Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଲଗାମ ଛଡା ପେଟ୍ରୋଲ ଏବଂ ଡିଜେଲ ଦର, ପୁଣି ବଢିଲା : ଜାଣନ୍ତୁ ଭୁବନେଶ୍ବରରେ କେତେ ରହିଛି ଦାମ

11/05/2021 at 6:16 PM

ନୂଆଦିଲ୍ଲୀ ୧୧/୦୫ : ଦେଶରେ ଲଗାତାର ଭାବେ ବଢିଚାଲିଛି ପେଟ୍ରୋଲ ଏବଂ ଡିଜେଲ ଦର । ପ୍ରତିଦିନ ନୂଆ ନୂଆ ରେକର୍ଡ ଛୁଉଁଛି ତେଲ ଦର । ମଙ୍ଗଳବାର ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଦର ଲିଟର ପିଛା ୨୭ ପଇସା ବୃଦ୍ଧିପାଇଥିବା ବେଳେ ଡିଜେଲ ଦର ୩୦ ପଇସା ବୃଦ୍ଧି ପାଇଛି । ଦିଲ୍ଲୀରେ ପେଟ୍ରୋଲ ଦର ୯୧.୮୦ ଟଙ୍କା ପ୍ରତି ଲିଟର ଏବଂ ଡିଜେଲ ୮୨.୩୬ ଟଙ୍କା ପ୍ରତି ଲିଟର ରହିଛି ।

ସେହିଭଳି ମୁମ୍ବାଇରେ ମଧ୍ୟ ତେଲ ଦର ବୃଦ୍ଧି ପାଇ ଶତକ ଛୁଇଁବାକୁ ଯାଉଛି । ପେଟ୍ରୋଲ ୯୮.୧୨ ଟଙ୍କା ଥିବାବେଳେ ଡିଜେଲ ଦର ରହିଛି ୮୯.୪୮ ଟଙ୍କା ପ୍ରତି ଲିଟର ।  ୪ ରାଜ୍ୟ ଏବଂ ଗୋଟିଏ କେନ୍ଦ୍ର ଶାସିତ ଅୟ୍ଚଳରେ ବିଧାନସଭା ନିର୍ବାଚନ ଫଳାଫଳ ଆସିବା ପରଠାରୁ ଲଗାତାର ଭାବେ ବୃଦ୍ଧିପାଉଛି ପେଟ୍ରୋଲ ଏବଂ ଡିଜେଲ ଦର । ଗତ ଶନିବାର ଏବଂ ରବିାର ତେଲ ଦର ଅପରିବର୍ତ୍ତି ରହିବା ପରେ ପୁଣି ଥରେ ବୃଦ୍ଧି ପାଇଛି ।

ସେହିଭଳି ରାଜଧାନୀ ଭୁବନେଶ୍ବରରେ ମଙ୍ଗଳବାର ପେଟ୍ରୋଲ ଦର ଲିଟର ପିଛା ୫୯ ପଇସା ବୃଦ୍ଧି ପାଇ ୯୨.୮୧ରେ ପହଞ୍ଚିଥିବା ବେଳେ ଡିଜେଲ ଦର ୬୪ ପଇସା ବୃଦ୍ଧି ପାଇ ୯୦.୦୩ ଟଙ୍କା ପ୍ରତି ଲିଟର ରହିଛି । ଗତକାଲି ଅର୍ଥାତ ସୋମବାର ପେଟ୍ରୋଲ ୨୬ ପଇସା ଏବଂ ଡିଜେଲ ୩୬ ପଇସା ବୃଦ୍ଧି ପାଇଥିଲା ।

   Related Posts