ସୁପ୍ରିମକୋର୍ଟରେ କଂଗ୍ରେସ-କମ୍ୟୁନିଷ୍ଟ ପାର୍ଟି ଅଫ ଚାଇନା ରାଜିନାମା ମାମଲା, ସିବିଆଇ ତଦନ୍ତ ଦାବି

Published By : Prameya-News7 Bureau | June 24, 2020 IST

ନୂଆଦିଲ୍ଲୀ ୨୪।୦୬: ଭାରତ-ଚୀନ ସୀମା ବିବାଦ ମଧ୍ୟରେ କଂଗ୍ରେସ ଅଡୁଆରେ ପଡିବାକୁ ଯାଉଛି। ସୁପ୍ରିମକୋର୍ଟରେ ଆବେଦନ ଦାଖଲ କରି କଂଗ୍ରେସ ପାର୍ଟି ଓ କମ୍ୟୁନିଷ୍ଟ ପାର୍ଟି ଅଫ ଚାଇନା ମଧ୍ୟରେ ହୋଇଥିବା ଚୁକ୍ତି ମାମଲାରେ ତଦନ୍ତ ଦାବି କରାଯାଇଛି। ଆବେଦନରେ କୁହାଯାଇଛି ଯେ, ୨୦୦୮ରେ କଂଗ୍ରେସ ପାର୍ଟି ଓ ଚାଇନା ମଧ୍ୟରେ ହୋଇଥିବା ଚୁକ୍ତିନାମାର ସିବିଆଇ କିମ୍ବା ଏନଆଇଏ ତଦନ୍ତ ଦାବି କରାଯାଇଛି। ଆବେଦନରେ ଏହା ମଧ୍ୟ କୁହାଯାଇଛି ଯେ, ରାଜିନାମା ଆଧାରରେ ସ୍ଥିର ହୋଇଥିଲା ଯେ, ଦୁଇ ପାର୍ଟି ଉଚ୍ଚସ୍ତରୀୟ ସହଭାଗିତା ଆଲୋଚନା କରି ପାରିବେ।

ସୁପ୍ରିମକୋର୍ଟରେ ଜଣେ ଓକିଲ ଏବଂ ଜଣେ ସାମ୍ବାଦିକଙ୍କ ପକ୍ଷରୁ ଦାଖଲ କରାଯାଇଥିବା ଆବେଦନରେ କୁହାଯାଇଛି ଯେ, ଦୁଇ ପାର୍ଟି ମଧ୍ୟରେ ଯେଉଁ ରାଜିନାମା ହୋଇଥିଲା ଏହାର ଏମଓୟୁର ସବିଶେଷ ସୂଚନା ଅଦ୍ୟାବଧି ଉଜାଗର ମଧ୍ୟ ହୋଇ ନାହିଁ। ଏହା ଲୋକଙ୍କ ଜୀବନର ଅଧିକାରର ଉଲ୍ଲଂଘନ। ୨୦୦୮ ଅଗଷ୍ଟ ୭ରେ ବେଜିଂରେ ହୋଇଥିବା ରାଜିନାମା ଆଧାରରେ ଏମଓୟୁରେ ସ୍ଵାକ୍ଷର ମଧ୍ୟ ହୋଇଛି। ଏଥିରେ ସ୍ଥିର କରାଯାଇଛି ଯେ, ଦୁଇ ପାର୍ଟି ଏମଓୟୁ ଆଧାରରେ କ୍ଷେତ୍ରୀୟ, ଦ୍ଵିପାକ୍ଷିକ ଓ ଅନ୍ତରାଷ୍ଟ୍ରୀୟ ପ୍ରସଙ୍ଗରେ ପରସ୍ପର ସହିତ ଆଲୋଚନା କରିବେ।

{"id":291141,"width":579,"height":263,"sizeSlug":"large"}

ଆବେଦନରେ କଂଗ୍ରେସ ପାର୍ଟି, ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଓ ଭାରତ ସରକାରଙ୍କୁ ପକ୍ଷଭୁକ୍ତ କରାଯାଇଛି। ଭାରତ ଓ ଚୀନ ମଧ୍ୟରେ ସୀମାକୁ ନେଇ ଜାରି ବିବାଦ ମଧ୍ୟରେ ଏହି ଆବେଦନ ସର୍ବୋଚ୍ଚ ନ୍ୟାୟାଳୟରେ ଦାଖଲ କରାଯାଇଛି। ଆବେଦନରେ ମିଡିଆ ରିପୋର୍ଟକୁ ଉଲ୍ଲେଖ କରାଯାଇଛି ଯେ, ୨୦୦୮ ରୁ ୨୦୧୩ ମଧ୍ୟରେ ଚୀନ ସୈନିକ ଭାରତୀୟ ସୀମାରେ ପ୍ରାୟ ୬୦୦ ଥର ଅନୁପ୍ରବେଶ କରିଥିଲେ। ଏହାକୁ ରାଜିନାମାରେ ସାର୍ବଜନୀନ କରାଯାଉ। ଆବେଦନରେ ଏହା ମଧ୍ୟ କୁହାଯାଇଛି, ଦୁଇ ଦେଶ ମଧ୍ୟରେ ଶତ୍ରୁତା ଥାଇ ବି କଂଗ୍ରେସ ରାଜିନାମାରେ ଦସ୍ତଖତ କରିଛି।

କଣ ଥିଲା ୨୦୦୮ର ଏମଓୟୁ

ଏହି ଏମଓୟୁରେ ରାହୁଲ ଗାନ୍ଧୀ ଓ ଚୀନର କମ୍ୟୁନିଷ୍ଟ ପାର୍ଟିରେ ଅନ୍ତରାଷ୍ଟ୍ରୀୟ ମାମଲାର ମନ୍ତ୍ରୀ ଓ୍ଵାଙ୍ଗ ଜିୟା ରୁଇ ହସ୍ତାକ୍ଷର କରିଥିଲେ। ଏହି ଅବସରରେ ସୋନିଆ ଗାନ୍ଧୀ ଓ ଚୀନର ତତ୍କାଳୀନ ଉପରାଷ୍ଟ୍ରପତି ସି ଜିନପିଙ୍ଗ ଉପସ୍ଥିତ ଥିଲେ। ଏହି ଏମଓୟୁ ଗ୍ରେଟ୍ ଓ୍ଵାଲ ଅଫ ଚାଇନାରେ ସ୍ଵାକ୍ଷରିତ ହୋଇଥିଲା। ଏହି ଆଧାରରେ ଦୁଇ ପାର୍ଟି ମଧ୍ୟରେ ବିଚାରର ଆଦାନ ପ୍ରଦାନକୁ ଆଗକୁ ବଢାଇବା ନେଇ ସ୍ଥିର ହୋଇଥିଲା। ଏହି ରାଜିନାମା ପରେ ସୋନିଆ ଗାନ୍ଧୀ ଚୀନର ଲୋକଙ୍କୁ ପ୍ରଶଂସା କରି କହିଥିଲେ ଯେ, ଚୀନବାସୀ ଅଲିମ୍ପିକ କ୍ରୀଡାକୁ ସଫଳ କରିବା ପାଇଁ ବହୁତ ପରିଶ୍ରମ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.