ଇଣ୍ଡିଆ ନା ଭାରତ ! କିଏ ସେ ବ୍ୟକ୍ତି ଯିଏ ଇଣ୍ଡିଆକୁ ନେଇ ଅସନ୍ତୁଷ୍ଟ : କାହିଁକି ବଦଳାଇବାକୁ ଚାହୁଁଛନ୍ତି ଦେଶର ନାଁ

Published By : Prameya-News7 Bureau | June 02, 2020 IST

ନୂଆଦିଲ୍ଲୀ ୦୨/୦୬ : ଭାରତୀୟ ସମ୍ବିଧାନ ଧାରା ୧ରେ ସଂଶୋଧନ କରି ଇଣ୍ଡିଆ ଶବ୍ଦକୁ ହଟାଇ ଦେଶର ନାଁ ଭାରତ କିମ୍ବା ହିନ୍ଦୁସ୍ତାନ ରଖିବାକୁ ଦାବି ହୋଇଥିବା ଆବେଦନ ଉପରେ ସୁପ୍ରିମକୋର୍ଟ ଶୁଣାଣି ସ୍ଥଗିତ ରଖିଛନ୍ତି | ଏହି ଆବେଦନ ଉପରେ ସୁପ୍ରିମକୋର୍ଟରେ ଆଜି ଶୁଣାଣି ହେବାକୁଥିଲା | ଦିଲ୍ଲୀରେ ରହୁଥିବା ନମହ ନାମକ ବ୍ୟକ୍ତି ଆଇନଜୀବୀ ରାଜକିଶୋର ଚୌଧୁରୀଙ୍କ ମାଧ୍ୟମରେ କୋର୍ଟରେ ଜନହିତ ମାମଲା ଦାୟର କରିଥିଲେ | ନମହ ଦାୟର କରିଥିବା ଆବେଦନପତ୍ରରେ କହିଛନ୍ତି ଯେ ଦେଶକୁ ମୂଳ ରୂପେ ଏବଂ ପ୍ରାମାଣିକ ନାଁ ଭାରତର ମାନ୍ୟତା ଦିଆଯିବା ଉଚିତ |

{"id":280337,"width":567,"height":377,"sizeSlug":"large"}

ସୁପ୍ରିମକୋର୍ଟ ୱେବସାଇଟ ଲାଇଭ ଲ.ଇନ ସହ କଥାବାର୍ତ୍ତାରେ ଆବେଦନକାରୀ ନମହ କହିଛନ୍ତି ଯେ ଇଣ୍ଡିଆର ଗୋଟିଏ ନାଁ ରହିବା ଉଚିତ | ଅନେକ ନାଁ ଅଛି ଯେପରିକି ରିପବ୍ଲିକ ଅଫ ଇଣ୍ଡିଆ, ଭାରତ, ଇଣ୍ଡିଆ, ଭାରତ ଗଣରାଜ୍ୟ ଇତ୍ୟାଦି | ଏତେଗୁଡ଼ା ନାଁ ରହିବା କଥା ନୁହେଁ | କଣ କହିବା କଥା ଆମେ ଜାଣିନାହିଁ କିନ୍ତୁ ଅଲଗା ଅଲଗା କାଗଜରେ ଅଲଗା ଅଲଗା ନାଁ ରହିଛି | ଆଧାର କାର୍ଡରେ ଭାରତ ସରକାର ଲେଖାଯାଇଛି | ଡ୍ରାଇଭିଙ୍ଗ ଲାଇସେନ୍ସରେ ୟୁନିଅନ ଅଫ ଇଣ୍ଡିଆ, ପାସପୋର୍ଟରେ ରିପବ୍ଲିକ ଅଫ ଇଣ୍ଡିଆ, ଯାହାଫଳରେ କନଫ୍ୟୁଜନ ହେଉଛି | ବର୍ତ୍ତମାନ ଏକତାର ସମୟ | ସେଥିପାଇଁ ଦେଶର ନାଁ ମଧ୍ୟ ଗୋଟିଏ ରହିବା ଉଚିତ |

{"id":280338,"width":572,"height":429,"sizeSlug":"large"}

ନମହ କହିଛନ୍ତି ଯେ, "ସମସ୍ତେ ଦେଶର ନାଁ ଜାଣିବା ଦରକାର | ଦେଶର ଗୋଟିଏ ନାଁ ରହିବା ଉଚିତ | ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୁହନ୍ତି 'ଗୋଟିଏ ସ୍ୱର, ଗୋଟିଏ ଦେଶ' | ଧାରା ୧ ରେ ସଂଶୋଧନ ସୁନିଶ୍ଚିତ କରିବ ଯେ ଦେଶର ନାଗରିକ ନିଜର ଔପନିବେଶକ ଅତୀତର ଇଂରାଜୀ ନାଁ ହଟାଇ ସମାନ ରାଷ୍ଟ୍ରୀୟ ଭାବନା ଜନ୍ମ କରିବ |"

ସେ କହିଛନ୍ତି ଯେ ଇଣ୍ଡିଆ ନାଁ ହଟାଇବାକୁ ଭାରତ ସଂଘ ବିଫଳ ହୋଇଛି | ଏହା ଗୋଲାମୀର ପ୍ରତୀକ ବୋଲି ସେ କହିଛନ୍ତି | ଏହାଦ୍ୱାରା ଜନତା ଆଘାତ ହୋଇଛନ୍ତି ଯାହାର ପରିଣାମ ସ୍ୱରୂପ ବିଦେଶୀ ଶାସନରୁ ସ୍ୱାଧୀନତା ପାଇବା ପରେ ମଧ୍ୟ ସ୍ୱାଧୀନତାର ଉତ୍ତରାଧିକାରୀ ରୂପରେ ପରିଚୟ ହାନି ହୋଇଛି |

{"id":280340,"sizeSlug":"large"}

ନିଜ ଦଲିଲକୁ ପ୍ରମାଣିତ କରିବା ପାଇଁ ନମହ ସମ୍ବିଧାନର ଏକ ଡ୍ରାଫ୍ଟ ଉଲ୍ଲେଖ କରିଛନ୍ତି ଯେଉଁଥିରେ ସମ୍ବିଧାନର ଧାରା ୧ ଉପରେ ଯୁକ୍ତି ବଢି ଏମ.ଅନନ୍ତଶୟନମ ଆୟଙ୍ଗର ଓ ସେଠ ଗୋବିନ୍ଦ ଦାସ 'ଇଣ୍ଡିଆ' ବଦଳରେ ଭାରତ, ଭାରତବର୍ଷ, ହିନ୍ଦୁସ୍ତାନ ନାଁ ଆପଣେଇବାକୁ ଆବେଦନ କରିଛନ୍ତି |   

ସମ୍ବିଧାନର ଧାରା ୧ରେ ଲେଖାଯାଇଛି,

୧. ସଂଘର ନାଁ ଓ କ୍ଷେତ୍ର

୨. ଇଣ୍ଡିଆ ଯାହାକି ଭାରତ, ତାହା ରାଜ୍ୟମାନଙ୍କର ଏକ ସଂଘ ହେବ

୩. ପ୍ରଥମ ସିଡ୍ୟୁଲରେ ରାଜ୍ୟ ଓ କ୍ଷେତ୍ର ନିର୍ଦ୍ଧାରିତ କରାଯିବ

୪. ଇଣ୍ଡିଆ କ୍ଷେତ୍ରରେ ସାମିଲ ହେବ

ଏହାପରେ ଭାରତର ରାଜ୍ୟମାନଙ୍କର ବର୍ଣନା ରହିଛି

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.