Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ୧୮ ଜଣିଆ ଭାରତୀୟ ଦଳ ଘୋଷିତ, ଜାଣନ୍ତୁ କେଉଁ କେଉଁ ଖେଳାଳିଙ୍କୁ ମିଳିଲା ସ୍ଥାନ
  • ||
  • ରୋହିତ ଶର୍ମା ହେଲେ ଟିମ ଇଣ୍ଡିଆର ନୂତନ ଦିନିକିଆ ଅଧିନାୟକ, ବିରାଟଙ୍କୁ କେବଳ ଟେଷ୍ଟ ଦାୟିତ୍ଵ
  • ||
  • ଭୁବନେଶ୍ବର : ଗତ ଦୁଇ ବର୍ଷରେ ମାପ ଓ ଓଜନ ନିୟମ ଉଲଂଘନକାରୀଙ୍କଠୁ ଆଦାୟ ହୋଇଛି ୨ କୋଟି ୮୩ ଲକ୍ଷ ଟଙ୍କା : ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ
  • ||
  • ଭୁବନେଶ୍ବର : ଡିସେମ୍ବର ୯ରେ ବିଧାନସଭା ଘେରାଉ କରିବ ବିଜେପି ଯୁବମୋର୍ଚ୍ଚା : ଇରାଶିଷ୍ ଆଚାର୍ଯ୍ୟ
  • ||
  • ଭୁବନେଶ୍ବର : ଡ୍ରଗ୍ସ ମାଫିଆ ଶେଖ୍ ଆଜବାହାର ବାଲେଶ୍ଵର କୋର୍ଟରେ ହାଜର, ରାଜ୍ୟ ବାହାରେ ସମ୍ପତ୍ତି ଥିବା ନେଇ ମିଳିଛି ପ୍ରମାଣ
  • ||
  • ଅନୁଗୋଳ : ଆଖୁ ଖାଇବାକୁ ଆସି କୂଅରେ ଖସିପଡିଲା ଭାଲୁ, ବନ ବିଭାଗ କଲା ଉଦ୍ଧାର
  • ||
  • ଭୁବନେଶ୍ବର : କ୍ରାଇମବ୍ରାଞ୍ଚ ଏସଟିଏଫ୍‌ ଟାର୍ଗେଟ୍‌ରେ ବନ୍ୟପ୍ରାଣୀ ମାଫିଆ, ପ୍ରସ୍ତୁତ ହେଲା ମୋଷ୍ଟ ୱାଣ୍ଟେଡ ତାଲିକା
  • ||
  • ଚେନ୍ନାଇ : ତାମିଲନାଡୁ କୁନ୍ନୁରରେ ସିଡିଏସ୍ ବିପିନ ରାଓ୍ବତଙ୍କ ହେଲିକପ୍ଟର କ୍ରାସ୍
  • ||
  • ଭୁବନେଶ୍ବର : କୃଷି ଋଣ ଛାଡ ସହ ଫସଲ କ୍ଷୟକ୍ଷତି ଲାଗି ସ୍ବତନ୍ତ୍ର ପ୍ୟାକେଜ ଦାବି କଲା କଂଗ୍ରେସ
  • ||
  • ଭାରତୀୟ ବାୟୁସେନାର ବଢିବ ଶକ୍ତି, ଚାନ୍ଦୀପୁର ଘାଟିରୁ ‘ବ୍ରହ୍ମୋସ’ର ସଫଳ ପରୀକ୍ଷଣ
  • ||

‘ମାସକରେ ୧୮ ଥର ବଢିଲାଣି ତୈଳ ଦର, ପେଟ୍ରୋଲ ୪ ଟଙ୍କା ଏବଂ ୫ ଟଙ୍କା ବଢିଛି ଡିଜେଲ’: ଜାଣନ୍ତୁ ଭୁବନେଶ୍ବରରେ କେତେ ରହିଛି ଆଜିର ଦାମ

4/06/2021 at 9:35 PM

ଭୁବନେଶ୍ବର ୦୪/ ୦୬ : ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦର ଥମିବାର ନାଁ ନେଉନାହିଁ । ଗତ ମାସେ ମଧ୍ୟ ପେଟ୍ରୋଲ ଏବଂ ଡିଜେଲ ଦର ପ୍ରାୟ ୧୮ ଥର ବୃଦ୍ଧି ପାଇଲାଣି । ଶୁକ୍ରବାର ପୁଣି ଥରେ ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି ପାଇଛି । ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୨୭ ପଇସା ବୃଦ୍ଧି ପାଇଥିବା ବେଳେ ଡିଜେଲ ୨୮ ପଇସା ବୃଦ୍ଧି ପାଇଛି । ଗତ ମେ ୪ ତାରିଖରୁ ଜୁନ ୪ ତାରିଖ ଅର୍ଥାତ ମାତ୍ର ଗୋଟିଏ ମାସ ମଧ୍ୟରେ ପଟ୍ରୋଲ ୪.୩୬ ଟଙ୍କା ଏବଂ ଡିଜେଲ ୪.୯୩ ଟଙ୍କା ପ୍ରତି ଲିଟର ବୃଦ୍ଧି ପାଇଛି ।
ଚଳିତ ମାସରେ ତୈଳ ମୂଲ୍ୟ ବୃଦ୍ଧି ହେତୁ ମହାରାଷ୍ଟ୍ର, ରାଜସ୍ଥାନ, ଆନ୍ଧ୍ରପ୍ରଦେଶ ଏବଂ ମଧ୍ୟପ୍ରଦେଶର ଅନେକ ସହରରେ ପେଟ୍ରୋଲ ମୂଲ୍ୟ ୧୦୦ ଟଙ୍କା ଅତିକ୍ରମ କରିଛି। ଶୁକ୍ରବାର ଦିନ ଦିଲ୍ଲୀରେ ପେଟ୍ରୋଲ ମୂଲ୍ୟ ଲିଟର ପିଛା ୯୪.୭୬ ଟଙ୍କା ଏବଂ ଡିଜେଲ ଲିଟର ପିଛା ୮୫.୬୬ ଟଙ୍କାକୁ ବୃଦ୍ଧି ପାଇଛି। ସେହିଭଳି ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା ୧୦୦.୦୮ ଟଙ୍କା ଏବଂ ଡିଜେଲ ଲିଟର ପିଛା ୯୨.୯୯ ଟଙ୍କା ରହିଛି ।
ସେହିଭଳି ରାଜଧାନୀ ଭୁବନେଶ୍ବରେ ଶୁକ୍ରବାର ପେଟ୍ରାଲ ଦର ୨୭ ପଇସା ବୃଦ୍ଧି ପାଇଥିବା ବେଳେ ଡିଜେଲ ଦର ଲିଟର ପିଛା ୩୧ ପଇସା ବୃଦ୍ଧି ପାଇଛି । ଏହି କ୍ରମରେ ଭୁବେନଶ୍ବରରେ ପେଟ୍ରୋଲ ଦର ଲିଟର ପିଛା ୯୫.୫୫ ଟଙ୍କା ରହିଥିବା ବେଳେ ଏବଂ ଡିଜେଲ ଦର ୯୩.୪୦ ଟଙ୍କା ରହିଛି ।

   Related Posts