ପୁଣି ମହଙ୍ଗା ମାଡ଼ : ଆନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଲ ଦର ହ୍ରାସ, ଦେଶରେ ପେଟ୍ରୋଲ ଓ ଡିଜେଲରେ ୩ ଟଙ୍କା ଲେଖାଏଁ ଏକ୍ସସାଇଜ ଡ୍ୟୁଟି ବୃଦ୍ଧି

Published By : Prameya-News7 Bureau | March 14, 2020 IST

ନୂଆଦିଲ୍ଲୀ ୧୪।୦୩:  କରୋନା ଭାଇରସ ନେଇ ସାରାବିଶ୍ବର ଅର୍ଥବସ୍ଥା ମାନ୍ଦା ଥିବା ଦେଖାଦେଇଛି । କରୋନା ଭାଇରସ ନେଇ ସାରାବିଶ୍ବର କାରବାରକୁ ବଡ ଧରଣର ଝଟ୍‌କା ଲାଗିଛି । କରୋନା ପ୍ରକୋପର ପ୍ରଭାବ ଆନ୍ତର୍ଜାତୀୟ ବଜାରରେ ତୈଳଦର ଉପରେ ମଧ୍ୟରେ ବଢିଛି । ତୈଳ ଦର ନେଇ ବିଶ୍ବର ଦୁଇ ସମୁହ ମଧ୍ୟରେ ବିବାଦ ଚାଲିଛି । ଏହାମଧ୍ୟରେ ଭାରତରେ ପେଟ୍ରୋଲ-ଡିଜେଲ୍‌ରେ ତିନି ଟଙ୍କା ପ୍ରତି ଲିଟର ହିସାବରେ ଏକ୍ସସାଇଜ୍‌ ଡ୍ୟୁଟି ବଢାଇ ଦିଆଯାଇଛି । ପେଟ୍ରୋଲ ଓ ଡିଜେଲ  ଲିଟର ପିଛା ୩ ଟଙ୍କା ଏକ୍ସସାଇଜ୍ ଡ୍ୟୁଟି ବୃଦ୍ଧି ହୋଇଥିବାରୁ ବଢିଛି ପେଟ୍ରୋଲ ଓ ଡିଜେଲ ଦର । ଅନ୍ତର୍ଜାତୀୟ ବଜାରରେ ତୈଳ ଦର ହ୍ରାସ ପରେ ୩ ଟଙ୍କା ଶସ୍ତା ହୋଇଥିଲା ପେଟ୍ରୋଲ ଓ ଡିଜେଲ । ଏବେ ସରକାର ୩ ଟଙ୍କା ଏକ୍ସାଇଜ ଡ୍ୟୁଟି ବୃଦ୍ଧି କରିବା ଫଳରେ ପୁଣି ତୈଳଦର ମହଙ୍ଗା ହୋଇଛି । 

ସାରାବିଶ୍ବରେ ଅଶୋଧିତ ତୈଳ ଦର ହ୍ରାସ ପାଇବାର ଲାଗିଛି । ଯାହାଫଳରେ ପେଟ୍ରୋଲ-ଡିଜେଲ୍‌ ଦାମ୍‌ ମଧ୍ୟ ହ୍ରାସ ପାଇବାର ଲାଗିଛି । କିନ୍ତୁ ଦାମ୍‌ରେ ହ୍ରାସ କେବଳ ଭାରତୀୟଙ୍କୁ ମିଳୁଥିବାର ଦେଖିବାକୁ ମିଳୁଛି । କିନ୍ତୁ ଏକ୍ସାଇଜ୍ ଡ୍ୟୁଟି ୩ଟଙ୍କା ବୃଦ୍ଧି ହେବା ଯୋଗୁଁ ଏହାର ପ୍ରଭାବ ସିଧା ଗ୍ରାହକଙ୍କ ଉପରେ ପଡିବ ।  କିନ୍ତୁ କିଛି ଲୋକଙ୍କ କହିବାକଥା ହେଉଛି ଯେ, ପେଟ୍ରୋଲ-ଡିଜେଲ୍‌ ଦରରେ ଏକ୍ସାସାଇଜ୍ ଦର ବୃଦ୍ଧି ଭାରତୀୟ ଗ୍ରାହକଙ୍କ ଉପରେ ବିଶେଷ ପ୍ରଭାବ ପକାଇପାରିବ ନାହିଁ । କାରଣ ଭାରତୀୟ ବଜାରରେ ତୈଳଦର ହ୍ରାସ ପାଉଥିବା ବେଳେ ଏକ୍ସସାଇଜ୍‌ ଦର ବୃଦ୍ଧି କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.