା ଏବଂ ଡିଜେଲ ୧୭ ପଇସା ବୃଦ୍ଧି ପାଇଥିଲା । ଏବେ ଅଚାନକ ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି ନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି । ବଡ କଥା ହେଉଛି ଗତ ୨ ମାସ ମଧ୍ୟରେ ଅଶୋଧିତ ତୈଳ ଦର ବୃଦ୍ଧି ପାଇଥିଲେ ସୁଦ୍ଧା ପେଟ୍ରୋଲ ଏବଂ ଡିଜେଲ ଦର ଅପରିବର୍ତ୍ତିତ ରହିଥିଲା । କିନ୍ତୁ ୫ ରାଜ୍ୟ ଏବଂ ଉତ୍ତର ପ୍ରଦେଶ ପଞ୍ଚାୟତ ନିର୍ବାଚନ ଫଳାଫଳ ଘୋଷଣା ହେବାପରେ ଅଚାନକ ତେଲ ଦର ବୃଦ୍ଧି ପାଇଛି ।

   Related Posts