ଖାଉଟିଙ୍କ ପାଇଁ ବଡ ଖୁସି : ପେଟ୍ରୋଲ ୨.୭୯ , ଡିଜେଲ ୨.୩୩ କମିଲା

Published By : Prameya-News7 Bureau | March 11, 2020 IST

ନୂଆଦିଲ୍ଲୀ ୧୧।୦୩:  ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳର ମୂଲ୍ୟ ହ୍ରାସ ଯୋଗୁ ପେଟ୍ରୋଲ ଓ ଡିଜେଲ ମୂଲ୍ୟ ମଧ୍ୟ ହ୍ରାସ ହେବାରେ ଲାଗିଛି। ଏଣୁ ବୁଧବାର ଦିନ ମଧ୍ୟ ଦେଶରେ ପେଟ୍ରୋଲ ଓ ଡିଜେଲ ଦର କମିଛି। ସଂଶୋଧିତ ଦର ବୁଧବାର ସକାଳ ୬ଟାରୁ ସାରା ଦେଶରେ ଲାଗୁ ହୋଇଛି। ପେଟ୍ରୋଲ ୨ଟଙ୍କା ୬୯ପଇସା କମି ପ୍ରତି ଲିଟର ୭୦.୨୦ ରହିଛି ।ସେହିପରି ଡିଜେଲ ଦାମ୍‌ ୨ଟଙ୍କା ୩୩ ପଇସା କମି ୬୩.୦୧ରେ ରହିଛି । ସାଉଦୀ ଆରବ ଓ ରୁଷ ମଧ୍ୟରେ (Oil Price War) ପରେ ସୋମବାର ଦିନ ଅଶୋଧିତ ତୈଳ ଦର  ଅନ୍ତର୍ଜାତୀୟ ବଜାରରେ ୩୧ ପ୍ରତିଶତ ହ୍ରାସ ପାଇଛି । ଏହାଦ୍ବାର ଭାରତକୁ ବିତ୍ତିୟ ଲାଭ ହେବାର ସମ୍ଭାବନା ଦେଖାଦେଇଛି । ଆମ ଦେଶ ପେଟ୍ରେଲିୟମ ଇନ୍ଧନ ଉପରେ ଅଧିକ ନିର୍ଭରଶୀଲ ରହିଥାଏ ।

ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳଦର ହ୍ରାସ ପାଇବା ପରେ ଭାରତରେ ହ୍ରାସ ପାଇଛି ତୈଳ ଦର । ଇଣ୍ଡିଆନ ଅଏଲ୍‌ ଓ୍ବେବସାଇଟ ଅନୁସାରେ ,

ଦିଲ୍ଲୀରେ ପେଟ୍ରୋଲ ଦାମ୍‌ ୭୦.୨୦ ପ୍ରତି ଲିଟର

ମୁମ୍ବାଇରେ ପେଟ୍ରୋଲ ଦାମ୍‌ ୭୫.୯୯ ପ୍ରତି ଲିଟର

କୋଲକାତାରେ ପେଟ୍ରୋଲ ଦାମ୍‌ ୭୨.୯୮ ପ୍ରତି ଲିଟର

ଚେନ୍ନାଇରେ ପେଟ୍ରୋଲ ଦାମ୍‌ ୭୩.୦୨ ପ୍ରତି ଲିଟର

ନୋଏଡାରେ ପେଟ୍ରୋଲ ଦାମ୍‌ ୭୨.୫୮ ପ୍ରତି ଲିଟର

ଗାଜିଆବାଦରେ ପେଟ୍ରୋଲ ଦାମ୍‌ ୭୨.୪୫ ପ୍ରତି ଲିଟର

ଡିଜେଲ୍‌ ଦାମ୍‌

ଦିଲ୍ଲୀରେ ଡିଜେଲ୍‌ ଦାମ୍‌ ୬୩.୦୧ ପ୍ରତି ଲିଟର

ମୁମ୍ବାଇରେ ଡିଜେଲ୍‌ ଦାମ୍‌ ୬୫.୯୭ ପ୍ରତି ଲିଟର

କୋଲକାତାରେ ଡିଜେଲ୍ ଦାମ୍‌ ୬୫.୩୪ ପ୍ରତି ଲିଟର

ଚେନ୍ନାଇରେ ଡିଜେଲ୍‌ ଦାମ୍‌ ୬୬.୪୮ ପ୍ରତି ଲିଟର

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.