୩ ଶହ କୋଟିର ଅଳଙ୍କାର ଚୋରି ପରେ ବି ଖୁସି ଥଲେ ବ୍ୟକ୍ତି, ପେଟ୍ରା ଏକ୍ଲେଷ୍ଟୋନ୍ଙ୍କ ପୂର୍ବତନ ସ୍ବାମୀଙ୍କୁ ନେଇ ଚର୍ଚ୍ଚା
25/11/2020 at 10:30 PM

ନୂଆଦିଲ୍ଲୀ ୨୫/୧୧: ଆପଣଙ୍କ ପାଖରେ ଥିବା କିଛି ମୂଲ୍ୟବାନ ଜିନିଷ ହଜିଗଲେ ଆପଣଙ୍କୁ କେମିତି ଲାଗେ ? ନିହାତି ଭାବେ ଦୁଃଖ ଲାଗେ ବୋଲି ଆପଣ ଉତ୍ତର ଦେବା ସ୍ବଭାବିକ୍। କିନ୍ତୁ ଆପଣଙ୍କ ଜୀବନର ସମସ୍ତ ପୁଞ୍ଜି ଚୋରି ହୋଇଗଲେ କେମିତି ଲାଗିବ ? ଏବେ ଆପଣ ନିଶ୍ଚିତ ଭାବେ କହିବେ ଏମିତି ପ୍ରଶ୍ନ ପାଗଳମାନେ ହିଁ ପଚାରିବେ। ଏମିତି ଜଣେ ନିଶ୍ଚିତ ଭାବେ ଭାଙ୍ଗିପଡ଼ିବା ସ୍ବଭାବିକ୍। କିନ୍ତୁ ଲକ୍ଷେ କି ଦୁଇ ଲକ୍ଷ ନୁହେଁ ୩୦ ମିଲିୟନ ପାଉଣ୍ଡ (୩ ଶହ କୋଟି)ର ରତ୍ନ ଓ ସୁନା ଚୋରି ପରେ ବି ଜଣେ ଧନୀ ବ୍ୟକ୍ତି ହସୁଥିବା ନେଇ ଖବର ଏବେ ଚର୍ଚ୍ଚାର କେନ୍ଦ୍ର ପାଲଟିଛି।

ବହୁ ଚର୍ଚ୍ଚିତ ଫେସନ୍ ଡିଜାଇନର ପେଟ୍ରା ଏକଲେଷ୍ଟୋନ୍ଙ୍କ ପୂର୍ବତନ ସ୍ବାମୀ ଜେମ୍ସ ଷ୍ଟଣ୍ଟ ହେଉଛନ୍ତି ସେହି ବ୍ୟକ୍ତି ଯାହାଙ୍କ ୩୦୦ କୋଟି ଟଙ୍କାର ଅଳଙ୍କାର ଚୋରି ହେବା ପରେ ହସୁଥିବା ଖବର ସାମ୍ନାକୁ ଆସିଛି। ତେବେ ଏନେଇ ସାଉଥ୍ଓ୍ବାର୍କ କ୍ରାଉନ୍ କୋର୍ଟରେ ଚୋରିକୁ ନେଇ ବିଚାର ମଧ୍ୟ ହୋଇଛି। ବିଚାର ସମୟରେ ଚୋରି ପରେ ଜେମ୍ସଙ୍କ ବ୍ୟବହାର କେମିତି ଥିଲା ଜଜ୍ ପଚାରିଥିଲେ।
କେବଳ ସେତିକି ନୁହେଁ ଜେମ୍ସଙ୍କ ପୂର୍ବ ବଡିଗାର୍ଡ ଜଷ୍ଟିନାଜ୍ ତାଙ୍କର ୫୧୫,୦୦୦ ପାଉଣ୍ଡର ହୀରା ଓ ୫୦,୦୦୦ ପାଉଣ୍ଡ ନଗଦ ଟଙ୍କା ୨୦୧୭ରେ ଚୋରି କରିଥିବା ମଧ୍ୟ ଅଭିଯୋଗ ହୋଇଥିଲା। ତେବେ ନିକଟରେ ୩୦୦ କୋଟ ଟଙ୍କାର ଅଳଙ୍କାର ଚୋରି ନେଇ ଜେମ୍ସଙ୍କ ଅନ୍ୟ ଜଣେ ଅଙ୍ଗରକ୍ଷୀ ଭିଲସ୍ ଗାବସିସ କୋର୍ଟରେ ହାଜର ହୋଇଥିଲେ। ଚୋରି ହେବା ନେଇ ଜଣାପଡ଼ିବା ପରେ ସେହିଦିନ ସକାଳେ ତାଙ୍କୁ ଜେମ୍ସ ଘରକୁ ଡାକିଥିଲେ। ତା ପୂର୍ବରୁ ପୋଲିସ, ବନ୍ଧୁ ଆଲେକ୍ସ ଏବଂ ଅନ୍ୟ ଷ୍ଟାଫ ସେଠାରେ ଥିଲେ ବୋଲି କୋର୍ଟରେ କହିଛନ୍ତି ଭିଲସ୍।
ମାଇକେଲ ଲାଭର୍ସ ପଚାରିଥିଲେ, ଆପଣ ଷ୍ଟଣ୍ଟ ଓ ଆଲେକ୍ସଙ୍କୁ ଦେଖିଥିଲେ। ତେବେ ତାଙ୍କ ବ୍ୟବହାରରେ କିଛି ପରିବର୍ତ୍ତନ ଦେଖିଥିଲ କି ? ହଁ ସେମାନେ ଖୁସିଥିଲେ ଏବଂ ହସୁଥିଲେ ବୋଲି ଗାବସିସ୍ କହିଥିଲେ। ସେମାନେ ଥଟ୍ଟା ମଜା କରୁଥିଲେ। ଯଦି ମୋ ସହ ଏମିତି ହୋଇଥାନ୍ତା ମୁଁ ରାଗି ଥାନ୍ତି ବୋଲି ଗାବସିସ୍ କହିଥିଲେ। ବାରମ୍ବାର ଏଭଳି ପ୍ରଶ୍ନ କରିଥିଲେ ଲାଭର୍ସ। କିନ୍ତୁ ଗାବସିସ୍ ଉତ୍ତର ସମାନ ରହିଥିଲା, ଯେ ଷ୍ଟଣ୍ଟ ଖୁସି ଥିଲେ।
ଅନ୍ୟପଟେ ଅନେକ ମହିଳାଙ୍କ ସଂସ୍ପର୍ଶରେ ଆସିଥିଲେ ଷ୍ଟଣ୍ଟ । ଯେଉଁମାନେ ତାଙ୍କ ପରିବାରର ପରିଚାଳକ ଭାବେ କାର୍ଯ୍ୟ କରୁଥିଲେ ବୋଲି ଜଣାପଡ଼ିଛି। ତେବେ ତଦନ୍ତରୁ ଜଣାପଡ଼ିଛି ଚୋରି ହୋଇଥିବା ଅଳଙ୍କାରର ଇନସ୍ୟୁରାନ୍ସ ହୋଇଛି। ୨୦୧୭ରେ ଷ୍ଟଣ୍ଟ ବାହାରକୁ ବୁଲିବାକୁ ଯାଇଥିବା ବେଳେ ସମସ୍ତ ଅଳଙ୍କାର ତାଙ୍କ ସହ ନେଇଯାଇଥିଲେ ସେତେବେଳେ କୌଣସି ଇନ୍ସ୍ୟୁରାନ୍ସ ନଥିବା ନେଇ ଏମ୍ବେଟ ସିଫାରନ୍ ନାମକ ଜଣେ ମହିଳା କୋର୍ଟରେ କହିଥିଲେ। ଚୋରି ହେବା ପରେ ତାଙ୍କ ପାଖରୁ ଏକ ଅଜଣା ନମ୍ବରରୁ ମେସେଜ୍ ଆସିଥିଲା ଯେ ମୁଁ ଷ୍ଟଣ୍ଟ ଓ ମୋର ସବୁ କିଛି ଚୋରି ହୋଇଯାଇଛି । ପରେ ସେହି ନମ୍ବରରେ ସେ କଲ୍ କରିଥିଲେ ବୋଲି ମହିଳା କହିଥିଲେ।
ପରେ ଓକିଲ ମାର୍ଟିନ୍ ବାଓ୍ବର ପୂର୍ବ ବଡିଗାର୍ଡକୁ ଏହି ଚୋରି ପାଇଁ ଦାୟୀ କରିଥିଲେ। ପୋଲିସ ତାଙ୍କୁ ଗିରଫ କରିବା ସହ ତାଙ୍କ ପାଖରୁ ୩୦ ହଜାର ପାଉଣ୍ଡ ନଗତ ଜବତ କରିଥିଲା। କିନ୍ତୁ ଏହାକୁ ଜଷ୍ଟିନାଜ୍ ମିଥ୍ୟା ବୋଲି କହିଥିଲେ। ପରେ କୋର୍ଟରେ ଏହି ମାମଲାର ଶୁଣାଣି ଚାଲିଥିଲା।