କଡା ଟ୍ରାଫିକ ନିୟମ ପ୍ରଭାବ, ଗାଡି କାଢିଲେନି ଲୋକ- ପେଟ୍ରୋଲ ପମ୍ପମାନଙ୍କରେ ୪୧ କୋଟି କ୍ଷତି !

Published By : Prameya-News7 Bureau | September 09, 2019 IST

ଭୁବନେଶ୍ୱର ୯।୯- କଡା ଟ୍ରାଫିକ ନିୟମର ପ୍ରଭାବ । ଜରିମାନା ଭୟରେ ଅନେକ ଲୋକ ଘରୁ ଗାଡି କାଢି ଲେନି । ଏଥିପାଇଁ ଏହାର ପ୍ରଭାବ ଅନେକ ବ୍ୟବସାୟ ଉପରେ ପଡିଲା । ଲୋକ କିଣାକିଣି କରିବା ପାଇଁ ବଜାରକୁ ବି ଗଲେ ନାହିଁ । ପେଟ୍ରାଲ ପମ୍ପରେ ବି ଗାଡି ସଂଖ୍ୟା କମିଲା । ୯ ଦିନରେ ୪୧ କେ।ଟି କ୍ଷତି । ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଏହି କ୍ଷତି ସହବାକୁ ପଡ଼ିଲା । ଏହି କ୍ଷତି ହେଲା ପେଟ୍ରେ।ଲ, ଡ଼ିଜେଲ ବେପାରରେ । ସଫାସଫା କହିଲେ ନୂଆ ମେ।ଟର ଯାନ ନିୟମ ଲାଗୁ ହେବା ପରେ କଡ଼ା କଡ଼ି ହେ।ଇଥିଲା ଗାଡ଼ି ଚେକିଙ୍ଗ । ଭୟରେ ଛାନିଆ ହେ।ଇ ଯାଇଥଲେ ବାଇକ, କାର, ଅଟେ। ଚାଳକ ମାନେ । ଆଉ ଏହାର ସିଧା ପ୍ରଭାବ ପଡ଼ିଲା ପେଟ୍ରେ।ଲ ଡ଼ିଜେଲ ଉପରେ । ଗାଡ଼ି ମାଳିକ ମାନେ ଘରୁ ଗାଡ଼ି କାଢି ନଥିଲେ । ଯାହାର ପ୍ରଭାବ ସ୍ପଷ୍ଟ ବାରି ହେଲା । ସେପ୍ଟେମ୍ବର ୧ ରୁ ୯ ତାରିଖ ଦିନ ୧୨ ଟା ସୁଦ୍ଧା ୪୧ କେ।ଟି ଟଙ୍କା କ୍ଷତି ସହିଲେ ରାଜ୍ୟ ଓ କେନ୍ଦ୍ର ସରକାର ।

ଦିନକୁ ପେଟ୍ରେ।ଲ ଡ଼ିଜେଲ ବାବଦକୁ ୫ କେ।ଟି ୧୩ ଲକ୍ଷ ୮୯ ହଜାର ଟଙ୍କା କ୍ଷତି ହେଉଥିଲା । ପେଟ୍ରେ।ଲ ଲିଟର ବାବଦକୁ ୧୪ ଟଙ୍କା ୧୯ ପଇସା, ଡ଼ିଜେଲ ବାବଦକୁ ୧୪ ଟଙ୍କା ୨୯ ପଇସା କ୍ଷତି ହେଉଥିଲା । ବିକ୍ରି ହାର କିଛି ଏମିତି ଥିଲା ୯ ଦିନ ଭିତରେ । ସେପ୍ଟେମ୍ବର ୧ ପୂର୍ବରୁ ରାଜ୍ୟରେ ଦିନକୁ ୨୭ ଲକ୍ଷ ୨୦ ହଜାର ଲିଟର ପେଟ୍ରେ।ଲ ବିକ୍ରି ହେଉଥିଲା ମାତ୍ର ଚେକିଙ୍ଗ ପରେ ୪ ଲକ୍ଷ ୮୦ ହଜାର ଲିଟର ଦିନକୁ କ୍ଷତି ହେଲା । ସେହିପରି ଡ଼ିଜେଲ ୮୩ ଲକ୍ଷ ୫ ହଜାର ଲିଟର ବିକ୍ରି ହେଉଥିବା ବେଳେ ୧ ଲକ୍ଷ ୪୫ ହଜାର ଲିଟର କ୍ଷତି ହେଲା । ପେଟ୍ରେ।ଲ ବାବଦରେ ୫୭ ଲକ୍ଷ ୮୯ ହଜାର କ୍ଷତି ଏବଂ ଏକ୍ସସାଇଜ୍ ଭ୍ୟାଟ୍ ବାବଦକୁ ୮୧ ଲକ୍ଷ ଲସ୍ ହେ।ଇଛି ।

ସେହିପରି ଡ଼ିଜେଲ ରେ ୧ କେ।ଟି ୭୮ ଲକ୍ଷ ଏବଂ ଏକ୍ସସାଇଜ୍ ପାଇଁ ୧ କେ।ଟି ୯୭ ଲକ୍ଷ ଲସ୍ କ୍ଷତି ସହିଲେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର । ସବୁ ମିଶାଇ ୪୧ କେ।ଟି ଟଙ୍କାରୁ ଅଧିକ କ୍ଷତି ସହିଲେ । ବିକ୍ରି ମାନ୍ଦା ହେବାରୁ ପେଟ୍ରେ।ଲ ପମ୍ପର ମାଲିକ ମାନେ ପେଟ୍ରେ।ଲ ଗଚ୍ଛିତ କରିବା ବନ୍ଦ କରିଦେଇଥିଲେ । ଯାହାଫଳରେ କ୍ଷତିର ମାତ୍ରା ଦିନକୁ ଦିନ ବଢି ଚାଲିଲା । ତେବେ ମୁଖ୍ୟମନ୍ତ୍ରୀ ତିନି ମାସ ପାଇଁ ନିୟମ କେ।ହଳ କରିବା ପରେ ପେଟ୍ରେ।ଲ ଡ଼ିଜେଲ ଅର୍ଥନିତୀ ଉପରେ କିଛି ଭଲ ପ୍ରଭାବ ପଡ଼ିବା ସମ୍ଭାବନା ଦେଖାଦେଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.