କମିଲା ପେଟ୍ରୋଲ ଓ ଡିଜେଲ ଦର, ଜାଣନ୍ତୁ କେତେ ରହିଛି ଆଜିର ଦାମ୍

Published By : Prameya-News7 Bureau | April 15, 2021 IST

ନୂଆଦିଲ୍ଲୀ, ୧୫।୦୪:  ୧୫ ଦିନ ପରେ ତୈଳ କମ୍ପାନୀମାନେ ପେଟ୍ରୋଲ ଓ ଡିଜେଲ୍ ଦାମ୍ ହ୍ରାସ କରିଛନ୍ତି । ଗୁରୁବାର ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୧୬ ପଇସା ଓ ଡିଜେଲ ୧୪ ପଇସା କମିଛି । ଅନ୍ତରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳ ଦର କମିଥିବାରୁ ଏହାର ପ୍ରଭାବ ଭାରତୀୟ ବଜାର ଉପରେ ମଧ୍ୟ ପଡିଛି ।

ଏହାପୂର୍ବରୁ ଗତ ୧୫ ଦିନ ହେବ ତୈଳ ଦରରେ କୌଣସି ପରିବର୍ତ୍ତନ ହୋଇନଥିଲା । ବୁଧବାର ଅଶୋଧିତ ତୈଳ ବଜାରରେ ଦର ପ୍ରାୟ ୫ ପ୍ରତିଶତ ହ୍ରାସ ଘଟିଥିଲା ।ବ୍ରେଣ୍ଟ୍ କ୍ରୁଡ୍ ଅଏଲ୍ ଦର ବ୍ୟାରେଲ୍ ପିଛା ୬୬.୫୨ ଡଲାର ଥିବା ବେଳେ ଡବଲ୍ୟୁଟିଆଇ କ୍ରୁଡ୍ ୬୩.୦୩ ଡଲାର ରହିଛି ।

ଗୁରୁବାର ଦିଲ୍ଲୀରେ ପେଟ୍ରୋଲ ଓ ଡିଜେଲ୍ ଦର ଶସ୍ତା ହୋଇଛି । ପେଟ୍ରୋଲ ଦଳ ଏଠାରେ ପୂର୍ବରୁ ୯୦.୫୬ ଟଙ୍କା ଥିବା ବେଳେ ଏବେ ୯୦.୪୦ ରହିଛି । ଡିଜେଲ ମଧ୍ୟ ୮୦.୭୩ ପଇସା ହୋଇଯାଇଛି । ସେହିପରି ମୁମ୍ବାଇରେ ପେଟ୍ରୋଲ ୯୬.୮୦ ଓ ଡିଜେଲ ୮୭.୮୧, କୋଲକାତାରେ ୯୦.୬୨ ଓ ଡିଜେଲ ୮୩.୬୧, ଚେନ୍ନାଇରେ ପେଟ୍ରୋଲ ୯୨.୪୩ ଓ ଡିଜେଲ ୮୫.୭୩ ଟଙ୍କା ରହିଛି । ରାଜଧାନୀ ଭୁବନେଶ୍ୱରରେ ପେଟ୍ରୋଲ ଦର ୯୧.୧୨ ଟଙ୍କା ଥିବା ବେଳେ ଡିଜେଲ ୮୭.୯୮ ଟଙ୍କା ରହିଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.