Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେରଳରେ ଭୀଷଣ ବର୍ଷା: ୫ ଜିଲ୍ଲାରେ ବନ୍ୟା ପରିସ୍ଥିତି, ଭୂସ୍ଖଳନରେ ଜଣେ ମୃତ, ୧୨ ନିଖୋଜ
  • ||
  • ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ଡେଙ୍ଗୁ, ସ୍ବାସ୍ଥ୍ୟବସ୍ଥାରେ ଆସୁଛି ସୁଧାର
  • ||
  • କାମେଶ୍ୱର ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୫୮ କୋଭିଡ୍ ପଜିଟିଭ୍
  • ||
  • ନବୀନ @ ୭୬, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ
  • ||
  • ୭୬ ବର୍ଷରେ ପାଦ ଦେଲେ ନବୀନ, କରୋନା ମହାମାରୀ ପାଇଁ ପାଳିବେନି ଜନ୍ମଦିନ
  • ||
  • ଶାରଦୀୟ ଦୁର୍ଗାପୂଜା ଶେଷ, ଶନିବାର ଧରାପୃଷ୍ଠରୁ ବିଦାୟ ନେବେ ମା
  • ||
  • ହାଟରୁ ଫେରୁଥିବା ବେଳେ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ, ଘରେ ଛାଡିଦେବେ କହି ଇଜ୍ଜତ ଲୁଟିଲେ ୮ ସଇତାନ
  • ||
  • କଟକ : କଟକରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ ଆହତ
  • ||

ଗତ ୧୫ ଦିନରେ ଡିଜେଲ ଲିଟର ପିଛା ୮.୮୮ ଓ ପେଟ୍ରୋଲ ୭.୯୭ ଟଙ୍କା ମହଙ୍ଗା ହୋଇଛି

21/06/2020 at 1:12 PM

ନୂଆଦିଲ୍ଲୀ ୨୧/୦୬ : ଗତ ୧୪ ଦିନରୁ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ହେବାରେ ଲାଗିଛି | ରବିବାର ଦିନ ପେଟ୍ରୋଲ ଦର ୩୫ ପଇସା ବୃଦ୍ଧି ପାଇଛି | ଗତ ୧୫ ଦିନ ମଧ୍ୟରେ ପେଟ୍ରୋଲ ଲିଟର ପିଛା ୭.୯୭ ଟଙ୍କା ବୃଦ୍ଧି ପାଇଛି | ଡିଜେଲ ଦର ରବିବାର ଦିନ ୬୦ ପଇସା ବୃଦ୍ଧି ପାଇଛି ଏବଂ ୧୫ ଦିନରେ ଲିଟର ପିଛା ୮.୮୮ ତାଙ୍କ ବୃଦ୍ଧି ପାଇଛି | ଗତ ୧୯ ମାସ ହେଲା ଦିଲ୍ଲୀରେ ପେଟ୍ରୋଲ ସବୁଠାରୁ ମହଙ୍ଗା ହୋଇ ଲିଟର ପିଛା ୮୦ ଟଙ୍କାରେ ପହଞ୍ଚିଛି | 

ନୂଆଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୭୯.୨୩ ଟଙ୍କା ଓ ଡିଜେଲ ୭୮.୨୭ ଟଙ୍କା

ଗୁଡଗାଓଁରେ ପେଟ୍ରୋଲ ଲିଟର ପିଛା ୭୭.୪୮ ଟଙ୍କା ଓ ଡିଜେଲ ୭୦.୭୪ ଟଙ୍କା

ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା ୮୬.୦୪ ଟଙ୍କା ଓ ଡିଜେଲ ୭୬.୬୯ ଟଙ୍କା

ଚେନ୍ନାଇରେ ପେଟ୍ରୋଲ ଲିଟର ପିଛା ୮୨.୫୮ ଟଙ୍କା ଓ ଡିଜେଲ ୭୫.୮୦ ଟଙ୍କା

ହାଇଦ୍ରାବାଦରେ ପେଟ୍ରୋଲ ଲିଟର ପିଛା ୮୨.୨୫ ଟଙ୍କା ଓ ଡିଜେଲ ୭୬.୪୯ ଟଙ୍କା

ବେଙ୍ଗାଲୁରୁରେ ପେଟ୍ରୋଲ ଲିଟର ପିଛା ୮୧.୮୧ ଟଙ୍କା ଓ ଡିଜେଲ ୭୪.୪୩ ଟଙ୍କା

ସାରା ଦେଶରେ ଅଶୋଧିତ ତୈଳ ଦର ବୃଦ୍ଧି ପାଇଛି | ସ୍ଥାନୀୟ ବିକ୍ରିକର ଏବଂ ଭାଟ ଯୋଗୁଁ ବିଭିନ୍ନ ରାଜ୍ୟରେ ତୈଳ ଦର ଅଲଗା ଅଲଗା ରହିଛି | ଇନ୍ଧନର ଖୁଚୁରା ମୂଲ୍ୟରେ ଟ୍ୟାକ୍ସ ପାଖାପାଖି ଦୁଇ ତୃତୀୟାଂଶ ଲାଗିଥାଏ | ପେଟ୍ରୋଲ ମାମଲାରେ ଟ୍ୟାକ୍ସ ଲିଟର ପିଛା ମୂଲ୍ୟ ୫୦.୬୯ ଟଙ୍କା କିମ୍ବା ୬୪ ପ୍ରତିଶତ ରହିଛି | ଏଥିରେ ୩୨.୯୮ ଟଙ୍କା କେନ୍ଦ୍ର ଉତ୍ପାଦ ଶୁଳ୍କ ଏବଂ ୧୭.୭୧ ଟଙ୍କା ସ୍ଥାନୀୟ ବିକ୍ରି ଶୁଳ୍କ କିମ୍ବା ଭାଟ ଲାଗିଥାଏ |

ଡିଜେଲର ଖୁଚୁରା ମୂଲ୍ୟରେ ଶୁଳ୍କ ପାଖାପାଖି ୬୩ ପ୍ରତିଶତ ରହିଥାଏ | ଲିଟର ପିଛା ୪୯.୪୩ ଟଙ୍କା ରହିଥାଏ | ଏଥିରେ ୩୧.୮୩ ଟଙ୍କା କେନ୍ଦ୍ରୀୟ ଉତ୍ପାଦ ଶୁଳ୍କ ଏବଂ ୧୭.୬୦ ଟଙ୍କା ଭାଟ ଲାଗିଥାଏ | ମୁମ୍ବାଇରେ ପେଟ୍ରୋଲ ଦର ବୃଦ୍ଧି ପାଇ ୮୬.୦୪ ଟଙ୍କା ହୋଇଥିବାବେଳେ ଡିଜେଲ ଦର ୭୬.୬୯ରେ ପହଞ୍ଚିଛି |

ପେଟ୍ରୋଲିୟମ ବିପଣନ କମ୍ପାନୀ ଜୁନ ୭ ତାରିଖରୁ ଇନ୍ଧନ ମୂଲ୍ୟରେ ଲଗାତାର ସଂଶୋଧନ ଆରମ୍ଭ କରିଛି | ସେହିଦିନ ଠାରୁ ଇନ୍ଧନ ମୂଲ୍ୟ ଲଗାତାର ୧୫ ଦିନ ହେଲା ବଢିଚାଲିଛି | ଗତ ୮୨ ଦିନ ହେଲା ବିପଣନ କମ୍ପାନୀ ତୈଳ ସଂଶୋଧନ ମୂଲ୍ୟ ସ୍ଥଗିତ ରଖିଥିଲେ | ବର୍ତ୍ତମାନ ଡିଜେଲ ଦର ସର୍ବକାଳୀନ ଉଚ୍ଚତର ସ୍ଥରରେ ପହଞ୍ଚିଛି | ପେଟ୍ରୋଲ ଦର ମଧ୍ୟ ଦୁଇ ବର୍ଷର ଉଚ୍ଚତର ସ୍ଥରରେ ପହଞ୍ଚି ଯାଇଛି |

   Related Posts