ସୋସିଆଲ୍ ମିଡିଆ ଆକାଉଣ୍ଟରେ ଆଧାର ସଂଯୋଗ ମାମଲା –ସୁପ୍ରିମକୋର୍ଟରେ ଖାରଜ

Published By : Prameya-News7 Bureau | October 15, 2019 IST

ନୂଆଦିଲ୍ଲୀ୧୫|୧୦: ଏବେ ଅଧିକାଂଶ ସମୟରେ ସୋସିଆଲ ମିଡିଆରେ ଫେକ୍‌ ନ୍ୟୁଜ ପୋଷ୍ଟ ହେଉଛି। ବେଳେ ବେଳେ ସୋସିଆଲ ମିଡିଆରେ ପୋଷ୍ଟ ହୋଇଥିବା ମିଛ ଖବର ଯୋଗୁଁ ଦଙ୍ଗା, ମାରପିଟ୍ ହେଉଛି। ଅନେକ ମିଛ ଫେକ୍ ଓ ପେଡ୍‌ ନ୍ୟୁଜ ସମସ୍ୟାର ସମାଧାନ ପାଇଁ ସୋସିଆଲ ମିଡିଆରେ ଆଧାର କାର୍ଡ ସଂଯୋଗ କରିବା ଲାଗି  ଯୋଜନା କରାଯାଉଛି ।

ଜଷ୍ଟିସ ଦୀପକ ଗୁପ୍ତାଙ୍କ ଖଣ୍ଡପୀଠରେ ଏହାକୁ ନେଇ ଏକ ପିଟିସନ୍‌ ଦାୟର ହୋଇଥିଲା । ଭାଜାପା ନେତା ତଥା ଆଇନଜୀବୀ ଅଶ୍ୱୀନ ଉପାଧ୍ୟାୟ ଏହି ପିଟିସନ୍‌ ଦାୟର କରିଥିଲେ  । ମାତ୍ର  ସୁପ୍ରିମକୋର୍ଟ ଏହାକୁ ଖାରଜ କରିଦେଇଛନ୍ତି।

ଏହିପରି ମାମଲା ମାଡ୍ରାସ ହାଇକୋର୍ଟରେ ମାମଲା ଚାଲିଛି । ପିଟିସନ୍‌ ଦାୟର କରିଥିବା ବ୍ୟକ୍ତିଙ୍କୁ ମାଡ୍ରାସ ହାଇକୋର୍ଟ ଯିବା ପାଇଁ ଅଦାଲତ ନିର୍ଦେଶ ଦେଇଛନ୍ତି । ଉପାଧ୍ୟାୟ ଏହି ପିଟିସନ୍‌କୁ ଫେରାଇ ନେବା ପରେ ମାମଲା ଖାରଜ ହୋଇଯାଇଛି । ପୂର୍ବରୁ ଏହି ପ୍ରସଙ୍ଗରେ ସୁପ୍ରିମକୋର୍ଟରେ ମାମଲା ଚାଲିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.